୪ ଜାନୁଆରୀ ବୁଧବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) କଟକ, ରିପୋର୍ଟ-ଅମୂଲ୍ୟ କୁମାର ବାରିକ :- ସାତ ଜଣ ଜାତୀୟ ରାଜପଥ ଲୁଟେରାଙ୍କୁ, ମଙ୍ଗଳବାର ବିଳମ୍ବିତ ରାତିରେ ଗିରଫ କରିଛି କଟକ ସଦର ପୋଲିସ । ଗିରଫ ଲୁଟେରା ମାନେ କଟକ ସଦର ଥାନା ଅଞ୍ଚଳରୁ, କିଛି ଦିନି ହେବ ବାରମ୍ବାର ଛିନତାଇ କରିବା ସହିତ, ୧୬ ନମ୍ବର ଜାତୀୟ ରାଜପଥରେ ଚଳନ୍ତା ଗାଡିକୁ ଅଟକାଇ ଖେଳନା ପିସ୍ତଲ ଦେଖାଇ ଲୁଟ କରିବା, ଗାଡି ଚୋରି କରିବା ଅଭିଯୋଗ ବରମ୍ବାର ଥାନାକୁ ଆସୁଥିଲା । ଏହି ଘଟଣାର ତଦନ୍ତ କରିବା ପାଇଁ , ସଦର ଥାନା ପୋଲିସ ଏକ ସ୍ୱତନ୍ତ୍ର ଟମ୍ ଗଠନ କରିଥିଲା ।
ଏନେଇ ଟିମ ମଙ୍ଗଳବାର ଦିନ ସାତ ଜଣକୁ ଗିରଫ କରିଥିଲା । ଗିରଫ ଲୁଟେରାଙ୍କ ମଧ୍ୟରେ ଜଣେ ନାବାଳକ ସାମିଲ ରହିଛି । ଧରାପଡିଥିବା ଅଭିଯୁକ୍ତ ମାନେ ହେଲେ , କଟକ ବୟାଳିଶ ମୌଜା ର ସିଦ୍ଧାର୍ଥ ଚୌଧୁରୀ, କଟକ ସଦର ଥାନା ଅନ୍ତର୍ଗତ ଶ୍ରୀକୋରୁଆ ଗ୍ରାମର ମଦନ ବେହେରା,କଟକ ଗୋପାଳପୁର ବଢେ଼ଇ ସାହିର ଲକ୍ଷ୍ୟ ରଞ୍ଜନ ମହାରଣା,
କଟକ ସଦର ଥାନା ଉରାଳି ଗ୍ରାମର ଜଗନ ପାତ୍ର ଓ ସିପୁନ୍ ନାୟକ, ମଧୁପାଟଣା ଥାନା କଲ୍ଯାଣ ନଗର ଅଞ୍ଚଳର ଭୋଳାନାଥ ନାୟକ । ପୋଲିସ ଏମାନଙ୍କ ଠାରୁ ଗୋଟିଏ କାର, ତିନୋଟି ବାଇକ୍, କୋଡିଏଟି ୱାକିଟକି ,୧୩ ଟି ମୋବାଇଲ ଫୋନ,ଗୋଟିଏ ଲୁହା ରଡ୍, ଗୋଟିଏ ଖେଳଣା ବନ୍ଧୁକ, ସୁନା ଅଳଙ୍କାର,ଓ ନଗଦ ୩୭ ହଜାର ଟଙ୍କା ଜବତ କରିଛି ।
ଏନେଇ ପୋଲିସ ୪ ଟି ମାମଲା ରୁଜୁ କରି, ୬ ଜଣଙ୍କୁ ବୁଧବାର କୋର୍ଟ ଚାଲାଣ କରିବା ସହ, ଜଣେ ନାବାଳକ ଥିବାରୁ ତାଙ୍କୁ ସୁଧାର ଗୃହକୁ ପଠାଇଛି ବୋଲି କଟକ ଡିସିପି ପିନାକ ମିଶ୍ର ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି । ଆୟୋଜିତ ସାମ୍ବାଦିକ ସମିଳନୀରେ ଏସପି ଚନ୍ଦନ ଘଡେଇ, କଟକ ସଦରଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର, ଅତିରିକ୍ତ ଆଇଆଇସି ରୀନା ମିଶ୍ର ଉପସ୍ଥିତ ଥିଲେ ।

© 2023 Odisha Taza News.