ରଣପୁର ବିସି ହାଇସ୍କୁଲ ରେ ଏନ୍ ସିସି ଖୋଲିବାକୁ ମହୋତ୍ସବ ର ବିଶିଷ୍ଟ ଅତିଥି କର୍ଣ୍ଣେଲ ପ୍ରସନ୍ନ ପଣ୍ଡା ଘୋଷଣା କରିଥିଲେ ।
୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ଭରପୁର ଦର୍ଶକଙ୍କ ଗହଣରେ ଲୋକମାନେ ଚତୁର୍ଥ ସନ୍ଧ୍ୟାର ମଜା ଉଠାଇଥିଲେ । ବିଶେଷ ଆକର୍ଷଣ ରେ ଚିଲିକା ରାଣୀ ମହିଳା ପାଇକ ଆଖଡ଼ା ,
ସିଂଘାରୀ ଏଣ୍ଟରଟେନ ମେଣ୍ଟ ହଜାର ହଜାର ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଶ୍ରୀ ଜିତୁ ମିତ୍ର , ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ନିର୍ଦ୍ଦେଶକ ଡ ଉମେଶ ଚନ୍ଦ୍ର ଜେନା , ସମ୍ମାନିତ ଅତିଥି ଭାବେ ରାଜ୍ୟ ଖାଉଟି ଫୋରମ୍ ଶ୍ରୀ ନାରାୟଣ ମହାପାତ୍ର , ନୟାଗଡ ମୁଖ୍ୟ କାର୍ଯ୍ୟନର୍ବାହୀ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ରାୟ, ରଣପୁର ଏନ୍ଏସି ଉପାଧ୍ୟକ୍ଷ ଶ୍ରୀ ବିଶ୍ଵ ରଞ୍ଜନ ପଟ୍ଟନାୟକ , ଐତିହାସିକ ଶ୍ରୀ ସତ୍ୟବାଦି ବଳିଆରସିଂହ , ପୁରୀ ଏନସିସି ର କମାଣ୍ଡିଂ ଅଫିସର୍ କର୍ଣ୍ଣେଲ ପ୍ରଶନ୍ନ ପଣ୍ଡା , ଜିଲ୍ଲାପରିଷଦ ଚେୟାରମ୍ୟାନ ଇଂ ଦେବାଶିଷ ପଟ୍ଟନାୟକ , ମହୋତ୍ସବ କମିଟି ର ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର , ଆବାହକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ରାୟ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସଭାରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ । ରଣପୁର ବିସି ହାଇସ୍କୁଲ ରେ ଏନ୍ ସିସି ଖୋଲିବାକୁ ମହୋତ୍ସବ ର ବିଶିଷ୍ଟ ଅତିଥି କର୍ଣ୍ଣେଲ ପ୍ରସନ୍ନ ପଣ୍ଡା ଘୋଷଣା କରିଥିଲେ । ଏଥିସହିତ ରଣପୁର ରେ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପ୍ରତିଷ୍ଠା କରିଥିବା ରଣପୁର ଗଡ ର ରାଜା ଶ୍ରୀ ଉଦ୍ଧବ ନରେନ୍ଦ୍ର ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବାକୁ ମୂଖ୍ୟ ବକ୍ତା ଐତିହାସିକ ସତ୍ୟବାଦୀ ବଳିଆରସିଂହ ଦାବୀ କରିଥିଲେ । ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ କୁଇଜ ପ୍ରତି ଯୋଗିତା କରାଯାଇଥିଲା। ସଭାକାର୍ଯ୍ୟ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ତତ୍ ପରେ ମଞ୍ଚ ଉପରେ ସ୍ନେକ ହେଲ୍ପ ଲାଇନ ର କର୍ମି ଅଜୟ କୁମାର ଦାସ ଓ ମୁଣ୍ଡ ପୋତା କେଳା ନୃତ୍ୟ ମାଧ୍ୟମରେ ସାପ କାମୁଡ଼ାରୁ କିପରି ନିଜକୁ ବଞ୍ଚାଇ ପାରିବ ଏହାର କୌଶଳତା ପ୍ରଦଶନ କରି ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ଅର୍ଜୁନ ମହୋତ୍ସବ ର ଚତୁର୍ଥ ସଂଧ୍ୟାରେ ଦୋକାନ ବଜାର ରେ ବହୁଳ ମାତ୍ରାରେ ଗହଳି ପରିଲକ୍ଷିତ ହୋଇଥିଲା । ରଣପୁର ଆଇଆଇସି ନିହାର ରଞ୍ଜନ ମହାନ୍ତି ଙ୍କ ନେତୃତ୍ବରେ ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।