No Result
View All Result
୧୧ ଜାନୁଆରୀ ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ପାଟଣାଗଡ଼ ବ୍ଳକ ବାଳିପଟା ପଞ୍ଚାୟତ ଖଳିଆ ଗାଁରେ ପାନୀୟ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନା ରେ ଗାଁ କୁ ପାନୀୟ ଜଳ ଯୋଗାଇ ଦେବାକୁ ପାଣିଟାଙ୍କି ନିର୍ମାଣ ହୋଇ ତିନିବର୍ଷ ବିତିଯାଇଥିଲେ ମଧ୍ୟ କାମରେ ଆସୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପାଣିଟାଙ୍କି ନିର୍ମାଣ ହୋଇସାରିଥିବା ବେଳେ ଘରକୁ ଘର ପାଣି ଯୋଗାଇଦେବାକୁ ଷ୍ଟାଣ୍ଢପୋଷ୍ଟ ନିର୍ମାଣ କରିନାହିଁ । ପାଣିଟାଙ୍କି ନିର୍ମାଣ ହୋଇଥିବା ସ୍ଥାନରେ ଗାର୍ଡୱ।ଲ ତିଆରି କରାଯାଇ ନାହିଁ ।
ବନ୍ଧର ମିଇଲା ପାଣି ପଶୁଥିବା ମଧ୍ୟ ଲିଖତ ଅଭିଯୋଗ କରିଛନ୍ତୀ । ଏନେଇ ଗ୍ରାମବାସୀ ଗ୍ରାମ୍ୟଜଳ ଯୋଗାଣ ଅଧିକାରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ମନୋଜ ଲୁହା ,କସ୍ତୁଭ ସାହୁ,ରାଜେନ୍ଦ୍ର ବନଛୋର,ବୁଡୁସାହୁ ,କିର୍ତ୍ତନ ସୁନା,କେଶବ ମାଝୀ,ଭରତ ସାହୁ,ଦେବରାଜ ମାଝୀ ପ୍ରମୁଖ ଦାବି ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

No Result
View All Result