ଓଡିଶାତାଜା ନ୍ୟୁଜ୍ (୦୮ ଜୁନ୍ ସୋମବାର) ନୟାଗଡ :- ଆଜି ଥିଲା ନୟାଗଡ ବ୍ଲକ ଅନ୍ତର୍ଗତ ଇଟାମାଟି ଗ୍ରାମର ମେନ ରୋଡ଼ ନିକଟସ୍ଥ ବଡ଼ସାହି ଟାଙ୍ଗୀ ପାଟଣାର ବିଜୟ ସାଥୁଆ ଙ୍କ ପୁତ୍ର ସାଇଶୁଭମଙ୍କ 24ତମ ଜନ୍ମ ଦିନ । ତେବେ ସେ ଏହାକୁ ଆଡମ୍ବର ସହକାରେ ପାଳନ କରିନାହାନ୍ତି । ମଉଜମସ୍ତି କରି ନାହାନ୍ତି । ବରଂ କରୋନା ମହାମାରୀ ପରିପ୍ରେକ୍ଷୀରେ ରକ୍ତର ଅଭାବ ଦେଖି ସ୍ବେଛାକୃତ ରକ୍ତଦାନ ଶିବିର ଟିଏ ଆୟୋଜନ କଲେ ଇଟାମାଟି ଠାରେ ଥିବା
ସତ୍ୟବାଦୀ ବକୁଳବନ ବିଦ୍ୟାଳୟର ଆଦର୍ଶରେ ଅନୁପ୍ରାଣିତ ହୋଇ ଗଢି ଉଠିଥିବା ମଣିଷ ତିଆରି କାରଖାନା ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ପରିସରରେ । ଆଉ ଏହାକୁ ବହୁ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଥାଇ ସମାଜସେବା ପାଇଁ ରାଜନୀତି କୁ ଆପଣେଇଥିବା ଆଉ ରକ୍ତଦାନ କଥା ଉଠିଲେ ସବୁ ପଛ ରକ୍ତଦାନ ଜୀବନ ଦାନ ପରି କାର୍ଯ୍ୟ ଆଗରେ ରୁଚି ରଖୁଥିବା ସ୍ଥାନୀୟ ବିଧାୟକ ତଥା ରାଜ୍ୟମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆସି ଏହାକୁ ଉଦଘାଟନ କଲେ ।
ନିଜ ଜନ୍ମ ଦିନରେ ଏପରି ଏକ ଭଲ କାର୍ଯ୍ୟ କରିଥିବାରୁ ଆୟୋଜକ ଏବଂ ସାଇ ଶୁଭମଙ୍କୁ ପ୍ରଂଶସା ସହ ସମସ୍ତ ରକ୍ତଦାତାଙ୍କ ନିକଟକୁ ଯାଇ ମନ୍ତ୍ରୀ ଶ୍ରୀଯୁକ୍ତ ଡ଼.ସାହୁ ଉତ୍ସାହିତ କରିଥିଲେ । ତେବେ ଏ ସମସ୍ଥ କାର୍ଯ୍ୟକ୍ରମକୁ ଶିକ୍ଷାବିତ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ, ନାଟ୍ୟକାର, ଅନୁବାଦକ, ସଂସ୍କୃତିବିତ ତଥା ଉଦଘୋଷକ ଶରତ କୁମାର ଆଚାର୍ଯ୍ୟ, ସମାଜସେବୀ ପୂର୍ଣ୍ଣନାୟକ, ବ୍ଲକ ଉପାଧ୍ୟକ୍ଷ ତଥା ନାଟ୍ୟ ନିର୍ଦେଶକ ସୁବାଷ କହ୍ନର, ଶ୍ରମିକ ନେତା ଶ୍ରୀକାନ୍ତ ପଟନାୟକ ସମେତ ବହୁ ସ୍ବେଛାସେବୀ ସେବୀ ଯୋଗ ଦେଇ ଏହି ସୁନ୍ଦର କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ । ତେବେ ସାଇଙ୍କ ଏହି କାର୍ଯ୍ୟକୁ ସାଧାରଣରେ ପ୍ରଂଶସା କରାଯାଇଛି । (ନୟାଗଡ଼ ,ରିପୋର୍ଟ :– ରାମକୃଷ୍ଣ ରଥ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com