ଫଳରେ ସେମାନେ ବହୁ ଦୟନୀୟ ଅବସ୍ଥାରେ ଝାଟିମାଟି କୁଡିଆ ଘରେ ଜୀବନ ବିତାଉଛନ୍ତି ।ପକ୍କା ଘର ଖଣ୍ଡିଏ ନାହିଁ ବୋଲି ଭଙ୍ଗା ଦଦରା ଝାଟିମାଟି କୁଡିଆ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଏମାନେ । ଦିନେ କାମ ନ କଲେ ପରିବାର ଭୋକଉପାସରେ ରାତ୍ରି କାଟୁଥିବା କହିଛନ୍ତି ଏହି ଦମ୍ପତି ଜଣକ । ଶେଷରେ ବହୁ ସ୍ଥାନ ବୁଲାବୁଲି କରିବା ପରେ କୌଣସି ପ୍ରକାର ସରକାରୀ କିମ୍ବା ବେସରକାରୀ ଭାବେ କିଛି ସହଯୋଗର ହାତ ନ ବଢିବାରୁ ଶେଷରେ ବାଧ୍ୟ ହୋଇ ପୁଣି ଥରେ ବୈପାରିଗୁଡା ବ୍ଲକ ଆସି ଏଣେ ତଣେ ବୁଲାବୁଲି କରିବା ସମୟରେ ପୁରୁଣାଗୁଡା ଗ୍ରାମର ଜଣେ ଚାଷୀଙ୍କୁ ଭୋଟିଥିଲେ ଏବଂ ତାଙ୍କ ଚାଷ ଜମିରେ ଜଗୁଆଲି ଭାବେ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ ।
ଏମିତି କିଛି ଦୁଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡା ଗୁପ୍ତେଶ୍ୱର ଯିବା ରାସ୍ତାର ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିମି ଦୂରରେ । ମିଳିଥିବା ସୂଚନା ଅନୁଯାୟୀ ବୈପାରିଗୁଡା ପଂଚାୟତର ପୁରୁଣାଗୁଡା ଗ୍ରାମର ଜୟଶ୍ରୀ ଚଲାଣଙ୍କ ଚାଷ ଜମି ସେହି ସ୍ଥାନରେ ରହିଥିବା ବେଳେ ଆଜିକୁ ଦେଢ ବର୍ଷ ତଳେ ରାହୁଲ ମାଠପଡିଆ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଦଣ୍ଡସେନା ଏବଂ ଜଣେ ପୁଅ ଜଣେ ଝିଅକୁ ଧରି ଜୟଶୀଙ୍କୁ କାମ ମାଗିଥିଲେ । ଜୟଶ୍ରୀ ମଧ୍ୟ ଗରିବ ଶ୍ରେଣୀର ହୋଇଥିବାରୁ ଏମାନଙ୍କୁ କିଛି ନ କହିପାରି ଓ ଅନ୍ୟ ଜଣେ ଅସହାୟଙ୍କୁ ଟିକେ ସହଯୋଗର ହାତ ବଢାଇ ନିଜ ଜମିରେ ଝାଟିମାଟି ଘର କରି ରହିବା ପାଇଁ କହିବା ସହିତ ଚାଷ ଜମି ଦେଖାଦେଖି କରିବା ପାଇଁ କହିଥିଲେ ।
କହିବାକୁ ଗଲେ ଦିନରାତ୍ରି ଏମାନଙ୍କ କଟେ ତେନ୍ତୁଳିବାଡ ଭିତରେ । ତେନ୍ତୁଳିବାଡ ପାଖରେ ଝାଟିମାଟିରେ ଖଣ୍ଡେ ଛୋଟ ଘର ନିର୍ମାଣ କରି ସେହି ଘର ଘର ଭିତରେ ଶୀତୁଆ ରାତ୍ରିରେ ରହୁଛନ୍ତି ସ୍ୱାମ୍ବୀ,ସ୍ତ୍ରୀଙ୍କ ସହିତ ତିନି ଜଣ ଛୋଟ ଛୋଟ କମଳମତି ପିଲା । ଭାଗ୍ୟର ବିଡମ୍ବନା ଏମିତି ଯେ ପାଖରେ ଖଣ୍ଡେ ସାଇକେଲ,ମଟରସାଇକେଲ କିମ୍ବା ଫୋନ ମଧ୍ୟ ନାହିଁ ଯେ ଅସୁବିଧା ସମୟରେ କାହାକୁ ଖବର ଦେବା ନିମନ୍ତେ । ଅନେକ ଅସହାୟ ପରିବାରକୁ ସରକାରଙ୍କ ତରଫରୁ ଘର ଯୋଗାଇ ଦିଆଯାଉଥିବା ବେଳେ ଏହି ଅସହାୟ ପରିବାରକୁ କେବେ ସରକାରୀ ସହାୟତା ମିଳିପାରିବ ତାହା ଏବେ ଦେଖିବାକୁ ବାକି ରହିଲା ।

© 2023 Odisha Taza News.