ପୁରସ୍କୃତ ହେଲେ ପକ୍ଷୀ ରାଣୀ ଦୀପା

୦୧ ଜାନୁଆରୀ 2023,ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ଏକ ଜନ ବହୁଳ ଜିଲ୍ଲା । ଗତ ୧୦ ବର୍ଷ ଧରି ଜିଲ୍ଲା ରେ ଘର ଚଟିଆ ସଂରକ୍ଷଣ ପାଇଁ କାର୍ଯ୍ୟ କରି ଆସୁଛନ୍ତି ଶିକ୍ଷିତ ଓ ପ୍ରକୃତ ପ୍ରେମୀ ଯୁବତୀ ଦିପାରାଣୀ ନାୟକ । ମାଲକାନଗିରି ମହାବିଦ୍ୟାଳୟରେ ବାଣିଜ୍ୟ ରେ +୩ ପଢ଼ିବା ପରେ ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟରୁ ଭାରତୀୟ ମୁଦ୍ରଣ ଚିତ୍ରକଳା ରେ ମଧ୍ୟ ସ୍ଵାତକ ଡିଗ୍ରୀ ହାସଲ କରିଛନ୍ତି ।

ନିଜର ଏହି ପ୍ରୟାସ ଯୋଗୁଁ ସେ ଅନେକ ଘର ଚଟିଆ ଓ ପକ୍ଷୀଙ୍କୁ ସୁରକ୍ଷା ଦେବା ସହ ତାଙ୍କର ସଂଖ୍ୟା ବୃଦ୍ଧି କରିବାରେ ସଫଳ ହୋଇଛନ୍ତି । ଏଥି ଯୋଗୁଁ ଚଳିତ ବର୍ଷ ମାଲକାନଗିରି ବନଖଣ୍ଡ ଅଧିକାରୀଙ୍କ ଦ୍ବାରା ଚୟନ ହୋଇ ଜିଲ୍ଲା ବନ ଜୀବ ସଂରକ୍ଷକ ୨୦୨୨ ରେ ସମ୍ମାନିତ ଓ ୫୦୦୦ ଟଙ୍କାର ଏକ ଚେକ୍ ଗ୍ରହଣ କରିଥିଲେ । ଆଜି ନବବର୍ଷ ୨୦୨୩ ଅଭିନନ୍ଦନ ସମାରୋହରେ ତାଙ୍କୁ ସମ୍ମାନୀତ କରାଯାଇଥିଲା ।