ଛବିର ସାହୁ ,ସୁନାରାମ ପୁଟେଲ ,ରସରରାଜ ବୁଡେକ , ବିଶ୍ଵନାଥ ଦଳପତି , ଜୀବନ୍ୟାସ ସଂଗଠକ ସଂପାଦକ ମିନକେତନ ପ୍ରଧାନ, ଦୀନବନ୍ଧୁ ବର୍ଗତ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବିଚାରକ ଭାବେ ସାମ୍ବାଦିକ, ଦିଲ୍ଲିପ କୁମାର ଭୋଇ, ଗୋରେଖନାଥ ବରିହା, ଯୋଗଦେଇ କାର୍ଯ୍ୟ କ୍ରମ କୁ ଉଦଘାଟନ କରିଥିଲେ । ପାଟଣାଗଡ଼ ଉପଖଣ୍ଡର ୧୨୫ ଜଣ ବିଭିନ୍ନ ଲୋକ କଳାକାର ଯୋଗଦେଇଥିଲେ ।
ଏଥିରେ ଲୋକ ବାଦ୍ୟ, ଲୋକନୃତ୍ୟ, ତଥା ଡାଳଖାଇ, ରସରକେଲି ମାଇଲାଜଡ,ଚୁଟୁକୁଟୁକା, ହୋମବଉଲ, ସଂଚାର, ଦାସକାଠିଆ ପାଳା ଆଦି କଳାକାର ଯୋଗଦେଇ କଳା ପରିବେଷଣ କରିଥିଲେ । ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ରଙ୍ଗିନ ସଂକିତ୍ତନ ମୃଦଙ୍ଗ ବାଦକ ଜଗନ୍ନାଥ ଦାସ ଙ୍କ ବାଦ୍ୟ ଉଚ୍ଚ କୁଟିର ହୋଇଥିଲା । ସମାଜ କଲ୍ୟାଣ ସଂଘ ର ଯୁବକ ମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ କୁ ହାସ୍ୟକଳାକାର ଦୀନବନ୍ଧୁ ବର୍ଗତ୍ତି ପରିଚାଳନା କରିଥିବା ବେଳେ ଜୀବନ୍ୟାସ ସଂପାଦକ ମିନକେତନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


© 2023 Odisha Taza News.