୦୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବରଗଡ଼ :-  ଡକ୍ଟର ରବିନାରାୟଣ ସାହୁଙ୍କ ରଚିତ "ଧନୁଯାତ୍ରା ଓ ଅନ୍ୟାନ୍ୟ ଗୀତିନାଟ୍ୟ" ଶୀର୍ଷକ ପୁସ୍ତକ ଇତି ମଧ୍ୟରେ ବିରାଟ ଧନୁଯାତ୍ରା ମହୋତ୍ସବର "ରାଜ ଦରବାର" ମଞ୍ଚରେ ମହାରାଜା କ°ସଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି । ଧନୁଯାତ୍ରା ମହୋତ୍ସବର ଆବାହକ ସୁରେଶ୍ଵର ଶତପଥୀ ପୁସ୍ତକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମଞ୍ଚରେ ମହାରାଜା କ°ସ ଓ ତାଙ୍କର ପାତ୍ର ମନ୍ତ୍ରୀ ଓ ପାରିଷଦ ବର୍ଗଙ୍କ ସହ ବ୍ୟଙ୍ଗ ସାହିତ୍ୟିକ ମନୋରଞ୍ଜନ ସାହୁ ଓ ପୁସ୍ତକର ଲେଖକ ଡକ୍ଟର ସାହୁ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ଡକ୍ଟର ସାହୁଙ୍କ ଦ୍ଵାରା ଦୁଇଟି ପୁସ୍ତକ "ବରଗଡ଼ ଧନୁଯାତ୍ରା: ଏକ ପରିଚୟ" ଓ "ଏଗାର ଦିନର ଯାତ୍ରା: ଧନୁଯାତ୍ରା " ପ୍ରକାଶିତ ହୋଇ ପାଠକୀୟ ସ୍ଵୀକୃତି ଲାଭ କରିଛି। ସେ ଧନୁଯାତ୍ରା ଉପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ପିଏଚ.ଡ଼ି ଡିଗ୍ରୀ ହାସଲ କରିଛନ୍ତି। ଉକ୍ତ ପୁସ୍ତକରେ ଧନୁଯାତ୍ରା ବ୍ୟତୀତ ଅନ୍ୟ ଦୁଇଟି ଗୀତିନାଟ୍ୟ "ପିତୃଭକ୍ତ ଭୀଷ୍ମ" ଓ "ହସିଲେ ଗଛ ହସିବ ଦେଶ" ସ୍ଥାନ ପାଇଛି ଯାହାକି ପୂର୍ବରୁ ଆକାଶବାଣୀ ସମ୍ବଲପୁର ସୈ|ଜନ୍ୟରୁ ପ୍ରଚାରିତ ହୋଇଅଛି।