No Result
View All Result
୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗ୍ରାମର ପ୍ରକାଶ ଚନ୍ଦ୍ର ମିଶ୍ର ଙ୍କରେଙ୍ଗାଳୀ ବାମକେନାଲ କାର୍ଯ୍ୟାଳୟ ସମ୍ମୁଖରେ ଗାଡି ଡିକି ଭାଙ୍ଗି ଦୁଇ ଦୁର୍ବୃତ୍ତ ଲୁଟି ନେଇଛନ୍ତି I ଆଜି ଦିନ 11 ଟା ସମୟରେ ଷ୍ଟେଟବ୍ୟାଙ୍କରୁ ପଚାଶ ହାଜର ଟଙ୍କା ଉଠାଇ ଫେରିବା ବାଟରେ ଜଳଖିଆ କିଣିଥିଲେ। ସେହି ସମୟରେ ଦୁଇଜଣ ଦୁବୁର୍ତ୍ତ ପ୍ରକାଶକୁ ଅନୁଶରଣ କରି ଜଳଖିଆ ଦୋକାନ ସମ୍ମୁଖରେ ଡିକିଭାଙ୍ଗି ଟଙ୍କା ଲୁଟି ନେଇଥିବା ପ୍ରକାଶ ଅଭିଯୋଗ କରିଛନ୍ତି ।
ପ୍ରକାଶ ନିଜ ଘର କାର୍ଯ୍ୟରେ ମୂଲ ମଜୁରୀ ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ଆଣିଥିବା ଜଣାପଡିଛି I ଏ ସମ୍ପର୍କରେ ଥାନା ରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୁଲିସ ପହଂଚି ପାଖ ଦୋକାନ ର ସିସିଟିଭି ଫୁଟେଜରୁ ଫଟୋ ସଂଗ୍ରହ କରି ତଦନ୍ତ ଚଳାଇଛି I

No Result
View All Result