୯ ଜାନୁଆରୀ ସୋମବାର,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଫୁଲବାଣୀ :- କନ୍ଧମାଳ ଜ଼ିଲ୍ଲା ରେ କ ନୂଆଗାଁ ବ୍ଲକ ମହାସିଙ୍ଗ ପଂଚାୟତ ରେ ଏକ ହସ୍ପିଟାଲ ଓ ଫୁଲବାଣୀ ବ୍ଲକ ଗଞ୍ଜୁଗୁଡା ପଂଚାୟତ ର ବରପଦା ମୌଜାରେ ଆଜି କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଦ୍ୱାରା 200ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ଓ କିସ ସ୍କୁଲ ପାଇଁ ଭୂମି ପୂଜନ କାର୍ଯ୍ୟ ସହିତ ଶିଳାନ୍ୟାସ କରାଯାଇଛି | ଏହି ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟରେ କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ଓ କନ୍ଧମାଳ ଏସପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର,ବିହନ ନିଗମର ଅଧକ୍ଷ ଶ୍ରୀ ବିଜୟ କୁମାର ନାୟକ, ଫୁଲବାଣୀ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ସସ୍ମିତା କହଁର ଓ ସ୍ଥାନୀୟ ଗଞ୍ଜୁଗୁଡା ପଂଚାୟତ ର ସରପଞ୍ଚ ଶ୍ରୀ ଆଲୋକ କହଁରଓ ଫୁଲବାଣୀ ଡ଼ିଏଫଓ ଶ୍ରୀ ପ୍ରଶାନ୍ତ ପଟେଲ ଉପସ୍ଥିତ ଥିଲେ | ଏହା ଦ୍ୱାରା କନ୍ଧମାଳ ଜିଲାରଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ସ୍ୱାସ୍ଥ୍ୟ ସେବା ପାଇବା ସହିତ ଉତ୍ତମ ଶିକ୍ଷା ଗ୍ରହଣ କ୍ଷେତ୍ରରେ ସୁବିଧା ଜନକ ସୁବିଧା ପାଇପାରିବେ | ଫୁଲବାଣୀ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ସସ୍ମିତା କହଁର ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ ଙ୍କ ଏହି କାର୍ଯ୍ୟକ୍ରମ କୁ ଏକ ଆମପାଇଁ ଐତିହାସିକ ଦିନ ସ୍ମରଣୀୟ ହୋଇରହିବ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ, ଓ ଗଞ୍ଜୁଗୁଡା ସରପଞ୍ଚ ଶ୍ରୀ ଆଲୋକ କହଁର ନିଜ ବକ୍ତବ୍ୟରେ ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ କୁ ଏକ ଯୁଗାନ୍ତ କାରି ପଦ କ୍ଷେପ ବୋଲି ଅଭିହିତ କରିଥିଲେ | ଏସପି ଶୁଭେନ୍ଦୁ ପାତ୍ର ଏହି କାର୍ଯ୍ୟକ୍ରମ କୁ ଆନ୍ତରିକ ଭାବେ ସ୍ୱାଗତ କରିଥିଲେ |ବିଶେଷ ତ କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ଆଜିର କାର୍ଯ୍ୟକ୍ରମ କୁ ସ୍ୱାଗତ କରିବା ସହିତ କୀଟ କିସ ଫାଉଣ୍ଡେସନ ତରଫରୁ ଜିଲ୍ଲାରେ ହାତକୁ ନିଆଯାଉଥିବା ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାଦାନ କାର୍ଯ୍ୟକ୍ରମ ଜିଲ୍ଲା ପାଇଁ ଗ୍ରହଣୀୟ ହୋଇପାରିବ ଓ ତା ସହିତ ଜିଲ୍ଲାରେ ଥିବା କୁଷ୍ଠ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଓ ସେମାନଙ୍କର ରକ୍ଷଣା ବେକ୍ଷଣ କରିବାପାଇଁ କୁଷ୍ଠ ରୋଗୀ ମାନଙ୍କୁ ଅଢ଼ାପ କରିଛି | ଦେଶରେ 112ଟି ଗରିବ ଜିଲ୍ଲା ମଧ୍ୟରେ କନ୍ଧମାଳ ଜିଲ୍ଲା 93 ନମ୍ୱର ରେ ଓ ପୂର୍ବତନ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡି ଙ୍କ କାର୍ଯ୍ୟକାଳ ସମୟରେ 46ନଂ ଓ ବର୍ତମାନ କନ୍ଧମାଳ ଜିଲ୍ଲାର ସ୍ଥାନ 9 ନମ୍ବର ରେ ଅଛିବୋଲି ଡ଼ଃ ଅଚ୍ୟୁତ ସାଂସଦ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ | କୀଟ କିସ ଫାଉଣ୍ଡେସନ ତରଫରୁ 3ଟି ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ ସେବା ପାଇଁ ଓ ଉତ୍ତମ ଶିକ୍ଷାଦାନ ଯୋଗାଇଦେବା ପାଇଁ ହସ୍ପିଟାଲ ଓ ସ୍କୁଲ ନିର୍ମାଣ କରାଯିବ ବୋଲି କହିଥିଲେ , ବିଶେଷ ତ ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବତନ ଜିଲ୍ଲାପାଳ ଡ଼ଃ ବୃନ୍ଦା ଙ୍କ ଜମି ଯୋଗାଇବା ଅବଦାନ କୁ ଭୁୟସୀ ପ୍ରଶଂସା କରିଥିଲେ | ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିର୍ଣ୍ଣ ବ୍ଲକ ରୁ ନିର୍ବାଚିତ ପ୍ରତିନିଧି ମାନଙ୍କ ସହିତ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ତଥା ଜିଲ୍ଲାର କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l