ନୟାଗଡ ବିଧାୟକ ଅରୁଣ କୁମାର ସାହୁ ତାଙ୍କ ଅଭିଭାଷଣରେ ଗୁଜୁରାଟ ଅର୍ଥନୀତି ସହ ଓଡିଶା ଅର୍ଥନୀତିକୁ ତୁଳନା କରିଥିଲେ ।
୦୭ ଜାନୁଆରୀ ଶନିବାର (୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଅର୍ଜୁନର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଭରପୂର ଦର୍ଶକଙ୍କ ଗହଣରେ ଲୋକମାନେ ତୃତୀୟ ସନ୍ଧ୍ୟାରେ ମଜା ଉଠାଇ ଥିଲେ । କଟକର ସିଙ୍ଗମ ଡ୍ୟାନ୍ସ, କୋରାପୁଟର ତୁରୁମା ଡ୍ୟାନ୍ସ, ମଣିପୁରୀ, କଥକ, ଗୁରୁରାଟ ଦାଣ୍ଡିଆ ପଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।ତୃତୀୟ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର, ମୂଖ୍ୟ ବକ୍ତା ଭାବେ ନୟାଗଡ ବିଧାୟକ ଡଃ ଅରୁଣ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ବୀରମହରାଜପୁର ବିଧାୟକ ତଥା ପରିବହନ ବିଭାଗର ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ରଣପୁର ତହସିଲଦାର ପ୍ରଭାକର ପଣ୍ଡା, ମହୋତ୍ସବ କମିଟିର ସଭାପତି ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ,ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆବାହକ ପୂର୍ଣ୍ଣ ଚନ୍ଦ୍ର ରାୟ ପ୍ରମୂଖ ଉପସ୍ଥିତ ଥିଲେ । ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ମହୋତ୍ସବ କମିଟିର ସଂଯୋଜକ ଇଂ ଦେବାଶିଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ସାଂସଦ ପିନାକି ମିଶ୍ର , ନୟାଗଡ ବିଧାୟକ ଅରୁଣ କୁମାର ସାହୁ ତାଙ୍କ ଅଭିଭାଷଣରେ ଗୁଜୁରାଟ ଅର୍ଥନୀତି ସହ ଓଡିଶା ଅର୍ଥନୀତିକୁ ତୁଳନା କରିଥିଲେ । ସଭା ଶେଷରେ ସାମ୍ବଦିକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଅପରାହ୍ଣ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ ପ୍ରତିଯୋଗିତା କରାଯାଇଥିଲା । ଏହି କୁଇଜ ପ୍ରତିଯୋଗିତାକୁ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର, ଚିତରଂଜନ ଦାଶ, ଜ୍ୟୋତି ରାଞ୍ଜନ ଦାଶ, ପ୍ରଭାତ କୁମାର ପଣ୍ଡା,ମାନସ ରଂଜନ ପଟ୍ଟନାୟକ ପ୍ରମୂଖ ପରିଚାଳନା କରିଥିଲେ । ଏହା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିଥିଲେ । ସେଥି ମଧ୍ୟରୁ ସୋମ୍ୟ ରଞ୍ଜନ ରଣା, ସତ୍ୟଜିତ ମହାରଣା, ଶାଶ୍ୱତ ବେହେରାଙ୍କ ନେତୃତ୍ୱରେ ହୋଇଥିବା ଓଡିଆ ପୁଅ ନୃତ୍ୟଟି ଅତ୍ୟନ୍ତ ଆକର୍ଷଣୀୟ ଥିଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା । ସଭାକାର୍ଯ୍ୟ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଓଟିଭିର ଗ୍ରେଟ ପଲିଟିକାଲ ସର୍କସ ଟିମ ଓ କଳାହାଣ୍ଡି ଘୁମୁରି ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଂଚ କାର୍ଯ୍ୟ ପରିଚାଳନା କରିଥିଲେ । ପୂର୍ବାହ୍ଣରେ ଏକ କବି ସମ୍ମିଳନୀ ହୋଇଥିଲା । ଏହି କବି ସମ୍ମିଳନୀରେ ଜ୍ୟୋତି ରଂଜନ ଦାଶ, ଶେଖ ଅବଦୁଲ ଖାଲିକ, ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୬୦ ଜଣ କବି ଯୋଗ ଦେଇଥିଲେ । ପୋଲିସ ବିଭାଗ ଓ ଦମକଳ ବାହିନୀ ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।