No Result
View All Result
୩ ଜାନୁଆରୀ ମଙ୍ଗଳବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଗୁରୁଗ୍ରାମ :- ଭାରତର ଅଗ୍ରଣୀ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ, ଶ୍ରୀ ସୁଶୀଲ ବାୱେଜାଙ୍କୁ ଏହାର ନୂତନ ମୁଖ୍ୟ ମାନବ ସମ୍ବଳ ଅଧିକାରୀ (ସିଏଚଆରଓ) ଭାବରେ ସ୍ୱାଗତ କରିଛି । ଶ୍ରୀ ବାୱେଜା ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ସହିତ ଆସିଛନ୍ତି ଏବଂ କର୍ମଚାରୀଙ୍କୁ ଉତ୍ସାହିତ କରିବାର ରଣନୀତି, କର୍ମକ୍ଷେତ୍ରର ସଂସ୍କୃତି ଉନ୍ନତ କରିବା, ଓ ପ୍ରତିଭା ପରିଚାଳନାକୁ ଦୃଢ଼ କରିବା ସହ ସଂଗଠନର ଅଭିବୃଦ୍ଧି ଦାୟିତ୍ୱ ନେବେ । ଏହି ଅବସରରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି ଯେ, ଌକ୍ତଙ୍କକ୍ଟଗ୍ଧ;ଆଜିର ପ୍ରତିଯୋଗିତା ମୂଳକ ନିଯୁକ୍ତିର ପାଣିପାଗରେ, ସଂଗଠନଗୁଡିକ ସେମାନଙ୍କର ସଂସ୍କୃତି, ନେତୃତ୍ୱ ଏବଂ ମୂଲ୍ୟ ବୋଧ ଦ୍ୱାରା ନିଜକୁ ଭିନ୍ନକରି ଗଢ଼ି ତୋଳନ୍ତି । ଗ୍ରାହକ ସନ୍ତୁଷ୍ଟି, ସୃଜନଶୀଳତା ଏବଂ ନବସୃଜନ, ତଥା ଶିକ୍ଷଣ କ୍ଷମତା ଉପରେ ଆମର ଧ୍ୟାନ, ଆମର କମ୍ପାନୀକୁ ଭିନ୍ନ କରେ ।
ଆମେ ସଠିକ୍ ପ୍ରତିଭାକୁ ଆକର୍ଷିତ କରିବାକୁ ଏବଂ ଉଚ୍ଚ ପ୍ରଦର୍ଶନକାରୀଙ୍କୁ ବଜାୟ ରଖିବାକୁ ଚାହୁଁ ।ମୁଁ ନିଶ୍ଚିତ ଯେ ଶ୍ରୀ ବାୱେଜା ଏକ ଚାଳକ ଶକ୍ତି ହେବେ ଯାହା ମାଧ୍ୟମରେ ଉଭୟ ସଂଗଠନ ଏବଂ ଏହାର ଲୋକମାନେ ଆଗକୁ ବଢ଼ିପାରିବେ ।” ଶ୍ରୀ ବାୱେଜା ବିବିଧ ଅଭିଜ୍ଞତା ସହିତ ଆସିଛନ୍ତି ଏବଂ ଡିସିଏମ୍ ଶ୍ରୀରାମ ଲିମିଟେଡ୍, ଆଲକାଟେଲ, କ୍ୟାଡବରୀ ଇଣ୍ଡିଆ ଲିମିଟେଡ୍ ଏବଂ ଜିଲେଟ୍ ଇଣ୍ଡିଆ ଭଳି କେତେକ ଅଗ୍ରଣୀ ଭାରତୀୟ ତଥା ବହୁରାଷ୍ଟ୍ରୀୟ ସଂଗଠନ ସହିତ କାର୍ଯ୍ୟ କରିଛନ୍ତି । ସେ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ ଆଣ୍ଡ ଟେକ୍ନୋଲୋଜି (ଆଇଏମଟି), ଗାଜିଆବାଦର ପୂର୍ବତନ ଛାତ୍ର ଏବଂ ମିସିଗାନ୍ ୟୁନିଭରସିଟିର ରସ୍ ସ୍କୁଲ୍ ଅଫ୍ ବିଜିନେସରୁ ମାନବ ସମ୍ବଳ କୌଶଳରେ ଆଡଭାନ୍ସଡ୍ ମାନବ ସମ୍ବଳ କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ କରିଛନ୍ତି ।
ତାଙ୍କର ନୂତନ ଭୂମିକା ବିଷୟରେ ମନ୍ତବ୍ୟ ଦେଇ ଶ୍ରୀ ବାୱେଜା କହିଛନ୍ତିଯେ, “ଜିନ୍ଦଲ ଷ୍ଟେନଲେସ ଭଳି ସଂସ୍ଥାରେରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ, ଯାହା କେବଳ ଷ୍ଟେନଲେସ ଷ୍ଟିଲ ଉତ୍ପାଦନରେ ନୁହେଁ, ବରଂ ଏହାର କର୍ମଚାରୀମାନଙ୍କ ପାଇଁ ଏକ ସୁନ୍ଦର କାର୍ଯ୍ୟ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି । ବ୍ୟବସାୟ ସମ୍ପ୍ରସାରଣ ଏବଂ ଲୋକ ରଣନୀତି ଦୃଷ୍ଟିରୁ କମ୍ପାନୀ ବର୍ତମାନ ଏକ ରୋମାଂଚକର ପର୍ଯ୍ୟାୟ ଦେଇ ଗତି କରୁଛି । ମୁଁ ଏହାର ଅଭିବୃଦ୍ଧି କାହାଣୀକୁ ଆଗକୁ ବଢ଼ାଇବାରେ ସାମିଲ ହେବାକୁ ଅପେକ୍ଷା କରିଛି ।

No Result
View All Result