No Result
View All Result
୦୨ ଜାନୁଆରୀ ସୋମବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବୈପାରୀଗୁଡା :- ଆନ୍ଧ୍ରା ଚାଷୀ ଙ୍କ ଦାଦାଗିରି ଓଡିଶା ସୀମାନ୍ତ ଗାଁ ରେ ପୋଷି ବେଆଇନ ଭାବେ 50 ଏକର ଚାଷ ଜମି ରେ ପାମ ତେଲ ଚାଷ କରୁଥିବା ଚାଷୀ ଙ୍କ ଜମି କୁ ପ୍ରଶାସନ ର ଚଢାଉ l ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ବ୍ଲକ ଆନ୍ଦ୍ର ସୀମାନ୍ତ ପାପଲାଡ ପଂଚାୟତ ରେ ଥିବା ଗୋଚର ଜମିରେ ଆନ୍ଦ୍ର ର କିଛି ଲୋକ ବେଆଇନ ଭାବେ 50 ଏକର ରୁ ଉର୍ଦ୍ଧ ଜମି ରେ ପାମ ଅଇଲ ଚାଷ କରିଥିଲେ l ବାରମ୍ବାର ତାଗିଦ ପରେ ମଧ୍ୟ ଚାଷ କରିଥିଲେ l
ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ଙ୍କ ନେତୃତ୍ୱ ରେ ତହସିଲଦାର, ଥାନା ଅଧିକାରୀ, ପଂଚାୟତ ବାସି ଏକତ୍ରିତ ହୋଇ ଚାଷ କରିଥିବା ଜମି କୁ ଯାଇ ଚାଷ କାମ ରେ ନିୟୋଜିତ ହୋଇଥିବା ଗାଡି ଜବତ କରିବା ସହ ଜମି ରେ ଚାଷ ହୋଇଥିବା ଗଛ କୁ ଉପାଡି ଥିଲେ l ତେବେ ଆନ୍ଦ୍ର ର ଦାଦାଗିରି କୁ ବରଦାସ୍ତ କରାଯିବ ନାହିଁ ବୋଲି ଅଧ୍ୟକ୍ଷା ମେଲକା ପ୍ରକାଶ କରିଛନ୍ତି l

No Result
View All Result