No Result
View All Result
୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +2 ପ୍ରଥମ ବାର୍ଷିକ କଳା ବିଜ୍ଞାନ ବାଣିଜ୍ୟ ଛାତ୍ରୀ ଙ୍କ ସକାଶେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ,
ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଶାନ୍ତି ନାୟକ, ନାକ୍ ସଂଯୋଜକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, କାର୍ଯ୍ୟକ୍ରମ ର ସଂଯୋଜିକା ଡ଼ ସଂଯୁକ୍ତା ନାୟକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଉଦବୋଧନ ଦେଇଥିଲେ। ଅଧ୍ୟାପକ ଡ଼.ସୁଶାନ୍ତ କୁମାର ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମାଷ୍ଟର ଟ୍ରେନର କୌଶଳ ଶିକ୍ଷା ଦେଇଥିଲେ। ଉକ୍ତ ଉତ୍ସବରେ ଅଧ୍ୟାପିକା ସୁଲୋଚନା କହଁର ପ୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି ନିଜର ଅନୁଭୂତି ବଖାଣି ଥିଲେ। ଶେଷରେ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result