ଓଡିଶା ତାଜା ନ୍ୟୁଜ୍ (୯ ଜୁନ୍ ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୬୧ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ପାରଳାଖେମୁଣ୍ଡି ସହର ଉପକଣ୍ଠର ଆର.ସୀତାପୁର ଗ୍ରାମରେ ଥିବା କୋଭିଡ୍ ହସ୍ପିଟାଲରେ ୨୮ଜଣ ଚିକିତ୍ସିତ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଗଜପତିକୁ ବାହାର ରାଜ୍ୟରୁ ଯଥା ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ଆଦି ଅଞ୍ଚଳରୁ ମୋଟ ୧୦.୬୧୧ ଫେରନ୍ତା ଗଜପତି ଜିଲ୍ଲା ପ୍ରବାସୀ ଆସିଥିଲେ ।
ଏମାନଙ୍କ ମଧ୍ୟରୁ ୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ସୁଦ୍ଦା ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୬୧ରୁ ୩୩ଜଣ ସୁସ୍ଥ ହେବା ଜିଲାବାସୀଙ୍କ ପାଇଁ ଏକ ଖୁସିଖବର ଏବଂ ଆଗକୁ ଆହୁରି କରୋନା ରୋଗୀ ସୁସ୍ଥ ହୋଇ ଫେରିବେ ବୋଲି ଜିଲାବାସୀ ଆଶା କରୁଛନ୍ତି । (ଗରୁଡ଼ ଧ୍ୱଜ ଚୌଧୁରୀ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com