No Result
View All Result
୧୧ ଜାନୁଆରୀ ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କୋରାପୁଟ :- କୋରାପୁଟ ସାମ୍ବାଦିକ ସଂଘର ଦ୍ବିବାର୍ଷିକ କର୍ମ କର୍ତ୍ତା ନିର୍ବାଚନ ତଥା ସାଧାରଣ ଅଧିବେଶନ ବୁଧବାର ସ୍ଥାନୀୟ ତେଲେଙ୍ଗିରି ଡେମ୍ ନିକଟସ୍ଥ ରାଣୀଗଡ଼ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏନେଇ ପ୍ରଥମେ ଏକ ବୈଠକ ବିଦାୟୀ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ସୁନାବେଡା ପୌରାଧ୍ୟକ୍ଷ ଡ. ରାଜେନ୍ଦ୍ର ପାତ୍ର ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପରୀକ୍ଷତ ବିଶ୍ବାଳ, ରାଜ୍ୟ ସଂଗଠନ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ସଂଘର ସାଧାରଣ ସଂପାଦକ ରାଜେନ୍ଦ୍ର କୁମାର ଗୌଡ଼ , ନିର୍ବାଚନ ଅଧିକାରୀ ଶଶଧର ରାଉତ, ଆଇନ ପରାମର୍ଶଦାତା ବାଲା ରାୟ, ଉପସ୍ଥିତ ଥିଲେ ।
ମୁଖ ଅତିଥି ଶ୍ରୀ ବାହିନୀ ରାଜ୍ୟ ସରକାର ସାମ୍ବାଦିକଙ୍କ ସୁରକ୍ଷା ଓ ଊନ୍ନିତ ପାଇଁ କାର୍ଯ୍ୟ କରିବା ପାଇଁ ଦାବୀ କରିଥିଲେ । ମଞ୍ଚାସୀନ ସମସ୍ତ ଅତିଥି ଓୟୁଜେ ଓ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (କେ. ଜେଡ. ଏସ. ଏସ)ର ବିଭିନ୍ନ ଗଠନ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସେହିପରି ରାଜ୍ୟ ସଭାପତି ତଥା ଜାତୀୟ ମହାସଚିବ ଶ୍ରୀ ପ୍ରସନ୍ନ କୁମାର ମହାନ୍ତି ଆଭାସୀ ମାଧ୍ୟମରେ ସମସ୍ତ ନବଗଠିତ କର୍ମ କର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଓୟୁଜେ ସଦାସର୍ବଦା ରାଜ୍ଯ ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କ ଦାବୀ ଉଠାଇ ଆସିଛି ବୋଲି କହିଥିଲେ। ପରେ ନିର୍ବାଚନ ଅଧିକାରୀ ଶଶଧର ରାଉତ ମନୋନୀତ ସମସ୍ତ କର୍ମ କର୍ତ୍ତାମାନଙ୍କ ନାମ ଘୋଷଣା କରିଥିଲେ ।
ଏଥିରେ ପରାମର୍ଶଦାତା ଭାବେ , ପରୀକ୍ଷିତ ବିଶ୍ଵାଳ, ଶରତ ନାୟକ ଥିବାବେଳେ, ମୁଖ୍ୟ ପୃଷ୍ଠପୋଷକ ଭାବେ ଭବାନୀ ଶଙ୍କର ମିଶ୍ର, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶଶଧର ରାଉତ, କଲ୍ୟାଣ ବୋର୍ଡ ଅଧ୍ୟକ୍ଷ, ଟି. ଗୋୖରୀ ଶଙ୍କର, ସଭାପତି- ଦିଲିପ ମହାନ୍ତି, କାର୍ଯ୍ୟକାରୀ ସଭାପତି, ରଞ୍ଜନ କୁମାର ଦାସ, ଉପସଭାପତି, ଗୋବିନ୍ଦ ରାଜୁ ସୁବୁଦ୍ଧି, ପ୍ରତାପ ନିମାଲ, ଅମିତାଭ ବେହେରା,ସାଧାରଣସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ସଙ୍ଗଠନ ସମ୍ପାଦକ ପରମେଶ୍ୱର ସାହୁ, ସମ୍ପାଦକ କଳ୍ପତରୁ ମହାନ୍ତି, ଶରତ ଧଳ, ରାଜଶେଖର ରାଓ, ଯୁଗ୍ମ ସମ୍ପାଦକତ୍ରିନାଥ ଖରା, ସହ ସମ୍ପାଦକ ସୁରେଶ ଲମତା, ସୁବ୍ରତ ମହାନ୍ତି, କୃଷ୍ଣଚନ୍ଦ୍ର ସ୍ବାଇଁ, କୋଷାଧ୍ୟକ୍ଷ- ଭଗବତୀ ଆଚାରୀ ଓ ଆଇନ ପରାମର୍ଶଦାତା ଭାବେ ଜୟନ୍ତ ମିଶ୍ର, ଵାଲା ରାୟଙ୍କୁ ମନୋନୀତ କରାଯାଇଛି । ଏଥିସହିତ ୧୧ ଜଣିଆ ଏକ କାର୍ଯ୍ଯକାରିଣୀ ସଦସ୍ଯ ମଣ୍ଡଳୀ ଗଠନ କରାଯାଇଛି ।

No Result
View All Result