ଓଡିଶା ତାଜା ନ୍ୟୁଜ୍ (୦୮ ଜୁନ୍ ସୋମବାର) ଜଟଣୀ :- ” ଆଜି ରାଷ୍ଟ୍ର ବ୍ୟାପି ବିରୋଧ ଦିବସ ” କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ବ୍ୟବହାରରେ ଅତିଷ୍ଠହୋଇ କଳାବ୍ୟାଚ ପରିଧାନ କରି ଜାଗରୁକ୍ତା ସପ୍ତାହ ପାଳନସହ ୧୬ ଦଫା ଦାବିନେଇ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନର ରାଷ୍ଟ୍ରବ୍ୟାପି ବିରୋଧ ଦିବସ ପାଳିତ ହୋଇଯାଇଛି . ଏ ଆଇ ଆର ଏଫ ର ଆହ୍ୱାନ ଓ ଇଷ୍ଟକୋଷ୍ଟଯୋନ ର ମହାମନ୍ତ୍ରୀ ପ୍ରଦୀପ ପାଟସାହାଣୀଙ୍କ ନିର୍ଦେଶମତେ ସାମାଜିକ ଦୂରତ୍ୱ ସହକାରେ ଯୋନର ୪୦ ଟି ବ୍ରାଞ୍ଚରେ ରେଳ କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଥିଲେ . ମୁଖ୍ୟତଃ ବିପଦ ସମୟରେ ରେଳ କର୍ମଚାରୀ ମାନେହିଁ କାମରେ ଆସନ୍ତି
ସରକାର ଏମାନଙ୍କ ଭବିଷ୍ୟତ ନିର୍ମାଣ ପାଇଁ ବିଚାର କରିବା ସହ ଏନ ପି ଏସ ସ୍ଥାନରେ ପୁରୁଣା ପେନସନ ଯୋଜନା ଲାଗୁ କରିବା, ମାଲିକଙ୍କ ହିତରେ କରାଯାଇଥିବା ଶ୍ରମ ଆଇନକୁ ବଦଳାଇବା ଏବଂ ଲକଡାଉନ ଅବଧିରେ ସମସ୍ତ ଶ୍ରମିକଙ୍କ ଦରମା ଭରଣା, ମଲ୍ଟି ସ୍ୱିଲିଙ୍ଗ ର ନାମରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ଯୋଜନା, କର୍ମଚାରୀ ଙ୍କ ଟିଏ , ଓଟି, ରନିଂଭତା ସହିତ ସମସ୍ତ ଭତା’ର ନିୟମିତ ପୈଠ ନିଶ୍ଚିତ କରିବା ଇତ୍ୟାଦି ୧୬ ଦଫା ଦାବିନେଇ ରେଳମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ଖୋର୍ଧାରୋଡ଼ ଡିଭିଜନର କୋ ଅର୍ଡିନେଟର ନିରଞ୍ଜନ ମିଶ୍ର, ବ୍ରାଞ୍ଚ ସେକ୍ରେଟାରୀ ଏମ ଡ଼ି ଜାକିର ପ୍ରମୁଖ ଖୋର୍ଧାରୋଡ଼ ଡ଼ିଆରଏମ କେ ପି ସିଂ ଙ୍କୁ ପ୍ରଦାନ କରିଥିଲେ । ( ରିପୋର୍ଟ – ଇଫତେଖାର ଅଲ୍ଲୀ ) odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com