ଏ ସମ୍ପର୍କରେ ଖବର ପାଇ ମଧ୍ୟ ସ୍ଥାନୀୟ ତହସିଲ ଦାର, ରଣପୁର ଯୋଗାଣ ଅଧିକାରୀ ଓ ସମବାୟ ସମିତି ଆନ୍ଦୋଳନ କାରୀ ଙ୍କ ନିକଟରେ ଆଜି ପହଁଚିଲେ ନାହିଁ କି କୌଣସି ନିଷ୍ପତି କଲେ ନାହିଁ । ଓଲଟି ସେବା ସମବାୟ ସମିତିର ଜିଲ୍ଲା ଅଧିକାରୀ ମିଲରକୁ ଆଣି ପ୍ରତ୍ୟେକ୍ଷରେ ୫କେଜି ରୁ ଉର୍ଦ୍ଧ୍ଵ ଧାନ କ୍ୱିଣ୍ଟାଲ ପିଛା କାଟିବାକୁ କହିବାରେ ଚାଷୀ ମାନେ କ୍ଷୁବ୍ଧ ହୋଇ ଧାରଣା ରେ ସନ୍ଧ୍ୟା ପର୍ୟ୍ୟନ୍ତ ବସି ରହିଥିଲେ । ଧାନର ଗୁଣ ନିର୍ଧାରଣ କଲେ ମଧ୍ୟ ଚାଷୀମାନେ କଟନୀ ଛଟନି କୁ ଦୃଢ଼ ବିରୋଧ କରିବା,ମଣ୍ଡି ଅଞ୍ଚଳରେ ଦଲାଲି ପ୍ରକ୍ରିୟା ବନ୍ଦ କରିବାକୁ ଧ୍ରୁଢ଼ ଦାବୀ କରିଥିଲେ ମାତ୍ର କୌଣସି ନିଷ୍ପତି ହୋଇ ପାରିଲା ନାହିଁ ।
ତେଣୁ ଚାଷୀ ଙ୍କ ଦାବୀ ପ୍ରତି ସ୍ଥାନୀୟ ପ୍ରଶାସନ ଅତ୍ୟନ୍ତ ଅବହେଳା ଓ ଏଭଳି ବେଖାତିରି ପ୍ରତିବାଦ ରେ ଆସନ୍ତା କାଲି ତା-୧୨-୧-୨୦୨୩ରିଖ ୧୦ଟା ସମୟରେ ରାଜସୁନାଖଳା ୫୭ ନମ୍ବର ଜାତୀୟ ରାଜ ପଥକୁ ଅବରୋଧ କରିବେ ବୋଲି ଚାଷୀ ଆନ୍ଦୋଳନ ତରଫରୁ ଚରମ ଚେତାବନୀ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଦାୟୀ ରହିବେ ବୋଲି ସ୍ଥାନୀୟ ପୋଲିସି,ତହସିଲ ଦାର,ଓ ସମବାୟ ସମିତିକୁ ଲେଖି ଜଣାଇଛନ୍ତି । ଏହି ଆନ୍ଦୋଳନ କୁ ସମସ୍ତ ଚାଷୀ ସଫଳ କରିବାକୁ ନିବେଦନ କରିଛନ୍ତି ।
ଏହି ଆନ୍ଦୋଳନରେ ସି ପି ଆଇ (ଏମ) ତଥା ରଣପୁର ଚାଷୀ ଆନ୍ଦୋଳନର ନେତା ସୁରେଶ ସ୍ବାଇଁ,ସବ୍ୟସାଚୀ ସେନାପତି,ଦୁଃଶାସନ ଜେନା,ନିରଞ୍ଜନ ସ୍ଵାଇଁ, ମହନ୍ତ ଗୋପାଳ ଚରଣ ଦାସ,ଶ୍ୟାମସୁନ୍ଦର ସାମନ୍ତରାୟ,ସୁରଥ ପ୍ରଧାନ,ନିରଞ୍ଜନ ମହାପାତ୍ର,ବିଜୁଳି ମହାନ୍ତି,ଶତ୍ରୁଘନ ରାଉତ,,ରାଜକିଶୋର ପଟ୍ଟନାୟକ,କାହ୍ନୁ ଡାଳୁଆ,ଵଂସିଧର ନାୟକ,ସଞ୍ଜୟ ଦୋରା ପ୍ରମ୍ମୁଖ ନେତୃତ୍ୱ ନେଇଥିଲେ। ସୁରେଶ ସ୍ଵାଇଁ, ଚାଷୀ ଆନ୍ଦୋଳର ଆବାହକ ।

© 2023 Odisha Taza News.