ଏଠାରେ ପ୍ରକାଶ ଥାଉକି ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଚଳିତ ବର୍ଷ ପ୍ରଥମେ ଜୁନିୟର ଓ ସିନିୟର୍ ଚିତ୍ରାଙ୍କନ ପ୍ରତିଯୋଗିତା, ରଙ୍ଗୋଲି ମହୋତ୍ସବ, ଧନୁଯାତ୍ରା ସ୍ମରଣିକା ଧନୁସ୍ପ୍ରଭା ର ମୁଖପତ୍ର ପ୍ରତିଯୋଗିତା, ଫଟୋ କ୍ଲିକ୍ ପ୍ରତିଯୋଗିତା, ପୁରୀ ବେଳାଭୂମି ରେ ଧନୁଯାତ୍ରା ବିଷୟ ବସ୍ତୁ କୁ ନେଇ ବାଲୁକା କଳା ପ୍ରଦର୍ଶନ, ଜିଲ୍ଲାର ବରିଷ୍ଠ ଚିତ୍ର ଶିଳ୍ପୀ ଙ୍କୁ ନେଇ ଚିତ୍ରକଳା ଶିବିର , ଜିଲ୍ଲା ରେ ଓ ଜିଲ୍ଲା ବାହାରେ ଯାତ୍ରା ର ପ୍ରଚାର ପ୍ରସାର ପାଇଁ ବ୍ୟାନର ଓ ପୋଷ୍ଟର ଲଗାଇବା ସହ ପ୍ରଥମ ଦିନରେ ଧନୁଯାତ୍ରା ମହୋତ୍ସବ ପ୍ରଚାର ପ୍ରସାର ପାଇଁ ସାଂସ୍କୃତିକ ଶୋଭାଯାତ୍ରା , ବିଶ୍ଵ ର ସର୍ବ ବୃହତ୍ ଅଟ୍ଟାଳିକା ଦୁବାଇ ର ବୃଜ ଖଳିଫା ରେ ଧନୁଯାତ୍ରା ର ବ୍ୟାନର ଲଗାଇ ପ୍ରଚାର ପ୍ରସାର କରିବା,
ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଓ ଇମ୍ପରିଏଲ୍ ମହାବିଦ୍ୟାଳୟ ସହଯୋଗ ରେ ଧନୁଯାତ୍ରା ର ଦୁଇଟି ଏପ ଲୋକାର୍ପଣ କାର୍ଯ୍ୟକ୍ରମ ଆଦି ବହୁ କାର୍ଯ୍ୟ ହାତକୁ ନେଇଥିଲା । ଏଇ ସବୁ କାର୍ଯ୍ୟକ୍ରମ ର ସଫଳ ଆୟୋଜନ ପାଇଁ ପ୍ରଚାର ପ୍ରସାର କମିଟି ର ଆବାହିକା ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ କମିଟି ର ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା,ସହ ଆବାହକ ପ୍ରସନ୍ନ କୁମାର ମିଶ୍ର ଓ ରବି ପଣ୍ଡା , କମିଟି ସଦସ୍ୟ ସତ୍ୟ ନାରାୟଣ ପ୍ରଧାନ,ବଦ୍ରି ପ୍ରସାଦ ସାହୁ, ଏମ ଡି ନିଜାମ୍, ଆଶୁତୋଷ ରଥ, ପ୍ରେମାନନ୍ଦ ଖମାରୀ, ଅନନ୍ତ ମଟାରୀ,ରଞ୍ଜନ ଦେବତା, ,ସନ୍ତୋଷ ଭୋଇ , ସରୋଜ ଷଡ଼ଙ୍ଗୀ ତଥା ରମଣୀ ରଂଜନ ବେହେରା ,ସତ୍ୟଜିତ ଦାଶ ଏବଂ ଜିଲ୍ଲା ତଥା ଜିଲ୍ଲା ବାହାର ର ସମସ୍ତ ସାମ୍ବାଦିକ ,ସାମ୍ବାଦିକା ଭାଇ ଭଉଣୀ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

© 2023 Odisha Taza News.