• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ମହୋତ୍ସବ ଅର୍ଜୁନ ୨୦୨୩ ଉଦଘାଟିତ : ପ୍ରଥମ ସନ୍ଧ୍ୟାରେ ଗୋଟିପୁଅ ନୃତ୍ୟର ଭରପୁର ଆନନ୍ଦ ଉଠାଇଲେ ଦର୍ଶକ

Proprietor Abhimanyu Maharana by Proprietor Abhimanyu Maharana
January 6, 2023
in ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍
0
ରଣପୁର ମହୋତ୍ସବ ଅର୍ଜୁନ ୨୦୨୩ ଉଦଘାଟିତ : ପ୍ରଥମ ସନ୍ଧ୍ୟାରେ ଗୋଟିପୁଅ ନୃତ୍ୟର ଭରପୁର ଆନନ୍ଦ ଉଠାଇଲେ ଦର୍ଶକ
Share on FacebookShare on TwitterWhatsapp

ବିଜେଡ଼ି ନେତା,ନେତ୍ରୀ ଓ କର୍ମୀ ଙ୍କୁ ନେଇ ଅର୍ଜୁନ ମହୋତ୍ସବ -୨୦୨୩ ଉଦଘାଟିତ

1. ମହୋତ୍ସବ କୁ ନେଇ ପ୍ରତିକ୍ରିୟା… ବିଜେପି ନେତ୍ରୀ ତଥା ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ପ୍ରତିକ୍ରିୟା ରଖିଛନ୍ତି ।

2. ମହୋତ୍ସବ କୁ ନେଇ ପ୍ରତିକ୍ରିୟା… ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସାଧାରଣ ସଂପାଦକ ସତ୍ୟବ୍ରତ ନାୟକ ପ୍ରତିକ୍ରିୟା ରଖିଛନ୍ତି ।

3. ମହୋତ୍ସବ କୁ ନେଇ ପ୍ରତିକ୍ରିୟା… ସିପିଏମର ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ପରିଡା ସୁଚନା ଦେଇଛନ୍ତି ।

୫ ଜାନୁଆରୀ ଗୁରୁବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ରଣପୁର ଗଡଜାତ ଅଞ୍ଚଳ ମଧ୍ୟରୁ ଏକ ପ୍ରମୁଖ ଓ ଐତିହାସିକ ଅଞ୍ଚଳ ଯାହା ହେଉଛି ବୀର ସହୀଦ ର ମାଟି । ଅର୍ଜୁନ ରାଉତ୍ , ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ଙ୍କ ର ଏହି ମାଟି ପ୍ରତି ପ୍ରେମ ଏବେ ବି ଉଦଜୀବିତ ହୋଇ ରହିଛି ରଣପୁରବାସୀ ଙ୍କ ମନରେ ।

ଯାହାଙ୍କ ର କୃତ୍ତି , କଳା, ସାହିତ୍ୟ , ସଂସ୍କୃତି ଓ ବଳିଦାନ କୁ ମନେ ପକେଇଦେବା ପାଇଁ ୨୦୦୬ ମସିହା ଠାରୁ ପାଳିତ ହୋଇ ଆସୁଛି ‘ ଅର୍ଜୁନ ‘ ମହୋତ୍ସବ । ଗତ ଦୁଇ ବର୍ଷ ଧରି ପାଳନ ହୋଇନଥିବା ମହୋତ୍ସବ ଚଳିତ ବର୍ଷ ‘ ଅର୍ଜୁନ -୨୦୨୩ ‘ ନାମରେ ଶୁଭାରମ୍ଭ କରାଯାଇଛି । ଏହି ମହୋତ୍ସବ ୫ ଦିନ ଧରି ସ୍ଥାନୀୟ ବାଘସାମନ୍ତ ପଡିଆ ଠାରେ ଅନୁଷ୍ଠିତ ହେବ ।

ଚଳିତ ବର୍ଷ ଜିଲ୍ଲାପାଳ ଙ୍କ ତତ୍ବାବଧାନରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଏକ ସଞ୍ଚାଳନ ଟିମ୍ ଗଠନ କରାଯାଇଛି । ସକାଳୁ ରଣପୁର ର ବିଭିନ୍ନ ଅଞ୍ଚଳରୁ ୭ ଟି ମଶାଲ ନେଇ ମଣିନାଗ ପୀଠ ଠାରୁସ୍ଥାନୀୟ ପଞ୍ଚୁଦୋଳ ପଡିଆ ସ୍ଥିତ ସହୀଦ ମଣ୍ଡପ ପର୍ଯ୍ୟନ୍ତ ଜ୍ୟୋତି ଯାତ୍ରା ଆରମ୍ଭ ହେବା ସହିତ ସଂକୀର୍ତ୍ତନ , ଗଣଦୌଡ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏବଂ ଅପରାହ୍ନ ୩ ଟାରେ ମଂଚ ପ୍ରତିଷ୍ଠା ହେବା ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ଟି ରେ ବିଜେଡ଼ି ନେତା ଓ ନେତ୍ରୀ ମାନଙ୍କର ସମ୍ଭାଷଣ ପରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ଆଜିର ମଞ୍ଚାସିନ ଅତିଥି ଭାବେ ନୟାଗଡ଼ ଜିଲ୍ଲପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ , ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଅପର୍ଣ୍ଣା ଡାଙ୍ଗୁଆ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀମତି ପ୍ରତିଭା ମହାରଥି ଙ୍କ ବକ୍ତବ୍ୟରେ ଜନସାଧାରଣ ମନ୍ତ୍ର ମୁଗ୍ଧ ହୋଇଯାଇଥିଲେ । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିବା ଦୋକାନ ଓ ପଲ୍ଲୀଶ୍ରୀ ମେଳାରେ ବିଭିନ୍ନ ପ୍ରଦର୍ଶନୀ ବ୍ଲକ ସ୍ତରୀୟ ସ୍ଵୟଂସହାୟକ ମହିଳା ଗୋଷ୍ଠୀ ଙ୍କ ଦ୍ଵାରା ହାତ ତିଆରି ବିଭିନ୍ନ ଖାଦ୍ୟ ସାମଗ୍ରୀ ,ହସ୍ତ ତନ୍ତ ର ପସରା ଦେଖିବାକୁ ମିଳିଥିଲା । ମହୋତ୍ସବର ପ୍ରଥମ ସନ୍ଧ୍ୟା ରେ ଲୋକ ଙ୍କ ଭିଡ ଲାଗି ରହିଥିଲା । ଏବଂ ମହୋତ୍ସବ ର ବିଶେଷ ଆକର୍ଷଣ ଭାବେ ରଘୁରାଜପୁରରୁ ଆସିଥିବା ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିସହ ବିଶେଷ ଆକର୍ଷଣ ରେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଓ ଅନ୍ୟ କଣ୍ଠ ଶିଳ୍ପୀ ମାନଙ୍କ ଦ୍ଵାରା ଉପସ୍ଥାପିତ ଗୀତ ର ତାଳେ ତାଳେ ଝୂମିଲେ ଦର୍ଶକ । ମହୋତ୍ସବ ର ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା ।

ମହୋତ୍ସବ କୁ ନେଇ ପ୍ରତିକ୍ରିୟା… ବିଜେପି ନେତ୍ରୀ ତଥା ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ପ୍ରତିକ୍ରିୟା ରଖିଛନ୍ତି ।

ଚଳିତବର୍ଷ ସ୍ଥାନୀୟ ବିଧାୟକ ଙ୍କ ସଭାପତିତ୍ୱ ରେ ଯେଉଁ ମହୋତ୍ସବ ହେଉଛି ଏହା ଏକ ବିଜେଡି ସଭା ରେ ପରିଣତ ହୋଇଛି ବୋଲି କୁହାଯାଉଛି । ବିଜେଡି ର ଦଳୀୟ ନେତା ଓ କର୍ମୀ ଙ୍କୁ ମଂଚ ରେ ବସିବାର ସୁଯୋଗ ମିଳୁଛି ହେଲେ ସ୍ୱାଧିନତା ସଂଗ୍ରାମୀ ପରିବାର,ସାହିତ୍ୟିକ,ସାମ୍ବାଦିକ , ବୁଦ୍ଧିଜୀବି ଙ୍କ ପାଇଁ ଏଠାରେ ସ୍ଥାନ ନାହିଁ ।ଲୋକ ଙ୍କ ମଧ୍ୟରେ ଏକତା ଭାବନା ଉଦ୍ରେକ କରେଇବା ବଦଳରେ ଦଳୀୟ ପ୍ରଚାର ପ୍ରସାର ପାଇଁ ଏହି ମହୋତ୍ସବ ଉଦଘାଟିତ ହେଉଥିବା ବେଳେ ଏପରିକି ଏହି ମହୋତ୍ସବ କେବଳ ଅର୍ଥ ରୋଜଗାରର ଏକ ମାଧ୍ୟମ ପାଲଟିଛି ବୋଲି ବିଜେପି ନେତ୍ରୀ ତଥା ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ପ୍ରତିକ୍ରିୟା ରଖିଛନ୍ତି ।

ମହୋତ୍ସବ କୁ ନେଇ ପ୍ରତିକ୍ରିୟା… ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସାଧାରଣ ସଂପାଦକ ସତ୍ୟବ୍ରତ ନାୟକ ପ୍ରତିକ୍ରିୟା ରଖିଛନ୍ତି ।

ଏହି ମହୋତ୍ସବ ସ୍ୱାଧିନତା ସଂଗ୍ରାମୀ ଙ୍କ ଉଦେଶ୍ୟ ରେ ନୁହେଁ , ବିଜେଡି ବିଧାୟକ ଙ୍କ ସ୍ଥିତି ବଳବତର ରଖିବା ଉଦେଶ୍ୟ ରେ ଏହା ଆୟୋଜନ କରାଯାଉଛି । ଅନ୍ୟ କୌଣସି ଦଳ ରେ କଣ ପ୍ରତିଷ୍ଠିତ ବ୍ୟକ୍ତି ନାହାଁନ୍ତି..? ତେଣୁ ଏଠି କହିବା କାହାକୁ ଶୁଣିବ କିଏ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସାଧାରଣ ସଂପାଦକ ସତ୍ୟବ୍ରତ ନାୟକ ପ୍ରତିକ୍ରିୟା ରଖିଛନ୍ତି ।

ମହୋତ୍ସବ କୁ ନେଇ ପ୍ରତିକ୍ରିୟା… ସିପିଏମର ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ପରିଡା ସୁଚନା ଦେଇଛନ୍ତି ।

ଚଳିତ ବର୍ଷ ମହୋତ୍ସବ ବହୁ ତଳସ୍ତର କୁ ଖସିଯାଇଛି । ଅତୀତରେ ମହୋତ୍ସବ ସଭା ନିକଟରେ ସହୀଦ ଙ୍କ ସ୍ତମ୍ଭ ରହୁଥିଲା କିନ୍ତୁ ଚଳିତବର୍ଷ ଏହା ଦେଖିବାକୁ ମିଳିନି । କେବଳ ବିଜେଡି ଦଳ ଭିତରେ ମହୋତ୍ସବ ସୀମିତ ରହିଛି । ଉଦଘାଟନୀ ଦିବସ ହେଉଛି ସହୀଦ ଅର୍ଜୁନ ରାଉତ ଙ୍କ ଦିବସ । ଏହି ଦିବସ ରେ ସହୀଦ ଙ୍କ ଉଦେଶ୍ୟ ରେ କାର୍ଯ୍ୟକ୍ରମ ଟି ଆୟୋଜନ କରାଯିବା କଥା
କିନ୍ତୁ ଏହାକୁ ସର୍ବଦଳୀୟ ନକରି ଏକ ଦଳୀୟ ( ବିଜେଡ଼ି ) କରିଦେଇଛି ।ଏତଦବ୍ୟତୀତ ପରମ୍ପରାକୁ ବାଦ୍ ଦେଇ ଅପସଂସ୍କୃତି କାର୍ଯ୍ୟ କରାଉଥିବା ବେଳେ ନିରପେକ୍ଷ ଏବଂ ସର୍ବଦଳ ର ବରିଷ୍ଠ ନେତା ମାନଙ୍କୁ ବାଦ୍ ଦେଇ ବିଜୁ ଜନତା ଦଳର ନେତା ମନ୍ତ୍ରୀ କୁ ଆଣି ଦଳୀୟ ପ୍ରଚାର କରୁଛନ୍ତି ବୋଲି ସିପିଏମର ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ପରିଡା ସୁଚନା ଦେଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version