ବିଦ୍ୟାଳୟ ଖୋଲିବା ମାତ୍ରେ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ ଯେ, କେହି ଦୁର୍ବୁତ୍ତ ବିଦ୍ୟାଳୟର କ୍ରୀଡା ସାମଗ୍ରୀ ରଖାଯାଇଥିବା ଘରର ଝରକା ଭାଙ୍ଗି ବହୁ କ୍ରୀଡା ସାମଗ୍ରୀ ଚୋରି କରି ନେଇଯାଇଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି । ତେବେ ୫-ଟି ବିଦ୍ୟାଳୟରୁ ଚୋରି ହେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ଏ ନେଇ ଆଜି ଅପରାହ୍ନରେ ବିଦ୍ୟାଳୟ ପକ୍ଷରୁ ବାଣପୁର ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ସୂଚନା ଥାଉକି ଗମ୍ଭାରୀମୁଣ୍ଡା ଅଂଚଳରୁ ଦିନକୁ ଦିନ ଚୋର, ମଦୁଆ ଏବଂ ମଦ୍ୟ ବ୍ୟବସାୟୀ ମାନଙ୍କର ଉତ୍ପାତ ବଢିବାରେ ଲାଗିଛି l
ଗତ ପାଞ୍ଚ ମାସ ଭିତରେ ୬ ଗୋଟି ଚୋରି ହୋଇଥିବାର ଗମ୍ଭାରୀମୁଣ୍ଡା ଅଂଚଳରେ ଅଭିଯୋଗ ହୋଇଥିବା ଜଣାଯାଇଛି l ଏହାର ଅଭିଯୋଗ ପରେ ଗମ୍ଭାରୀମୁଣ୍ଡା ବିଇଟି ହାଉସ୍ ଅଧିକାରୀ ଶ୍ରୀ ଦିଲ୍ଲିପ ବିଶ୍ୱାଳ ଏ ନେଇ ତଦନ୍ତ ଚଳାଇଥିବା ବେଳେ ବିଦ୍ୟାଳୟ ର କୌଣସି କବାଟ ଝରକା ଭାଙ୍ଗିନି ବୋଲି ପ୍ରତିକ୍ରୀୟା ରଖିଛନ୍ତି ।
ପୂର୍ବରୁ ମଧ୍ୟ ଉକ୍ତ ବିଦ୍ୟାଳୟରୁ ସମାନ ଢଙ୍ଗରେ ଏକ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା, ଯେତେବେଳେ ୫-ଟି ଉନ୍ନୟନ କାର୍ଯ୍ୟ ଜାରି ରହିଥିଲ । ତେବେ ୫-ଟି ବିଦ୍ୟାଳୟର ସିସିଟିଭି ଓ ଜଗୁଆଳି ଥାଇ ମଧ୍ୟ କିପରି ଚୋରି ହେଉଛି ଏବଂ କର୍ତ୍ତୃପକ୍ଷ କେମିତି ଜାଣିପାରୁନାହାନ୍ତି, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟୀତ୍ୱହୀନତା ଲାଗି ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଅନିଶ୍ଚିତତା ସୃଷ୍ଟି ହେବନି ତ ।

© 2023 Odisha Taza News.