ଓଡିଶା ତାଜା ନ୍ୟୁଜ୍ (୯ ଜୁନ୍ ମଙ୍ଗଳବାର) ନୟାଗଡ :- ନୟାଗଡ ମୁଖ୍ୟ ବସ ଷ୍ଟାଣ୍ଡ ଠାରେ ଥିବା ପୁଲିସ ଫାଣ୍ଡି ନିକଟରେ ଏହି ଲକଡାଉନ ପର୍ଯନ୍ତ ଅସ୍ଥାୟୀ ଭାବେ ପ୍ରବାସୀ ଶ୍ରମିକ ଅଭିଯୋଗ ପ୍ରକୋଷ୍ଠକୁ ଏଠାକାର ଜିଲ୍ଲାଜଜ ସମ୍ମାନୀୟା ରୂପଶ୍ରୀ ଚୌଧୁରୀ ଉଦଘାଟନ କରିଥିଲେ । ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆୟୋଜିତ ଏହି କାର୍ଯକ୍ରମ ବେଶ ଶୃଙ୍ଖଳିତ ଭାବେ ହୋଇଥିଲା ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପରିବାର ଅଦାଲତ ବିଚାରପତି ପ୍ରସନ୍ନ କୁମାର ମିଶ୍ର ସମେତ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ରା଼ଞ୍ଜୁଲତା ଲେଙ୍କା ପ୍ରମୁଖଙ୍କ ସମେତ ଜିଲ୍ଲା ଜଜ କୋର୍ଟ ର ପ୍ରଦୀପ ପଣ୍ଡା, ଗଦାଧର ବିଶ୍ୱାଳ କାର୍ଯ୍ୟକ୍ରମ କୁ ସୁନ୍ଦର ଭାବେ ଅନୁଷ୍ଠିତ କରି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମୀଣ ସହାୟତା କର୍ମୀ ଲିପ୍ସା ଦାସ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ପ୍ରମୋଦ ମହାନ୍ତି, ପ୍ରଫୁଲ୍ଲ ବେହେରା ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ । (ରିପୋର୍ଟ :- ରାମକୃଷ୍ଣ ରଥ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com