No Result
View All Result
୪ ଜାନୁଆରୀ ବୁଧବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ,ଶୀତକାଳୀନ ଛୁଟି ଚାଲିଥିବା ବେଳେ ୫-ଟି ବିଦ୍ୟାଳୟରୁ ଦୁର୍ବୁତ୍ତମାନେ କଳାକନା ବୁଲାଇଛନ୍ତି। ଦୁର୍ବୃତ୍ତମାନେ ହଜାର ହଜାର ଟଙ୍କାର ଖେଳ ସାମଗ୍ରୀ ବ୍ୟାଡ଼ ମିଣ୍ଟନ, କ୍ଲର୍କ, କ୍ରିକେଟ ବ୍ୟାଟ,ଫୂଟବଲ, ଭଳିବଲ୍ଲ, ବାସ୍କେଟ ବଲ୍ଲ, ରିଙ୍ଗ ବଲ୍ଲ, ଆଦି ଲୁଟି ନେଇଯାଇଥିବା ଅଭିଯୋଗ ହୋଇଛି। ନିକଟରେ ଉକ୍ତ ବିଦ୍ୟାଳୟ ୫-ଟି ରେ ସାମିଲ ହୋଇଥିବା ବେଳେ ଏହାର ଉନ୍ନତି ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ତେବେ ଗତ ସପ୍ତାହରେ ଏକ୍ସ ମାସ ଛୁଟି ଚାଲିଥିବା ବେଳେ ଆଜି ବିଦ୍ୟାଳୟ ଖୋଲିଥିଲା। ବିଦ୍ୟାଳୟ ଖୋଲିବା ମାତ୍ରେ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ ଯେ, କେହି ଦୁର୍ବୁତ୍ତ ବିଦ୍ୟାଳୟର କ୍ରୀଡା ସାମଗ୍ରୀ ରଖାଯାଇଥିବା ଘରର ଝରକା ଭାଙ୍ଗି ବହୁ କ୍ରୀଡା ସାମଗ୍ରୀ ଚୋରି କରି ନେଇଯାଇଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି । ତେବେ ୫-ଟି ବିଦ୍ୟାଳୟରୁ ଚୋରି ହେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ଏ ନେଇ ଆଜି ଅପରାହ୍ନରେ ବିଦ୍ୟାଳୟ ପକ୍ଷରୁ ବାଣପୁର ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ସୂଚନା ଥାଉକି ଗମ୍ଭାରୀମୁଣ୍ଡା ଅଂଚଳରୁ ଦିନକୁ ଦିନ ଚୋର, ମଦୁଆ ଏବଂ ମଦ୍ୟ ବ୍ୟବସାୟୀ ମାନଙ୍କର ଉତ୍ପାତ ବଢିବାରେ ଲାଗିଛି lଗତ ପାଞ୍ଚ ମାସ ଭିତରେ ୬ ଗୋଟି ଚୋରି ହୋଇଥିବାର ଗମ୍ଭାରୀମୁଣ୍ଡା ଅଂଚଳରେ ଅଭିଯୋଗ ହୋଇଥିବା ଜଣାଯାଇଛି l ଏହାର ଅଭିଯୋଗ ପରେ ଗମ୍ଭାରୀମୁଣ୍ଡା ବିଇଟି ହାଉସ୍ ଅଧିକାରୀ ଶ୍ରୀ ଦିଲ୍ଲିପ ବିଶ୍ୱାଳ ଏ ନେଇ ତଦନ୍ତ ଚଳାଇଥିବା ବେଳେ ବିଦ୍ୟାଳୟ ର କୌଣସି କବାଟ ଝରକା ଭାଙ୍ଗିନି ବୋଲି ପ୍ରତିକ୍ରୀୟା ରଖିଛନ୍ତି ।ପୂର୍ବରୁ ମଧ୍ୟ ଉକ୍ତ ବିଦ୍ୟାଳୟରୁ ସମାନ ଢଙ୍ଗରେ ଏକ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା, ଯେତେବେଳେ ୫-ଟି ଉନ୍ନୟନ କାର୍ଯ୍ୟ ଜାରି ରହିଥିଲ । ତେବେ ୫-ଟି ବିଦ୍ୟାଳୟର ସିସିଟିଭି ଓ ଜଗୁଆଳି ଥାଇ ମଧ୍ୟ କିପରି ଚୋରି ହେଉଛି ଏବଂ କର୍ତ୍ତୃପକ୍ଷ କେମିତି ଜାଣିପାରୁନାହାନ୍ତି, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟୀତ୍ୱହୀନତା ଲାଗି ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଅନିଶ୍ଚିତତା ସୃଷ୍ଟି ହେବନି ତ ।
No Result
View All Result