ଓଡିଶାତାଜା ନ୍ୟୁଜ୍ ( ୦୮ ଜୁନ୍ ସୋମବାର ) ୧୩୮ ନୂଆ କରୋନା ପଜିଟିଭ ଚିହ୍ନଟ୍ :- ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୩୮ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩ଜଣ ଆକ୍ରାନ୍ତ ଚିହ୍ନଟ୍ ହୋଇଥିବା ବେଳେ କଟକରୁ ୧୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ଜଣ, ଭଦ୍ରକ ଜିଲ୍ଲାରୁ ୧୧ଜଣ,କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରୁ ୧୦ଜଣ ଲେଖାଏଁ ଆକ୍ରାନ୍ତ, ପୁରୀ ଜିଲ୍ଲାରୁ ୭ଜଣ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରୁ ୬ଜଣ ଲୋଖାଏଁ, ନୟାଗଡ଼, ଢ଼େଙ୍କାନାଳ ଓ ନୂଆପଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ, କଳାହାଣ୍ଡି ଜିଲ୍ଲାରୁ ୨ଜଣ, ରାୟଗଡ଼ା, ସମ୍ବଲପୁର, ବଲାଙ୍ଗୀର ଓ କେନ୍ଦ୍ରପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟ ରେ ୧୮ଟି ଜିଲ୍ଲାରୁ ୧୩୮ ନୂଆ କରୋନା ପଜିଟିଭ ଚିହ୍ନଟ୍ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ପହଞ୍ଚିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ବିଟ୍ ରେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୧୩୮ ସଂକ୍ରମିତଙ୍କ ମଧ୍ୟରୁ ୧୨୫ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୧୩ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୮୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୮୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com