କିଛି ବଷପରେ ଆଡି ବିଭାଗ ଏହି ରାସ୍ତା ପିୱଡି ବିଭାଗକୁ ହତାନ୍ତର କରାଯାଇଥିଲା । ଏହାପରେ ପିୱଡି ବିଭାଗ ପ୍ରତି ବଷ ରାସ୍ତା କାମ କରି ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା କାଗଜ ପତ୍ର ଦସାଯାଛି ରାସ୍ତା ଅବସ୍ଥା ସୁଧିବାର ଦେଖିବାକୁ ମିଳୁନି । ଆର. ଉଦୟଗିରି ଠାରୁ ନୂଆଁପଲି ୧୨ କିଲୋମିଟର ରାସ୍ତା ବତ୍ତମାନ ମରଣଯନ୍ତା ପାଲଟିଛି । ସାମାନ୍ୟ ବର୍ଷାରେ ଖାଲରେ ଆଣ୍ଠୁଏ ପାଣି ଜମି ଦୁର୍ଘଟଣା ଘଟୁଛି । ସମ୍ବଲପୁର ପୂବତନ ସରପଞ୍ଚ ଜଗନ୍ନାଥ ଗମାଙ୍ଗ ରାସ୍ତା କାମ ଯଦି ତୁରନ୍ତ ନ କରାଯାଏ ତା ‘ ହେଲେ ଆଗାମୀ ଦିନରେ ଏହି ଅଞ୍ଚଳର ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ପୂର୍ତ ବିଭାଗ ପ୍ରତିବର୍ଷ ଏହି ରାସ୍ତା ମରାମତି ନାମରେ ଲକ୍ଷ ଟଙ୍କା ଖର୍ଚ କରନ୍ତି ମାତ୍ର ରାସ୍ତା ଅବସ୍ଥା ସୁଧାରିବା ଦେଖିବାକୁ ମିଳୁନି ।
ପୂର୍ତ ବିଭାଗ ଦ୍ବାରା ମରାଯାଉଥିବା ରାସ୍ତା କାମ ବିଭାଗୀୟ ଅଧିକାରୀମାନେ କାମ ଉପରେ କୌଣସି ଅଭିଗ୍ୟତା ନଥିବା ଠିକାଦାରମାନଙ୍କୁ କାମ ଦିଆଯାଉଥିବାରୁ ରାସ୍ତା କାମ ହେବାର ଅଳ୍ପ ଦିନପରେ ରାସ୍ତା ଅବସ୍ଥା ପୂର୍ବଭଲି ହୋଇଯାଉଛି । ଏହି କାମ ହେବା ସମୟରେ କାମର ତଦାରଖ କରିବାକୁ ଯନ୍ତୀମାନଙ୍କୁ ଦେଖିବାକୁ ମିଳୁନି ଠିକାଦାର ନିଜଇଛା ଅନୁଯାଇ ନିମ୍ନାନର କାମ କରୁଥିବାରୁ ରାସ୍ତା ଅବସ୍ଥା ଅଳ୍ପ ଦିନ ନଷ୍ଟ ହୋଇଯାଉଛି । ଏ ନେଇ ବିଭାଗୀୟ ସହକାରୀ କନିଷ୍ଟ ଯନ୍ତ୍ରୀ ମାନସ ରଞ୍ଜନ କର ସହ ଯୋଗାଯୋଗ କରିବାରୁ ସେ କହିଥିଲେ ସେହି ରାସ୍ତାକୁ ପୂତ୍ତ ବିଭାଗକୁ ୩ ବର୍ଷ ହେବ ହସାନ୍ତର କରାଯାଇଛି ସେହି ରାସ୍ତା ମରାମତି କାମ ଗତବଷ ୩ କିଲୋମିଟର କାମ କରାଯାଛି ।
ଏହାପରେ ପୂତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠି ସହ ଯୋଗାଯୋଗ କରିବାରୁ ସେ କହିଥିଲେ ସେହି ରାସ୍ତା ପାଇଁ କୌଣସି ଟଙ୍କା ଆସୁନି ଟଙ୍କା ଉପର ଅଧିକାରୀ ଜଣାଯାଇଛି ଟଙ୍କା ଆସିଲେ ରାସ୍ତା କାମ କାମ କରାଯିବ ବୋଲି କହିଥିଲେ । ଏହି ରାସ୍ତା ନୁଆଗଡ ସମିତି ବୈଠକରେ ପ୍ରବଳ ପାଟି ସେହି ଅଞ୍ଚଳର ପ୍ରପିନିଧିମାନେ । ଏହା ମଧ୍ଯ କହିଥିଲେ ଆମେ ବହୁବାର ରାସ୍ତା ସମସ୍ଯା ଜଣାଇବା ସତେ ଜିଲାରୁ ନିର୍ବାହୀ ଯନ୍ତ୍ରୀ ଦିନଟି ପାଇଁ ରାସ୍ତା ଅବସ୍ଥା ଦେଖିବାକୁ ଆସିଲେ ନାହିଁ । ଯଦି ଭବିସତ କେବେ ଏହି ଅଞ୍ଚଳକୁ ଗ୍ରସ୍ତରେ ଆସନ୍ତି ତାହା ଅଟକ ରଖିବୁ ବୋଲି ପ୍ରତିନିଧି ମାନେ ଉତେଜନା ହୋଇ କରିଥିଲେ ।
ଅଞ୍ଚଳର ଲୋକଙ୍କ ଦାବି ଏହି ବିଭାଗ ଦ୍ବାରା କରାଯାଇଥିବା ରାସ୍ତା କାମ କୁଡିକୁ ଦୁର୍ନୀତି ବିଭାଗ ତଦନ୍ତ କରାଗାଲେ ପ୍ରକୃତ ରହସ୍ୟ ଲୋକ ଲୋଚନକୁ ଆସିପାନ୍ତା ବୋଲି ଅଞ୍ଚଳବାସି ତରଫରୁ ଦାବି ହେଉଛି । ଏପରି ଗତ କିଛି ମାସତଳେ ଲଗାଣ ବର୍ଷାରେ ପର୍ବତରୁ ବଡ ବଡ ପଥର ଖସିଆସିବା ପଥରକୁ ଆଜିସୁଧା ଉଠାଯାଇ ନଥିବାରୁ ସାଇଡି ଯାଉଥିବା ସମୟରେ ବାରମ୍ବର ଦୁର୍ଘଟଣା ଘଟି ଜନଯିବନ ନଷ୍ଟ ହେଉଛି । ରାସ୍ତା ଗୋଡିକ ନଷ୍ଟ ହୋଇଗଲେ ମଧ୍ୟ ମରାମତି ପ୍ରତି ସେ ଧନ୍ୟ ଦେଉନାହାନ୍ତି ଅଭିଯୋଗ ହେଉଛି ।

© 2023 Odisha Taza News.