ଆଜିର ଏହି ପ୍ରସ୍ତୁତି ବୈଠକ ରେ ନୂଆଗଡ ସ୍ଥିତ ମିନି ଷ୍ଟାଡିୟମରେ କାର୍ଯ୍ୟକ୍ରମ କରାଯିବା ନେଇ ନୂଆଗଡ, p.ଆନ୍ତରଦା, ଲୁହାଙ୍ଗର ସରପଞ୍ଚ ମାନେ ପ୍ରସ୍ତାବ ଦେଇଥିବା ବେଳେ ଷ୍ଟାଡିୟମ ର କିଛି ଅସୁବିଧା ଯୋଗୁଁ ଖଜୁରୀପଦା ସ୍ଥିତ ବାବା ସାହେବ ଆମ୍ବେଦକର ପଡିଆ ଠାରେ କାର୍ଯ୍ୟକ୍ରମ କରିବା ନିମନ୍ତେ ତିତିଶିଂସରପଞ୍ଚ ଚମ୍ପାବତୀ ରଇତ ସୁନ୍ଦରଡାଙ୍ଗ ସରପଞ୍ଚ ପ୍ରେମା ରଇତ, ପୂତୁରୁପଡା ସରପଞ୍ଚ ଚୈତନ୍ୟ ଭୂୟାଁ , ଖଜୁରୀପଦାସରପଞ୍ଚ ସଂଡୁ ମଣ୍ଡଳ ଟାଙ୍ଗିଲି ସରପଞ୍ଚ ସିଙ୍ଗନା ରଇତ, ଆଦି ପ୍ରତିନିଧି ମାନେ ପ୍ରସ୍ତାବ ଦେଇଥିଲେ, ଏହାକୁ ନୂଆଗଡ ଆନ୍ତରଦା ଏବଂ ଲୁହାଙ୍ଗାରଗ୍ରାମ ପଂଚାୟତର ପ୍ରତିନିଧି ମାନେ ବିରୋଧ କରିବା ସତ୍ୱେ ସେଷରେ ସୁବିଧା ଦୃଷ୍ଟିରୁ ଖଜୁରୀପଦା ବାବା ସାହେବ ଆମ୍ବେଦକର ପଡିଆ ରେ କାର୍ଯ୍ୟକ୍ରମ ନିମନ୍ତେ ଧାର୍ଯ୍ୟ କାରାଗଲା ।
ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ଲାଇନ ଡିପାରମେଣ୍ଟ pri ମେମ୍ବର କିପରି ସମ୍ପୂର୍ଣ ସହଯୋଗ କରି ବହୁ ଆଡମ୍ବରରେ ଉତ୍ସବ ପାଳନ କରାଯାଇପାରିବ ଏବଂ ସ୍ଥାନୀୟ ଲୋକକଳା, ସଂସ୍କୃତିକ କାର୍ଯ୍ୟକ୍ରମ, ଐତିହ୍ୟ ପରମ୍ପରାକୁ ଆଗକୁ ବଢେଇବା ସହ ଲୁକ୍କାୟିତ ଭାବେ ରହିଥିବା ପ୍ରତିଭାମାନଙ୍କୁ ନିଜ କଳା ପ୍ରଦର୍ଶନ କରିବା ନିମନ୍ତେ କିପରି ଏକ ମଞ୍ଚ ପାଇପାରିବେ ସମସ୍ତ ବିଷୟରେ ସବିଶେଷ ଆଲୋଚନା ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରି ନୃସିଂହ ଚରଣ ମିଶ୍ର ବୈଠକ ଟିକୁ ପରିଚାଳନା କରିଥିବା ସୂଚନା ମିଳିଛି ।

© 2023 Odisha Taza News.