No Result
View All Result
୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଭୁବନ :- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ୱେଚ୍ଛାସେବୀ ମାନଙ୍କୁ ସେବା ହିଁ ପରମ ଧର୍ମ , ସେବାକୁ ସମସ୍ତେ ନିଜ କର୍ତବ୍ୟ ବୋଲି ଭାବିବା ଦାରକାର ,ସେବା ଦେଇଥିଲେ ନିଶ୍ଚୟ ସେବା ପାଇବ ବୋଲି ମତବ୍ୟକ୍ତ କରିଥିଲେ ।
ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ନିଜେ ଶିଖିବା ଓ ପରବର୍ତି ସମୟରେ ଜୀବନ ଯାପନରେ ଶିଖିଥିବା କାର୍ଯ୍ୟକୁ ଲଗାଇଲେ ଏକ ସମୃଦ୍ଧ ଭାରତ ଗଠନ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟତମ ବକ୍ତା ଡ. ମମତା ପାତ୍ର ଜାତୀୟ ସେବା ଯୋଜନା ସଂପର୍କରେ ଆଲୋକ ପାତ କରିଥିଲେ । ପ୍ରୋଗ୍ରାମ ଅଫିସର ନିରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିର ସପ୍ତାହ ବ୍ୟାପି ଚାଲିବ ଓ ଆସନ୍ତା ୧୩ ତାରିଖରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ଏହି ଶିବିରରେ ୫୦ ଜଣ ସ୍ୱେଚ୍ଛାସେବୀ ଙ୍କ ସହିତ କର୍ମଚାରୀ ଲକ୍ଷ୍ମଣ ସାହୁ , ସୁନିଲ ପଟନାୟକ , ରଙ୍ଗଲତା ସାହୁ , ନିର୍ମଳା ସାହୁ ଯୋଗଦାନ କରିଥିଲେ ।
No Result
View All Result