ଚଳିତ ଥର ଶ୍ରୀ ସେଠୀ ଙ୍କୁ ସାଧାରଣ ସଂପାଦକ ଭାବେ ମନୋନୀତ କରାଯାଇଥିବାରୁ ତାଙ୍କର ମନୋବଳ ଆହୁରି ଦୃଢ ହୋଇଛି ଓ ତାଙ୍କ ଦ୍ୱାରା ଭୁବନରେ ବିଜେଡି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି । ଜିଲ୍ଲା ଯୁବ ବିଜେଡି ଯୁଗ୍ମ ସଂପାଦକ ଶ୍ରୀକାନ୍ତ ସାହୁ ମଧ୍ୟ ଜଣେ ସଂଗଠକ ଭାବେ ପରିଚିତ । ଗତ ପୌର ନିର୍ବାଚନରେ ଉଭୟ ତାଙ୍କର ଯୋଗ୍ୟତା ଓ ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ନବୀନ ସରକାରଙ୍କ ଲୋକାଭୀମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକୁ ଘରେ ଘରେ ପହଁଚାଇ ଲୋକଙ୍କୁ ଅବଗତ କରାଇବା ସହିତ ସୁଫଳ ପ୍ରଦାନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି କହିବା ସହ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ସାଂସଦ ମହେଶ ସାହୁ , ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଓ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

© 2023 Odisha Taza News.