No Result
View All Result
୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- ବୈପାରିଗୁଡା ବ୍ଲକର ଆଜି ୩ ଟି ସ୍ଥାନରେ ଧାନଗଦା ଓ ଧାନଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜଳିଗଲା ଅମଳ ପାଇଁ ଗଦା ହୋଇଥିବା ଧାନ । ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଂଚାୟତର ମିନିରବାଲି ,ଚନ୍ଦ୍ରପଡା ପଂଚାୟତର ଖରାଗୁଡା ଗ୍ରାମରେ ଥିବା ପାଳଗଦାରେ ନିଆଁ ଲାଗିଥିବା ବେଳେ ବୋଦାପୁଟ ପଂଚାୟତର ରାଉତଗୁଡା ପାଖ ଜାମିଲିଗୁଡା ଗ୍ରାମରେ ଥିବା ଧାନଗଦାରେ ନିଆଁ ଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ଘଟଣାସ୍ଥଳରେ ବୈପାରିଗୁଡା ଅଗ୍ନିଶମ ବାହିନୀ ର ଓଆଇସି ଉମେଶ ବାଘଙ୍କ ନେତୁତ୍ବରେ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାର ଜଣାପଡିଛି ! ତେବେ କେଉଁ କାରଣ ଯୋଗୁଁ ନିଆଁ ଲାଗିଛି ଏବଂ କ୍ଷୟକ୍ଷିତି ବିଷୟରେ ଏବେ ପର୍ଯ୍ଯନ୍ତ ସଠିକ୍ ସୂଚନା ହସ୍ତର୍ଗତ ହୋଇପାରିନି ।ନିଆଁ ଲିଭା କାର୍ଯ୍ଯରେ କର୍ମଚାରୀମାନେ ନିୟୋଜିତ ଥିବାବେଳେ ସେମାନେ ଆସିଲେ ହିଁ ସଠିତ ତଥ୍ଯ ଦିଆଯାଇପାରିବ ବୋଲି କହିଛନ୍ତି ଅଗ୍ନିଶମ ବିଭାଗ ର ଅଧିକାରୀ !

No Result
View All Result