ଯୌନିକ ନାବାଳିକା ଜଣକ ଗତ ନଭେମ୍ବର ମାସ ୨ ତାରିଖ ରେ ରାଜସୁନାଖଳା ସ୍ଥିତ କଲେଜକୁ ପାଠ ପଢିବାକୁ ଆସି ଆଉ ଘରକୁ ଫେରିନଥିଲା । ଘର ଲୋକ ବିଭିନ୍ନ ସମ୍ପର୍କୀୟଙ୍କ ଘର ଖୋଜା ଖୋଜି କରି ନିରାଶ ହେବା ପରେ ୩ ତାରିଖ ଦିନ ବାଙ୍କୋଇ ଫାଣ୍ଡି ସହ ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଏ ନେଇ ବୋଲଗଡ ଥାନା ରେ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୋଗ କୁ ଦୀର୍ଘ ଦୁଇ ମାସ ବିତି ଯାଇଛି ମାତ୍ର ପୋଲିସ ହାତ ଆଜି ବି ଖାଲି ନାବାଳିକାଙ୍କ କୌଣସି ପତ୍ତା ଏ ପର୍ଯ୍ୟନ୍ତ ପୋଲିସ ହାତରେ ଲାଗିପାରିଲା ନାହିଁ । ବାପା ମାଆ ଝିଅ ର ଫେରିବା ବାଟକୁ ଚାହି ବସିଥିବା ବେଳେ ପୋଲିସ ର ନିଷ୍କ୍ରିୟତା ତାଙ୍କୁ ଚିନ୍ତାରେ ପକାଇଛି ।
ଏଥିପାଇଁ ବାପା ମାଆ ବାରମ୍ବାର ଏସପି ଙ୍କ ଠାରୁ ମହିଳା କମିଶନ ଙ୍କ ଶିଶୁ ସୁରକ୍ଷା ଅଧିକାର ଙ୍କ ଠାରେ ଦ୍ୱାରସ୍ଥ ହୋଇଥିଲେ ବି ନିରାଶ ହୋଇଛନ୍ତି । ସେ ପଟେ ଅନ୍ୟ ଉପାୟ ନପାଇଁ ବାପା ମାଆ ଆଜି ବୋଲଗଡ ଥାନାରେ ଧାରଣା ଦେବାକୁ ବାଧ୍ଯ ହୋଇଛନ୍ତି।ନିଜ ନାବାଳିକା ଝିଅ କୁ ନ ପାଇଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ଘଟଣା ତଦନ୍ତକରୁଥିବା ପୋଲିସ ଅଧିକାରୀ କିଛି ସୂଚନା କହିବାକୁ ରାଜି ହୋଇନଥିବା ବେଳେ ଘଟଣାର ତଦନ୍ତ ଚାଲିଛି ବୋଲି ହାଲୁକା ପରି କହିବା ପୋଲିସ ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି । ସେପଟେ ନାବାଳିକା ଝିଅର ବାପାର ଅଭିଯୋଗ ଅନୁଯା

© 2023 Odisha Taza News.