୧୨ ଜାନୁଆରୀ ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଟକ ରିପୋଟର ଅମୂଲ୍ୟ ବାରିକଙ୍କ ଠାରୁ :- ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଚିତାକର୍ଷକ ଆତସବାଜୀରେ , କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ବିଶ୍ୱ ପୁରୁଷ ହକୀ ମ୍ୟାଚ ମହୋତ୍ସବର ବିଗୁଲ ବାଜିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ଏଫଆଇଏଚର ସଭାପତି ତାୟନ ଇକରାମ ।
ଓଡିଶା ଏପରି ଆୟୋଜନ କରିଥିବାରୁ , ଆୟୋଜିତ ଉସ୍ଚବରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଜୟ ଜଗନ୍ନାଥ ଜୟ ଓଡିଶା କହି ନିଜର ବକ୍ତବ୍ୟ ରଖିଥିଲେ । ପରେ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଶ୍ରୀ ଠାକୁର ପ୍ରସଂଶାରେ କରିଥିଲେ । ଓଡ଼ିଶାରେ ହକୀର କ୍ରୀଡା ପ୍ରେମୀ ଭରପୁର ରହିଛନ୍ତି । ଫଳରେ ହକୀର ପ୍ରଚାର ପ୍ରସାର ହୋଇପାରୁଛି ।
ଓଡ଼ିଶାରେ ଲଗାତର ଦୁଇ ଥର ବିଶ୍ୱ ହକୀ ମ୍ୟାଚ ହୋଇପାରିଛି । ହକୀରେ ଭାରତ ୧୯୨୮ ,୧୯୩୨,୧୯୩୬ରେ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀ କହିଥିଲେ । ଏଫଆଇଏଚର ସଭାପତି ତାୟବ ଇକରାମ କହିଲେ ଯେ,
ହକୀ ଇଣ୍ଡିଆ କ୍ରମାଗତ ଭାବେ ଦୁଇ ଥର ହକୀ ବିଶ୍ୱ କପ ଆୟୋଜନ କରି, ହକୀ ପ୍ରତି ଉସ୍ଚରଗିକୃତ ମନୋଭାବକୁ ବିଶ୍ୱରେ ପରିପ୍ରକାଶ କରିପାରିଛି । ଏନେଇ ଓଡିଶା ସରକାରଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ବୋଲି କହିଥିଲେ ।

© 2023 Odisha Taza News.