• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଓଡିଶା ଜନସମ୍ବାଦ ଭର୍ଚୁଆଲ ର‌୍ୟାଲିକୁ ସମ୍ଭୋଧିତ କଲେ ଗୃହମନ୍ତ୍ରୀ ଅମିତ ଶାହା ମୋଦି ଓଡିଶାବାସୀଙ୍କ ସହିତ ଚଟାଣ ଭଳି ଠିଆ ହୋଇଛନ୍ତି : ଅମିତ ଶାହା

Proprietor Abhimanyu Maharana by Proprietor Abhimanyu Maharana
June 8, 2020
in Uncategorized, ଓଡ଼ିଶା, ଦେଶ, ରାଜନୀତି, ହୋମ୍
0
ଓଡିଶା ଜନସମ୍ବାଦ ଭର୍ଚୁଆଲ ର‌୍ୟାଲିକୁ ସମ୍ଭୋଧିତ କଲେ ଗୃହମନ୍ତ୍ରୀ ଅମିତ ଶାହା  ମୋଦି ଓଡିଶାବାସୀଙ୍କ ସହିତ ଚଟାଣ ଭଳି ଠିଆ ହୋଇଛନ୍ତି : ଅମିତ ଶାହା
Share on FacebookShare on TwitterWhatsapp


1.ଓଡିଶାକୁ ବିଜେପିର ଅଭେଦ୍ୟ ଗଡ କରିବା ପାଇଁ ଶାହା ଦେଲେ ଆହ୍ୱାନ
2.ବିଜେପି କ୍ଷମତାକୁ ଆସିଲେ ହିଁ ଓଡିଶାର ବିକାଶ ହେବ
3.ମୋଦି ଓଡିଶାର ବିକାଶ ପାଇଁ ସମର୍ପିତ
4.ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ୧୦୦ କୋଟିର କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି

ଓଡିଶା ତାଜା ନ୍ୟୁଜ୍ (୦୮ ଜୁନ୍ ସୋମବାର) ଭୁବନେଶ୍ୱର ,ବିଜେପି :- ଭୁବନେଶ୍ୱର,ଓଡିଶା ପାଇଁ ମୋଦି ସରକାର ଗତ ୬ ବର୍ଷରେ ଯାହା କରିଛନ୍ତି ତାହା କଂଗ୍ରେସ ସରକାର ୭୦ ବର୍ଷରେ କରିପାରି ନଥିଲା । ୧୩ତମ ବିତୀୟ ଆୟୋଗ ସୁପାରିଶ ଅନୁସାରେ କଂଗ୍ରେସ ସରକାର ଓଡିଶାକୁ ୭୯ହଜାର ଟଙ୍କା ପ୍ରଦାନ କରିଥିଲେ । ମୋଦି ସରକାର ୧୪-୧୯ ବର୍ଷ ମଧ୍ୟରେ ୧୪ତମ ଅର୍ଥ କମିଶନ ସୁପାରିଶ ଅନୁସାରେ ୨ ଲକ୍ଷ ୧୧ ହଜାର ୫୧୦ କୋଟି ଅନୁଦାନ ଦେଇଛନ୍ତି । ସେହିପରି କେନ୍ଦ୍ରୀୟ ଯୋଜନାରେ ୧ ଲକ୍ଷ ୩ ହଜାର କୋଟି, ପେଟ୍ରୋଲିୟମରେ ୧ ଲକ୍ଷ ୩୭ ହଜାର କୋଟି, ଖଣି ନିଲାମରେ ୭୧ ହଜାର କୋଟି, କାମ୍ପା ଫଣ୍ଡ ୫ ହଜାର ୯ ଶହ କୋଟି, ଡିଏମଏଫରେ ୧୦ ହଜାର କୋଟି, ଏସଡିଆରଏଫରେ ୪ ହଜାର ୭୮୩ କୋଟି, ଏମଜିନରେଗାରେ ୭୭୬୨ କୋଟିର କେନ୍ଦ୍ରୀୟ ପାଣ୍ଠି ସହାୟତା ଆଦିକୁ ମିଶାଇ ମୋଟ ୫ ଲକ୍ଷ ୫୨ ହଜାର ୧୦୯ କୋଟି ପ୍ରଦାନ କରିଛନ୍ତି । ମୋଦି ସରକାର ଓଡିଶାର ବିକାଶ ପାଇଁ ସବୁବେଳେ ସମର୍ପିତ । ମୋଦି ଓଡିଶାବାସୀଙ୍କ ସହିତ ସବୁବେଳେ ସବୁସମୟରେ ଚଟାଣ ଭଳି ଠିଆ ହୋଇଛନ୍ତି । ଓଡିଶାର ଜନତାଙ୍କ ଆର୍ଶିବାଦ ନଥିଲେ ଏହା ସମ୍ଭବ ହୋଇପାରି ନଥାନ୍ତା ବୋଲି ଆଜି ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୁରଣ ଉପଲକ୍ଷେ ଆୟୋଜିତ ଭର୍ଚୁଆଲ ର‌୍ୟାଲିରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ।

ଲୋକସଭା ନିର୍ବାଚନରେ ବିଜେପି ୩୮.୪% ଭୋଟ ଏବଂ ୮ ଜଣ ଲୋକସଭା ସାଂସଦଙ୍କୁ ବିଜୟୀ କରି ମୋଦିଜୀଙ୍କ ହାତମୁଠାଙ୍କୁ ଟାଣ କରିଛନ୍ତି ଓଡିଶାର ଜନତା । ଓଡିଶାବାସୀ ଦାର୍ଘ ୨୦ ବର୍ଷ ଧରି ବିରୋଧୀ ଦଳ ଥିବା କଂଗ୍ରେସକୁ ପଛରେ ପକାଇ ବିଜେପି ପ୍ରମୁଖ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି । ୯୧ ଲକ୍ଷରୁ ଅଧିକ ଭୋଟ ବିଜେପିକୁ ଦେଇଛନ୍ତି । ଏହା ଫଳରେ ରାଜ୍ୟର ୨ ଜଣ ଓଡିଆ ଆଜି କ୍ୟାବିନେଟରେ ମନ୍ତ୍ରୀ ହୋଇଛନ୍ତି । ଓଡିଶା ଲୋକେ ମୋଦି ସରକାର ଉପରେ ଯେଉଁ ଆଶା ରଖିଛନ୍ତି, ସେହି ଆଶା ବିଜେପି ସରକାର ପୁରଣ କରିବେ ଏବଂ ଓଡିଶାକୁ ବିକଶିତ ପ୍ରଦେଶରେ ପରିଣତ କରିବୁ ବୋଲି ଶ୍ରୀ ଶାହା କହିଛନ୍ତି । ଶ୍ରୀ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ପ୍ୟାକେଜ ମାଧ୍ୟମରେ ମୋଦି ସରକାର ୧ଲକ୍ଷ ୭୦ ହଜାର କୋଟି ସାରା ଦେଶପାଇଁ ଅନୁଦାନ ବ୍ୟବସ୍ଥା କରିଛନ୍ତି । କରୋନା ଲକଡାଉନ ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୩.୨୪ କୋଟି ହିତାଧୀକାରିଙ୍କୁ ମିଳିଛି ମାସିକ ୫ କିଲୋ ହିସାବରେ ୩ ମାସ ପାଇଁ ଆଗୁଆ ଚାଉଳ । ଏ ବାବଦରେ ଖର୍ଚ୍ଚ କରିଛନ୍ତି ୧୪୬୧ କୋଟି ଟଙ୍କା । ୯୩ ଲକ୍ଷ ପରିବାରଙ୍କୁ ୩ ମାସ ପାଇଁ ଡାଲି ଦିଆଯାଇଛି । ଏ ବାବଦରେ ୨୭୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବାର୍ଧ୍ୟକ ଭତା ପାଉଥିବା ୧୪ ଲକ୍ଷ ୬୬ ହଜାର ବୃଦ୍ଧା ବୃଦ୍ଧଙ୍କୁ ଅଗ୍ରିମ ୧୦୦୦ ଟଙ୍କାର ପେନସନ ଦିଆଯାଇଛି । ଏ ବାବଦରେ ୧୪୬.୭ କୋଟି ଟଙ୍କା ବ୍ୟୟ ହୋଇଛି । ୫.୨୫ଲକ୍ଷ ବିଧବା ମା’ ମାଉସୀଙ୍କ ପାଇଁ ୧ ହଜାର ଟଙ୍କା ହିସାବରେ ୫୨ କୋଟି ଟଙ୍କା, ୮୬, ୭୬୧ ଜଣ ଦିବ୍ୟାଙ୍କ ଭାଇ ଭଉଣୀ ମାନଙ୍କ ପାଇଁ ୧ ହଜାର ଟଙ୍କା ହିସାବରେ ୮.୭ କୋଟି ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି । ୨୮ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି । ଏ ବାବଦରେ ଖର୍ଚ୍ଚ ହୋଇଛି ୪୧୮ କୋଟି ଟଙ୍କା । ୪୭.୪୭ ଲକ୍ଷ ଉଜ୍ଜଳା ହିତାଧିକାରିଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଇଛି । ମୋଦି ସରକାର ଏବାବଦରେ ଓଡିଶା ପାଇଁ ଖର୍ଚ୍ଚ କରିଛନ୍ତି ୧୧୦୩ କୋଟି ।

ସେହିପରି ପ୍ରତି ଘରେ ଟ୍ୟାପ ଯୋଗେ ଶୁଦ୍ଧ ପିଇବା ପାଣି ପହଚାଂଇବା ପାଇଁ କେନ୍ଦ୍ରୀୟ ଜଳ ଜିବନ ମିଶନ ଅଧିନରେ ଓଡିଶା ପାଇଛି ୮୧୨ କୋଟି ଟଙ୍କା । ଫନି ମୁକାବିଲା ପାଇଁ ମିଳିଥିଲା ମୋଟ ୪୬୭୯ କୋଟି ଟଙ୍କା । ଅମ୍ଫାନ ବାତ୍ୟା ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଓଡିଶାକୁ ଦେଇଛନ୍ତି । ୨୪ ଲକ୍ଷ ପରିବାରଙ୍କୁ ମିଳିଛି ମାଗଣା ବିଦ୍ୟୁତ ସଂଯୋଗ । ପ୍ରଧାନମନ୍ତ୍ରୀ ଉଜ୍ଜାଳା ଯୋଜନାରେ ଇଛି ୫.୨୨ କୋଟି ବିଜୁଳି ବଲବ୍ ବଂଟାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି । ଓଡିଶାର ଭିତିଭୂମି ବିକାଶ ପାଇଁ କେନ୍ଦ୍ରର ମୋଦି ସରକାର ଅର୍ଥର ଅଭାବ କରିନାହାନ୍ତି । ଦୀଘା-ଗୋପାଳପୁର କୋଷ୍ଟାଲ ହାଇେଓ ପାଇଁ ୯୦୦୦ କୋଟି, କଟକ-ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ପାଇଁ ୪୫୦୦ କୋଟି, ଭାରତମାଳା ପରିଯୋଜନାରେ ଭୁବନେଶ୍ୱରରେ ୬୮ କିମି ରାସ୍ତା, ପାରାଦ୍ୱୀପ-ହରିଦାଶପୁର ରେଳ ଲାଇନ ପାଇଁ ୧୮୯୯ କୋଟି, ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ଲାଇନ ପାଇଁ ୩୭୯୧ କୋଟି, ତାଳଚେର ବିମଳାଗଡ ରେଳ ପ୍ରକଳ୍ପ ପାଇଁ ୧୯୨୮ କୋଟି, ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ପାଇଁ ୧୨୦୩ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି । ସେହିପରି ପାରାଦ୍ୱୀପରେ ପେଟ କୋକ ଗ୍ୟାସିଫିକେସନ ପ୍ରକଳ୍ପ ପାଇଁ ୧୧,୩୦୦ କୋଟି, ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ୧୦୦ କୋଟିର କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି ।

ବିଜେପି କ୍ଷମତା ହାତେଇବା ପାଇଁ ରାଜନୀତି କରେ ନାହିଁ । ସଙ୍ଗଠନ ମାଧ୍ୟମରେ ଜନ ସଂପର୍କ କରିବା ସହ ଲୋକଙ୍କ ସମସ୍ୟା ବୁଝିବା ଏବଂ ସରକାରୀ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଜଣାଇବାର କାର୍ଯ୍ୟ କରିଥାଏ । ସରକାରର ପ୍ରଥମ ବର୍ଷଠୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ପ୍ରତି ବର୍ଷ ଜନତାଙ୍କୁ ହିସାବ ଏହିଭଳି ଜନସମ୍ବାଦ ର‌୍ୟାଲି ମାଧ୍ୟମରେ ଦେଇଆସିଛି । କରୋନା ମହାମାରୀ ସମଗ୍ର ବିଶ୍ୱ ଏବଂ ମାନବ ଜାତି ପାଇଁ ଏକ ଚ୍ୟାଲେଂଜ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ମୋଦୀଜି କହିଛନ୍ତି ମହାମାରୀରୁ ଦୂରେଇ ରହିବା ପାଇଁ ୨ ଗଜ ଦୂରତା ଅବଲମ୍ବନ କରିବା ଦରକାର । ଭର୍ଚୁଆଲ ରାଲି ମାଧ୍ୟମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ରାଲିକୁ ଆରମ୍ଭ କରିଛନ୍ତି । ଦେଶର ଲୋକତନ୍ତ୍ରକୁ ମଜବୁତ କରିବା ପାଇଁ ଏଭଳି ଜନସମ୍ବାଦ ରାଲି କରାଯାଉଛି । ଆଗାମୀ ଦିନରେ ୭୫ଟି ଭର୍ଚୁଆଲ ରାଲି ମାଧ୍ୟମରେ ବିଜେପିର ବରିଷ୍ଠ ନେତାମାନେ ଦେଶର ଜନତାଙ୍କୁ ଜନସମ୍ବାଦ କରିବେ ବୋଲି ଶ୍ରୀ ଶାହ କହିଛନ୍ତି । ୫୦ କୋଟି ଭାରତୀୟଙ୍କ ପାଇଁ ମୋଦୀ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବାର ଖର୍ଚ୍ଚ ମୋଦୀ ସରକାର ଉଠାଉଛନ୍ତି । ଏବେ ସୁଦ୍ଧା ଦେଶର ୧ କୋଟି ପରିବାର ତାଙ୍କ ପ୍ରିୟଜନମାନଙ୍କର ଅପରେସନ ଉନ୍ନତମାନର ହସ୍ପିଟାଲରେ କରାଇ ପାରିଛନ୍ତି । ଜନଧନ ଯୋଜନାରେ ୩୧ କୋଟି ଲୋକ ବ୍ୟାଙ୍କିଙ୍ଗ ସୁବିଧା ପାଇଛନ୍ତି । ଏବେ ସମସ୍ତ ଯୋଜନାରେ ହିତାଧୀକାରିମାନେ ସିଧାସଳଖ ବ୍ୟାଙ୍କ ଖାତାରେ ଅର୍ଥ ପାଉଛନ୍ତି । କଂଗ୍ରେସ କେବଳ ବଂଶବାଦ, ପରିବାରବାଦ, ଜାତିବାଦ, ତୁଷ୍ଟିକରଣ, ଭ୍ରଷ୍ଟାଚାରର ରାଜନୀତି କରିଚାଲିଛି । କଂଗ୍ରେସ ସମୟରେ ୧ ଟଙ୍କା ପଠାଇଲେ ୧୫ ପଇସା ଲୋକଙ୍କ ପାଖରେ ପହଂଚୁଥିଲା । ଉଜ୍ଜଳା ଯୋଜନା ମାଧ୍ୟମରେ ୮ କୋଟି ଗରିବ ମା ଭଉଣୀଙ୍କ ପାଖରେ ଗ୍ୟାସ ସଂଯୋଗ କରି ସେମାନଙ୍କ ପାଖରୁ ଧୂଆଁକୁ ଦୂରେଇ ଦିଆଯାଇଛି । ସ୍ୱାଧୀନତାର ୭୦ ବର୍ଷ ପରେ ବି ଅଢେଇ କୋଟିରୁ ଅଧିକ ଲୋକଙ୍କ ଘରେ ବିଜୁଳୀ ପହଂଚି ନଥିଲା । ମୋଦି ସରକାର ସୌଭାଗ୍ୟ ଯୋଜନାରେ ୨୦ହାଜାର ଗାଁରେ ବିଜୁଳି ପହଂଚାଇ ପାରିଛନ୍ତି, ଯାହା କଂଗ୍ରେସ କରିପାରି ନଥିଲା ।

ବିଜେପି ସରକାର ଅଢେଇ କୋଟି ଲୋକଙ୍କ ଘରେ ବିଜୁଳି ପହଂଚିଛି । ଦେଶର ୧୦ କୋଟି ଘରେ ଶୌଚାଳୟ ନଥିଲା । ମୋଦି ସରକାର ଏହା ହୃଦୟଙ୍ଗମ କରିବା ସହ ମା ଭଉଣୀଙ୍କ ଇଜ୍ଜତ ରକ୍ଷା କରିବାକୁ ଯାଇ ୧୦ କୋଟି ଲୋକଙ୍କ ଘରେ ଶୌଚାଳୟ ନିର୍ମାଣ କରିବାର କାର୍ଯ୍ୟ କରିଛନ୍ତି । ମୋଦି ସରକାର ୨.୫ କୋଟି ଲୋକଙ୍କୁ ପକ୍କାଘର ଯୋଗାଇଛନ୍ତି ବୋଲି ଶ୍ରୀ ଶାହ କହିଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ କାଶ୍ମିରରେ ଧାରା ୩୭୦, ୩୫ (ଏ) ହଟାଇବାର ସାହସ କେହି କରିନଥିଲେ । ୫ ଅଗଷ୍ଟ ୨୦୧୯ରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସରକାର ବିଧେୟକ ଆଣି ଧାରା ୩୭୦ ଏବଂ ୩୫ (ଏ) ସଂପୂର୍ଣ୍ଣଭାବେ ହଟେଇ ଦେଇଥିଲେ । ୧୫୦ ବର୍ଷ ଧରି ଶ୍ରୀରାମ ଜନ୍ମଭୂମି ବିବାଦ ଚାଲିଥିଲା । କୋଟି କୋଟି ଲୋକ ରାମଙ୍କ ଜନ୍ମଭୂମିରେ ଭବ୍ୟ ରାମମନ୍ଦିରର ନିର୍ମାଣ କରିବା ଚାହିଁ ରହିଥିଲେ । ମୋଦି ସରକାର ସଠିକ ଭାବରେ ପକ୍ଷ ରଖିବା ଫଳରେ କୋର୍ଟର ନିର୍ଦ୍ଦେଶ ଆସିବା ପରେ ରାମ ଜନ୍ମଭୂମି ଟ୍ରଷ୍ଟ ନିର୍ମାଣ କରି ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଦେଶର କୋଟି କୋଟି ମୁସଲିମ ଭଉଣୀ ମାନଙ୍କ ନ୍ୟାୟ ଦେବାକୁ ଯାଇ ମୋଦି ସରକାର ଟ୍ରିପଲ ତଲାକ ବିଲକୁ ହଟାଇଛନ୍ତି । ଏହା ଫଳରେ କୋଟି କୋଟି ମୁସଲିମ ମା ଭଉଣୀମାନଙ୍କୁ ନ୍ୟାୟ ଏବଂ ସମ୍ମାନ ମିଳିଛି । ଶରଣାର୍ଥୀ ମାନଙ୍କୁ ସମ୍ମାନ ଏବଂ ନାଗରିକତା ପ୍ରଦାନ କରିବା ପାଇଁ ମୋଦି ସରକାର ନାଗରିକତା ସଂଶେଧନ ଆଇନ ଆଣି କୋଟି କୋଟି ଶରଣାର୍ଥୀଙ୍କୁ ନାଗରିକତା ଦେବାର କାର୍ଯ୍ୟ କରିଛନ୍ତି । ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ଚାଷୀଙ୍କ ଋଣ ଛାଡ କରିବା କଥା ମିଡିଆରେ ଦାବି କରିଚାଲିଥିଲେ । କଂଗ୍ରେସ ସରକାର ୧୦ ବର୍ଷରେ ସାଢେ ୩ କୋଟି ଚାଷୀଙ୍କୁ ୬୦ କୋଟି ଟଙ୍କା ଋଣ ଛାଡ କରିଥିଲେ । ଏବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସାଢେ ୯ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଂଟରେ ୭୨ ହଜାର କୋଟି ଜମା କରିଛନ୍ତି ।

ଅଣ ସଙ୍ଗଠିତ ଶ୍ରମିକ, ଛୋଟ ବେପାରୀ ମାନଙ୍କୁ ପେନସନ ଦେବାର ବ୍ୟବସ୍ଥା, ବେପାରୀ କଲ୍ୟାଣ ବୋର୍ଡ ଗଠନ କରି ଛୋଟ ବେପାରୀମାନଙ୍କୁ ସାହାଯ୍ୟ ଯୋଗାଇବା ଏବଂ ୩ ସେନାଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ ସିଡିଏସ ଗଠନ କରିବା କାର୍ଯ୍ୟ ମୋଦି ସରକାର କରିଛନ୍ତି ଯାହା କି କଂଗ୍ରେସ କେବେ ଏହା କରିବା ପାଇଁ ଚିନ୍ତା କରିନଥିଲା ବୋଲି ଶ୍ରୀ ଶାହା କହିଛନ୍ତି । କରୋନା ସାରା ବିଶ୍ୱକୁ କବଳିତ କରିଛି । ମୋଦି ସରକାର ଦେଶର ଜନତାଙ୍କୁ ସାଙ୍ଗରେ ନେଇ କରୋନା ବିରୁଦ୍ଧରେ ଲଢେଇ କରି ଏହି ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ୧୩୦କୋଟି ଲୋକ ଘରେ ବନ୍ଦ ରହି ଜନତା କଫ୍ୟୁକୁ ପାଳନ କରିଛନ୍ତି । ମହାମାରୀ କଥା ଆସିଲେ ଆଗାମୀ ଦିନରେ ମୋଦିଜୀଙ୍କ ପ୍ରୟାସ ଦ୍ୱାରା ହୋଇଥିବା ଜନତା କର୍ଫ୍ୟୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହେବ ବୋଲି ଶ୍ରୀ ଶାହା କହିଛନ୍ତି । ଏହି ଭର୍ଚୁଆଲ ର‌୍ୟାଲିରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାରମ୍ଭିକ ଭାଷଣ ଦେଇଥିଲେ । ଏହି ସଭାକୁ ପରିଚାଳନା ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କରିଥିଲେ । ଆତ୍ମନିର୍ଭର ଅଭିଯାନ ସଂକଳ୍ପକୁ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପାଠ କରିଥିଲେ । ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଭର୍ଚୁଆଲ ରାଲିରେ ଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ଓଡିଶା ପ୍ରଭାରୀ ତଥା ସାଂସଦ ଅରୁଣ ସିଂ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୌଦାନ ସିଂହ, ଭୁବନେଶ୍ୱରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଥିଲେ । (ରିପୋର୍ଟ –ବିଶ୍ୱରଂଜନ ମିଶ୍ର )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

March 9, 2026
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026

Recent News

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

March 9, 2026
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version