No Result
View All Result
୩ ଜାନୁଆରୀ ମଙ୍ଗଳବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଭୁବନ :- ଭୁବନ ୧.୧- ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତା ଙ୍କୁ ବିଭିନ୍ନ ପଦ ପଦବୀ ରେ ଥଇଥାନ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସୁପାରିଶ କ୍ରମେ ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ବିଜେଡି ନେତା ନରେନ୍ଦ୍ର କୁମାର ସାହୁ ଙ୍କୁ ଭୁବନ ଏନଏସି ବିଜେଡି ସଭାପତି ଭାବେ ମନୋନୀତ କରାଯାଇଛି । ଶ୍ରୀଯୁକ୍ତ ସାହୁ ଙ୍କ ଗୋଟିଚାଳନାରେ ଚଳିତଥର ପୌର ନିର୍ବାଚନରେ ବିଜେଡି ବାଜିମାତ କରିବା ସହିତ ଶ୍ରୀ ସାହୁ ଙ୍କ ନିଜ (୩ ନମ୍ବର) ୱାର୍ଡ ରେ ବିଜେଡି ସର୍ବାଧିକ ଭୋଟ ପାଇଥିଲା । ଶ୍ରୀ ସାହୁ ଙ୍କ ଏକାନ୍ତ ଅନୁଗତ ଓ ବିଶ୍ୱସ୍ତ ଶ୍ରୀମତୀ ମାନିନୀ ସାହୁ ଙ୍କୁ ଉପନଗରପାଳ କରାଯାଇଥିଲା ।
ପୂର୍ବରୁ ଶ୍ରୀ ସାହୁ ଙ୍କ ପତ୍ନୀ ସରୋଜ ନଳିନୀ ସାହୁ ମଧ୍ୟ ଭୁବନ ଏନଏସି ର ନଗରପାଳ ହୋଇଥିଲେ । ସବୁ ଦୃଷ୍ଟିରୁ ବିଚାର କରି ନରେନ୍ଦ୍ର ସାହୁ ଙ୍କୁ ଭୁବନ ଏନଏସି ବିଜେଡି ସଭାପତି ଭାବେ ମନୋନୀତ କରାଯାଇଥିବାରୁ ଦଳୀୟ କର୍ମୀ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଶ୍ରୀ ସାହୁ ଙ୍କ ବଳିଷ୍ଟ ନେତୃତ୍ୱରେ ବିଜେଡି ସଂଗଠନ ଆହୁରି ମଜବୁତ ହେବ ବୋଲି ସାଂସଦ ମହେଶ ସାହୁ ଗତକାଲି ନୂତନ ସଭାପତି ନରେନ୍ଦ୍ର ସାହୁ ଙ୍କୁ ସମ୍ବର୍ଦ୍ଧିତ କରି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ , ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମାୟାଧର ପଣ୍ଡା ଏବଂ ଭୁବନ ବ୍ଲକ କୃଷି ଉପଦେଷ୍ଟା କମିଟି ଅଧ୍ୟକ୍ଷ ସୁଧାକର ସାହୁ ଙ୍କୁ ଜିଲ୍ଲା ବିଜେଡି ଉପସଭାପତି ଭାବେ ମନୋନୀତ କରାଯାଇଛି ।
ଉପରୋକ୍ତ ସମସ୍ତ ନେତା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ,ସାଂସଦ ମହେଶ ସାହୁ , ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଗଭୀର କୃଜ୍ଞତା ଜ୍ଞାପନ କରିଛନ୍ତି । ଗତ ଡିସେମ୍ବର ୨୬ ତାରିଖରେ ପୁରୀରେ ବିଜେଡି ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରି ଶଙ୍ଖକ୍ଷେତ୍ରରୁ ଶଙ୍ଖନାଦ କରିଛନ୍ତି ଶଙ୍ଖପତି । ସାଧାରଣ ନିର୍ବାଚନ ପୂର୍ବରୁ ବରିଷ୍ଠ ନେତାଙ୍କୁ ଥଇଥାନ ନିଶ୍ଚିତ ଭାବେ ଗୋଷ୍ଠୀ କନ୍ଦଳ କୁ ପ୍ରତିହତ କରିବା ସହ ଦଳକୁ ମଜବୁତ କରିବ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଆଲୋଚନା ହେଉଛି ।
No Result
View All Result