No Result
View All Result
୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :- ୬ ଅକ୍ଟୋବର ୨୦୨୨ରୁ କନ୍ୟାକୁମାରୀ ଠାରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ରବିନ୍ ସିଂ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ନିବାସୀ ଅଟନ୍ତି । “ଗ୍ରୀନ୍ ଇଣ୍ଡିଆ ମୁଭମେଣ୍ଟ” ନାମରେ ପର୍ଯ୍ୟାବରଣ ସୁରକ୍ଷାର ସଚେତନତା ବାର୍ତ୍ତା ସାରା ଦେଶରେ ପହଞ୍ଚାଇବା ପାଇଁ ରବିନ୍ ଯାତ୍ରା ଆରମ୍ଭ କରିଥିବା ବେଳେ ଯାତ୍ରାର ୯୫ତମ ଦିବସରେ ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ନଗରରେ ପ୍ରବେଶ କରିଥିଲେ ।
ଇତ୍ୟବସରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀଠାରେ ସଂସ୍କୃତି ଜ୍ଞାନ ପରୀକ୍ଷାର ପରିସମାପ୍ତି ପରେ ରବିନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରବିନ୍ “ପର୍ଯ୍ୟାବରଣକୁ ପରିଷ୍କାର ରଖିବା ଏବଂ ଏକ ସୁସ୍ଥ ଜୀବନ ଜୀଇଁବା”କୁ ନେଇ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଜିଲ୍ଲା କାର୍ଯ୍ୟ କର୍ତ୍ତା ନିରଞ୍ଜନ ମିଶ୍ର, ସଙ୍ଘର ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ଗୋବିନ୍ଦ ନାୟକ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀଙ୍କ ସମେତ ସଙ୍ଘର ବରିଷ୍ଠ କାର୍ଯ୍ୟକର୍ତ୍ତା, ଆଚାର୍ଯ୍ୟ/ଆଚାର୍ଯ୍ୟା, ଅଭିଭାବକ/ଅଭିଭାବିକା, ପରୀକ୍ଷାର୍ଥୀ ଏବଂ ସେବକ /ସେବିକା ଉପସ୍ଥିତ ଥିଲେ ।

No Result
View All Result