୬ ଜାନୁଆରୀ ଶୁକ୍ରବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଭୁବନ :- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ୪୫ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି । ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୦୦ ମିଟର ଦୌଡ , ଲମ୍ବ ଡିଆଁ , ଉଚ୍ଚ ଡିଆଁ , ଡିସକସ ଥ୍ରୋ , ଜାଭେଲିନ ଥ୍ରୋ , ମ୍ୟୁଜିକ ଚେୟାର ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । ଯୁକ୍ତ ଦୁଇ ବାଳିକା ବିଭାଗରେ ଝିଲ୍ଲୀ ବାରିକ ,ଯୁକ୍ତ ଦୁଇ ବାଳକ ବିଭାଗରେ ଜ୍ଞାନଜ୍ୟୋତି ମଲ୍ଲିକ ,ଯୁକ୍ତ ତିନି ବାଳିକା ବିଭାଗରେ ସୋନାଲି ପଣ୍ଡା ଓ ଯୁକ୍ତ ତିନି ବାଳକ ବିଭାଗରେ ପ୍ରଭାତ ସାହୁ ଚାମ୍ପିଅନ ହୋଇଥିଲେ ।
ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ଶରୀର ଓ ସୁସ୍ଥ ସମାଜ ଗଠନ ପାଇଁ କ୍ରୀଡା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିବା ସହ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଅଧ୍ୟ।।ପକ ହିମାଂଶୁ ଶେଖର ମିଶ୍ର ଙ୍କ ସମେତ କ୍ରୀଡା ଉପସଭାପତି ଅଧ୍ୟାପକ ପ୍ରଭାତ କୁମାର ଜେନା , ଅଲେଖ ପାତ୍ର , ଦୁର୍ଯ୍ୟୋଧନ ଜେନା , ସଂଜୟ କୁମାର ସାହୁ , କଳ୍ପତରୁ ସାହୁ , ଧନି ମୁର୍ମୁୁ , ହେମନ୍ତ କୁମାର ରାଉତ , ଅଧ୍ୟାପିକା ସଂଘମିତ୍ରା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ବିଶିଷ୍ଟ କ୍ରୀଡାବିତ କୈଳାସ ଚନ୍ଦ୍ର ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।