୦୧ ଜାନୁଆରୀ 2023,ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବରଗଡ :- ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ର ହୀରକ ଜୟନ୍ତୀ ସମାରୋହ ର ଆଜି ଷଷ୍ଠ ଦିନରେ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଛି । ସହର ର ପାଞ୍ଚ କିଲୋମିଟର ପରିଧି ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ମୁକ୍ତାକାଶ ମଞ୍ଚରେ ପ୍ରତ୍ୟେକ ଲୋକ ନିଜକୁ ଅଭିନୟ ରେ ସାମିଲ କରିଥାନ୍ତି । ମଥୁରା ନଗରୀ ଓ ଗୋପପୁର, ମଧ୍ୟରେ ଯମୁନା ନଦୀରେ ବ୍ୟାପ୍ତ ଏହି ଅଭିନୟ ।
ଏଥିରେ ଓଡ଼ିଆ ଲୋକ କଳାର ପ୍ରସାର ପାଇଁ ପ୍ରତ୍ୟେକ ଜିଲ୍ଲା ର ଲୁପ୍ତ ପ୍ରାୟ କଳା ଓ କଳା କାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସୁଯୋଗ ଦିଆଯାଇଥାଏ । ସେହିପରି ଭାରତର ବିଭିନ୍ନ ପ୍ରାନ୍ତରୁ ଲୋକ କଳାକାର ମାନେ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି । ଆଜି ଷଷ୍ଠ ଦିନରେ ମହାରାଜା କଂସ ଙ୍କ ଦ୍ଵାରା ରଂଗ ସଭା ର ଆୟୋଜନ ହୋଇଥିଲା ।
ଏଥିରେ ରାଜ ଦରବାର ରେ ଆସନ୍ନ ଯୁଦ୍ଧ ପ୍ରସ୍ତୁତି ପାଇଁ ରାଜନ୍ୟ ବର୍ଗଙ୍କ ସହିତ ମହାରାଜା କଂସ ଆଲୋଚନା କରିଥିଲେ । ସେହିପରି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ମଧ୍ୟ ଜନତା ଦରବାର ରେ ମହାରାଜା କଂସ ଙ୍କ ଉତ୍ତର ଦେଇଥିଲେ । ଅପରପକ୍ଷରେ ଗୋପପୁର ରେ ଗୋପାଙ୍ଗନା ଦହି ବିକା ଓ ଶ୍ରୀ କୃଷ୍ଣ ଙ୍କ ବସ୍ତ୍ର ହରଣ ଦୃଶ୍ୟମାନ ଅଭିନୟ ହୋଇଥିଲା ।
ଧନୁଯାତ୍ରା ମହୋତ୍ସବ ପରିପ୍ରେକ୍ଷୀରେ ପ୍ରଚାର ପ୍ରସାର କମିଟି ପକ୍ଷରୁ ଆଜି ଚିତ୍ର ଶିଳ୍ପୀ ମାନଙ୍କ ଏକ କର୍ମଶାଳାର ଆୟୋଜନ ହୋଇଥିଲା । ସ୍ବେଚ୍ଛାସେବୀ ସଙ୍ଗଠନ ନିଷ୍ଠା ପରିବାର ତରଫରୁ ମେଗା ରକ୍ତଦାନ ଶିବିର ମହାରାଜା କଂସ ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ଏହା ୫ଦିନ ବ୍ୟାପୀ ଚାଲିବାର କାର୍ଯ୍ୟକ୍ରମ ରହିଛି ।


© 2023 Odisha Taza News.