“ଇଣ୍ଡିଆ ଲାଇଭ୍ଲିହୁଡ୍ କଲେକ୍ଟିଭ୍” ପାଇଁ ସିଏସ୍ଆର୍ବକ୍ସ ସହ ହାତ ମିଳାଇଲା ଡାଲମିଆ ଭାରତ ଫାଉଣ୍ଡେସନ କୃଷି, ଅଣ କୃଷି ଓ ସହରାଚଂଳ ନିଯୁକ୍ତି ବ୍ୟବସ୍ଥାରେ ଜୀବିକା ପଦକ୍ଷେପ ବଢ଼ାଇବା ଲାଗି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା
ଓଡିଶା ତାଜା ନ୍ୟୁଜ୍ (୯ ଜୁନ୍ ମଙ୍ଗଳବାର) ଡାଲମିଆ :- ଭୁବନେଶ୍ୱର, ଇଣ୍ଡିଆ ଲାଇଭଲିହୁଡ୍ କଲେକ୍ଟିଭ୍ ଆରମ୍ଭ କରିବା ଲାଗି ସିଏସ୍ଆର୍ବକ୍ସ ସହ ହାତ ମିଳାଇଛି ଡାଲମିଆ ଭାରତ ଗ୍ରୁପ୍ର ପଂଜୀକୃତ ଅଣ ଲାଭଦାୟକ ସଂସ୍ଥା ଡାଲମିଆ ଭାରତ ଫାଉଣ୍ଡେସନ । ଏହା ହେଉଛି ଦେଶର ପ୍ରଥମ ଅଣ ଆର୍ଥିକ ଓ ଅଣ ପାଣ୍ଠିକୁ ନେଇ ପ୍ରତିବଦ୍ଧତା ଭିତିକ ସହଯୋଗିତାପୂର୍ଣ୍ଣ ପ୍ଲାଟଫର୍ମ । ମହାରାଷ୍ଟ୍ର ସରକାରଙ୍କ ମହାରାଷ୍ଟ୍ର ଷ୍ଟେଟ୍ ରୁରାଲ୍ ଲାଇଭ୍ଲିହୁଡ୍ ମିସନ (ଏମ୍ଏସ୍ଆର୍ଏଲ୍ଏମ୍)ର ସିଇଓ ଶ୍ରୀମତୀ ବିମଳା ରମେଶ (ଆଇଏଏସ୍) ଓ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋବିନ୍ଦ ରାଜୁ ଚିନ୍ଦାଲା ଏହାକୁ ୫୫୦ରୁ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ଉନ୍ମୋଚନ କରିଛନ୍ତି ।
ଭାରତ ସରକାର ନିକଟରେ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ଅଭିଯାନ ସହିତ ଏହାର ସିଧାସଳଖ ସମ୍ପର୍କ ରହିଛି ଯେଉଁଥିରେ ଏକ ସହନଶୀଳ ଗ୍ରାମୀଣ ଅର୍ଥନୀତି ଗଠନ କରିବା ଲାଗି ବିଭିନ୍ନ କ୍ଷେତରେ ଗୁଣାତ୍ମକ ସ୍ଥାନୀୟ ଉତ୍ପାଦକୁ ଉତ୍ସାହିତ କରାଯାଉଛି । ଏହି ମିଶନ କାର୍ଯ୍ୟକାରୀ କରିବାରେ ନାବାର୍ଡ ଓ ଏମ୍ଏସ୍ଆର୍ଏଲ୍ଏମ୍ ଭଳି ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । କୃଷି ଭିତିକ ପଦକ୍ଷେପର ପ୍ରକ୍ରିୟାକୁ ସହଜ କରିବା, କୃଷି ଉତ୍ପାଦକ ସଂସ୍ଥାକୁ ସାହାଯ୍ୟ କରିବା ଏବଂ ଫରୱାର୍ଡ ମାର୍କେଟ୍ ଲିଙ୍କେଜ୍ ଜରିଆରେ କୃଷିଜାତ ସାମଗ୍ରୀକୁ ସଂଗ୍ରହ କରିବା ଭଳି କୃଷି ମୂଲ୍ୟ ଶୃଙ୍ଖଳାରେ ବିଭିନ୍ନ ଭୂମିକା ଗ୍ରହଣ କରୁଥିବା ସଂସ୍ଥାଗୁଡ଼ିକୁ ଏହା ଏକତ୍ରୀତ କରିବ । ଗ୍ରାମୀଣ ଶ୍ରମିକ ଯେଉଁମାନେ ଜୀବିକା ସଙ୍କଟ ଯୋଗୁଁ ନିଜ ବାସସ୍ଥାନକୁ ଫେରିଆସିଛନ୍ତି ସେମାନଙ୍କ ସମସ୍ୟା ଦୂର କରିବା ଲାଗି ଏହା ଜରିଆରେ ଲକ୍ଷ୍ୟ ରଖାଯାଇଛି । ଶିଳ୍ପ ନିଯୁକ୍ତି ପୁନର୍ବାର ଫେରାଇବାରେ ସହାୟତା ଦେବା କିମ୍ବା ଗ୍ରାମୀଣ ଉଦ୍ୟମିତା ଭଳି ପଦକ୍ଷେପ ଜରିଆରେ ଏହି ମିଶନରେ ଜୀବିକା ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଅଭିଯାନର ଉନ୍ମୋଚନ ସମ୍ପର୍କରେ ମତ ରଖି ଡାଲମିଆ ଭାରତ ଫାଉଣ୍ଡେସନର ସିଇଓ, ଶ୍ରୀଯୁକ୍ତ ବିଶାଲ ଭରଦ୍ୱାଜ କହିଛନ୍ତି ଯେ, “ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍)ରେ ଜୀବନଜୀବିକା ହେଉଛି ଗୁରୁତ୍ୱ ଦିଆଯାଉଥିବା ଏକ କ୍ଷେତ୍ର । ଅର୍ଥପୂର୍ଣ୍ଣ ନିଯୁକ୍ତି ଓ ଆର୍ଥିକ ସ୍ୱାଧୀନତା ଜରିଆରେ ଉଭୟ କୃଷି ଓ ଅଣ କୃଷି କ୍ଷେତ୍ରରେ ଆମେ ସୁଯୋଗ ପ୍ରଦାନ କରିବା ଉପରେ କାର୍ଯ୍ୟ କରୁଛୁ ।
ଇଣ୍ଡିଆ ଲାଇଭଲିହୁଡ୍ କଲେକ୍ଟିଭ୍ର ଅଂଶ ହୋଇଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ ଏବଂ ନିଶ୍ଚିତ ଅଛୁ ଯେ ଲକ୍ଷ୍ୟକୁ ଦ୍ରୁତ ଗତିରେ ହାସଲ କରିବାରେ ଏହି କଲେକ୍ଟିଭ୍ ସହାୟକ ହେବ ।’’ ଅର୍ଥନୈତିକ ମାନ୍ଦାବସ୍ଥା ଓ ବିଶ୍ୱ ମହାମାରୀ ସମୟରେ ଏଭଳି କଲେକ୍ଟିଭ୍ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରି କଲେକ୍ଟିଭ୍ର କ୍ୟୁରେଟର ଓ ସହଯୋଗୀ ପ୍ରତିଷ୍ଠାତା ଭୌମିକ ଶାହ କହିଛନ୍ତି ଯେ, “ଗ୍ରାମୀଣ ଅର୍ଥନୀତିରେ ଜୀବିକା ସୃଷ୍ଟି କରଯିବା ଲାଗି ଭାରତ ପାଖରେ ସୁଯୋଗ ରହିଛି ଯେଉଁଠାରେ ସିଏସ୍ଆର୍ ଫାଉଣ୍ଡେସନ, ଦାତବ୍ୟ ଅନୁଷ୍ଠାନ ଓ ଅଣ ଲାଭଦାୟକ ସଂସ୍ଥାଗୁଡ଼ିକ ଉନ୍ନତ ଆର୍ଥିକ ଅନ୍ତୁର୍ଭକ୍ତୀକରଣ, ଦକ୍ଷତା ଗଠନ, ମାର୍କେଟ ଲିଙ୍କେଜ୍ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମର ସଂପ୍ରସାରଣ ଜରିଆରେ ସ୍ଥାନୀୟ ଉଦ୍ୟମିତାକୁ ବଢ଼ାଇପାରିବେ । ସଠିକ ମାର୍ଗଦର୍ଶନ ଏବଂ ସହାୟତା ଜରିଆରେ ଆମର ସ୍ଥାନୀୟ ସଂସ୍ଥା ଓ ବଜାରରେ ନିଯୁକ୍ତି ଓ ଜୀବିକା ସୃଷ୍ଟି କରିବାର ଅନେକ ସୁଯୋଗ ରହିଛି ।“ଇଣ୍ଡିଆ ଲାଇଭ୍ଲିହୁଡ୍ କଲେକ୍ଟିଭ୍” ପାଇଁ ସିଏସ୍ଆର୍ବକ୍ସ ସହ ହାତ ମିଳାଇଲା ଡାଲମିଆ ଭାରତ ଫାଉଣ୍ଡେସନ କୃଷି, ଅଣ କୃଷି ଓ ସହରାଚଂଳ ନିଯୁକ୍ତି ବ୍ୟବସ୍ଥାରେ ଜୀବିକା ପଦକ୍ଷେପ ବଢ଼ାଇବା ଲାଗି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଭୁବନେଶ୍ୱର: ଇଣ୍ଡିଆ ଲାଇଭଲିହୁଡ୍ କଲେକ୍ଟିଭ୍ ଆରମ୍ଭ କରିବା ଲାଗି ସିଏସ୍ଆର୍ବକ୍ସ ସହ ହାତ ମିଳାଇଛି ଡାଲମିଆ ଭାରତ ଗ୍ରୁପ୍ର ପଂଜୀକୃତ ଅଣ ଲାଭଦାୟକ ସଂସ୍ଥା ଡାଲମିଆ ଭାରତ ଫାଉଣ୍ଡେସନ । ଏହା ହେଉଛି ଦେଶର ପ୍ରଥମ ଅଣ ଆର୍ଥିକ ଓ ଅଣ ପାଣ୍ଠିକୁ ନେଇ ପ୍ରତିବଦ୍ଧତା ଭିତିକ ସହଯୋଗିତାପୂର୍ଣ୍ଣ ପ୍ଲାଟଫର୍ମ ।
ମହାରାଷ୍ଟ୍ର ସରକାରଙ୍କ ମହାରାଷ୍ଟ୍ର ଷ୍ଟେଟ୍ ରୁରାଲ୍ ଲାଇଭ୍ଲିହୁଡ୍ ମିସନ (ଏମ୍ଏସ୍ଆର୍ଏଲ୍ଏମ୍)ର ସିଇଓ ଶ୍ରୀମତୀ ବିମଳା ରମେଶ (ଆଇଏଏସ୍) ଓ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋବିନ୍ଦ ରାଜୁ ଚିନ୍ଦାଲା ଏହାକୁ ୫୫୦ରୁ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ଉନ୍ମୋଚନ କରିଛନ୍ତି । ଭାରତ ସରକାର ନିକଟରେ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ଅଭିଯାନ ସହିତ ଏହାର ସିଧାସଳଖ ସମ୍ପର୍କ ରହିଛି ଯେଉଁଥିରେ ଏକ ସହନଶୀଳ ଗ୍ରାମୀଣ ଅର୍ଥନୀତି ଗଠନ କରିବା ଲାଗି ବିଭିନ୍ନ କ୍ଷେତରେ ଗୁଣାତ୍ମକ ସ୍ଥାନୀୟ ଉତ୍ପାଦକୁ ଉତ୍ସାହିତ କରାଯାଉଛି । ଏହି ମିଶନ କାର୍ଯ୍ୟକାରୀ କରିବାରେ ନାବାର୍ଡ ଓ ଏମ୍ଏସ୍ଆର୍ଏଲ୍ଏମ୍ ଭଳି ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । କୃଷି ଭିତିକ ପଦକ୍ଷେପର ପ୍ରକ୍ରିୟାକୁ ସହଜ କରିବା, କୃଷି ଉତ୍ପାଦକ ସଂସ୍ଥାକୁ ସାହାଯ୍ୟ କରିବା ଏବଂ ଫରୱାର୍ଡ ମାର୍କେଟ୍ ଲିଙ୍କେଜ୍ ଜରିଆରେ କୃଷିଜାତ ସାମଗ୍ରୀକୁ ସଂଗ୍ରହ କରିବା ଭଳି କୃଷି ମୂଲ୍ୟ ଶୃଙ୍ଖଳାରେ ବିଭିନ୍ନ ଭୂମିକା ଗ୍ରହଣ କରୁଥିବା ସଂସ୍ଥାଗୁଡ଼ିକୁ ଏହା ଏକତ୍ରୀତ କରିବ । ଗ୍ରାମୀଣ ଶ୍ରମିକ ଯେଉଁମାନେ ଜୀବିକା ସଙ୍କଟ ଯୋଗୁଁ ନିଜ ବାସସ୍ଥାନକୁ ଫେରିଆସିଛନ୍ତି ସେମାନଙ୍କ ସମସ୍ୟା ଦୂର କରିବା ଲାଗି ଏହା ଜରିଆରେ ଲକ୍ଷ୍ୟ ରଖାଯାଇଛି । ଶିଳ୍ପ ନିଯୁକ୍ତି ପୁନର୍ବାର ଫେରାଇବାରେ ସହାୟତା ଦେବା କିମ୍ବା ଗ୍ରାମୀଣ ଉଦ୍ୟମିତା ଭଳି ପଦକ୍ଷେପ ଜରିଆରେ ଏହି ମିଶନରେ ଜୀବିକା ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ଅଭିଯାନର ଉନ୍ମୋଚନ ସମ୍ପର୍କରେ ମତ ରଖି ଡାଲମିଆ ଭାରତ ଫାଉଣ୍ଡେସନର ସିଇଓ, ଶ୍ରୀଯୁକ୍ତ ବିଶାଲ ଭରଦ୍ୱାଜ କହିଛନ୍ତି ଯେ, “ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍)ରେ ଜୀବନଜୀବିକା ହେଉଛି ଗୁରୁତ୍ୱ ଦିଆଯାଉଥିବା ଏକ କ୍ଷେତ୍ର । ଅର୍ଥପୂର୍ଣ୍ଣ ନିଯୁକ୍ତି ଓ ଆର୍ଥିକ ସ୍ୱାଧୀନତା ଜରିଆରେ ଉଭୟ କୃଷି ଓ ଅଣ କୃଷି କ୍ଷେତ୍ରରେ ଆମେ ସୁଯୋଗ ପ୍ରଦାନ କରିବା ଉପରେ କାର୍ଯ୍ୟ କରୁଛୁ । ଇଣ୍ଡିଆ ଲାଇଭଲିହୁଡ୍ କଲେକ୍ଟିଭ୍ର ଅଂଶ ହୋଇଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ ଏବଂ ନିଶ୍ଚିତ ଅଛୁ ଯେ ଲକ୍ଷ୍ୟକୁ ଦ୍ରୁତ ଗତିରେ ହାସଲ କରିବାରେ ଏହି କଲେକ୍ଟିଭ୍ ସହାୟକ ହେବ ।’’ ଅର୍ଥନୈତିକ ମାନ୍ଦାବସ୍ଥା ଓ ବିଶ୍ୱ ମହାମାରୀ ସମୟରେ ଏଭଳି କଲେକ୍ଟିଭ୍ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରି କଲେକ୍ଟିଭ୍ର କ୍ୟୁରେଟର ଓ ସହଯୋଗୀ ପ୍ରତିଷ୍ଠାତା ଭୌମିକ ଶାହ କହିଛନ୍ତି ଯେ, “ଗ୍ରାମୀଣ ଅର୍ଥନୀତିରେ ଜୀବିକା ସୃଷ୍ଟି କରଯିବା ଲାଗି ଭାରତ ପାଖରେ ସୁଯୋଗ ରହିଛି ଯେଉଁଠାରେ ସିଏସ୍ଆର୍ ଫାଉଣ୍ଡେସନ, ଦାତବ୍ୟ ଅନୁଷ୍ଠାନ ଓ ଅଣ ଲାଭଦାୟକ ସଂସ୍ଥାଗୁଡ଼ିକ ଉନ୍ନତ ଆର୍ଥିକ ଅନ୍ତୁର୍ଭକ୍ତୀକରଣ, ଦକ୍ଷତା ଗଠନ, ମାର୍କେଟ ଲିଙ୍କେଜ୍ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମର ସଂପ୍ରସାରଣ ଜରିଆରେ ସ୍ଥାନୀୟ ଉଦ୍ୟମିତାକୁ ବଢ଼ାଇପାରିବେ । ସଠିକ ମାର୍ଗଦର୍ଶନ ଏବଂ ସହାୟତା ଜରିଆରେ ଆମର ସ୍ଥାନୀୟ ସଂସ୍ଥା ଓ ବଜାରରେ ନିଯୁକ୍ତି ଓ ଜୀବିକା ସୃଷ୍ଟି କରିବାର ଅନେକ ସୁଯୋଗ ରହିଛି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com