ପଂଚାୟତରାଜ ନିୟମାବଳୀ ଅନୁଯାୟୀ ପ୍ରତ୍ୟେକ ଦୁଇ ମାସ ବ୍ୟବଧାନରେ ପଂଚାୟତ ସମିତି ବୈଠକ ବସିବା ପ୍ରାବଧାନ ରହିଛି ମାତ୍ର ଏହାର ବ୍ୟତିକ୍ରମ ବୈପାରିଗୁଡା ବ୍ଲକରେ ଦେଖିବାକୁ ମିଳୁଛି ।ଏହାର ୬ ମାସ ପରେ ବି ବୈଠକ ନବସିବା ପଂଚାୟତରାଜ ନିୟମର ଖୋଲା ଉଲ୍ଲଂଘନ ବୋଲି ଏବେ ଚର୍ଚ୍ଚା ହେଉଛି ।ତେବେ କଣ ପ୍ରଶାସନ ତରଫରୁ ଆଗୁଆ ସୂଚନା କଣ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇନଥିଲା ନା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଅଧିକାରୀ ମାନେ ଏହି ସମିତି ବୈଠକକୁ ଆସିଲେ ନାହିଁ ତାହାକୁ ନେଇ ନିର୍ବାଚିତ ପ୍ରତିନିଧିଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଥିବାର କହିଛନ୍ତି କିଛି ସରପଂଚ ଓ ସମିତିସଭ୍ୟ ।
ନିଜେ ବିଡିଓ ମଧ୍ୟ ବୈଠକ ଆରମ୍ଭ ସମୟରେ ସଭାଗୃହ ଠାରେ ଉପସ୍ଥିତ ରହିନଥିଲେ ବୋଲି କହିଛନ୍ତି କୋରାପୁଟ ସାଂସଦଙ୍କ ପ୍ରତିନିଧି ପି.ରମେଶ ପାତ୍ର । ପଂଚାୟତ ସମିତି ବୈଠକକୁ କୋଟପାଡ ବିଧାୟକା ପଦ୍ମିନୀ ଦିଆନ ଓ କୋରାପୁଟ ବିଧାୟକ ରଘୁରାମ ପଡାଲ ଆସିଥିବା ବେଳେ ବୈଠକ ବାତିଲ ହେବାରୁ ସେମାନେ ମଧ୍ୟ ସରକାରୀ କର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ନିର୍ବାଚିତ ପ୍ରତିନିଧି ମାନେ ସେମାନଙ୍କ ଗାଁ ଗହଳିର ସମସ୍ୟା ଏହି ବୈଠକ ମାଧ୍ୟମରେ ସମାଧାନ କରିବା ପାଇଁ ଆସିଥିବା ବେଳେ କୌଣସି ଅଧିକାରୀଙ୍କ ଦେଖାନମିଳିବାରୁ ସେମାନେ ମଧ୍ୟ ବୈଠକସ୍ଥଳରେ ହହାଲା କରିଥିବାର ଶୁଣିବାକୁ ମିଳିଛି । ଏ ସମ୍ପର୍କରେ ବୈପାରିଗୁଡା ବିଡିଓଙ୍କ ମତାମତ ନେବା ପାଇଁ ଚେଷ୍ଟ କରିଥିଲେ ମଧ୍ୟ ସେଏ କିଛି ପ୍ରତିକିୟା ପ୍ରକାଶ କରିନାହାନ୍ତି ।

© 2023 Odisha Taza News.