୩୧ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ଼ :- ମା ବରଡାଳୀ କ୍ଳବ ସହାଭାଗିତା ରେ ବରଡାଳୀ ମନ୍ଦିର ନିକଟରେ ଠାରେ ଦୀର୍ଘ ୨ ଦିନ ଧରି ଚାଲିଥିବା ଷୋଡଦଶ ବାର୍ଷିକ ମା ବରଡାଳୀ ମହୋତ୍ସବ 2022 ଅନେକ ଅନେକ ପ୍ରଶଂସା ସାଉଁଟି ଶନିବାର ଦିନ ଉତ୍ସାହ, ଉଦ୍ଦୀପନା ଓ ସଫଳତାର ସହ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମହୋତ୍ସବ କମିଟି ଅଧ୍ୟକ୍ଷ ଭଗବତ ପ୍ରସାଦ ପାଣ୍ଡେ ଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଯାପନୀ ସମାରୋହରେ ସାଧାରଣ ସମ୍ପାଦକ ମାନସ କୁମାର ସାହୁଙ୍କ ସମ୍ପାଦକୀୟ ପାଠ କରିବା ସହିତ ଶାନ୍ତି ଶୃଙ୍ଖଳା ର ସହ ଉପସ୍ଥିତି ଓ ଅକୁଣ୍ଠ ସହଯୋଗ ପାଇଥିବାରୁ ପ୍ରତ୍ୟେକ ବର୍ଗର ଜନ ସାଧାରଣ ଓ ପ୍ରଶାସନ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଥିଲେ l ମହୋତ୍ସବର ଦୁଇଟି ସଂନ୍ଧ୍ୟାରେ ମଞ୍ଚରେ ପ୍ରତି ଅପରାହ୍ନରେ କୁଇଜ ମାଷ୍ଟର ପ୍ରସନ୍ନ ରଥଙ୍କ ଦ୍ୱାରା କୁଇଜ ପରିଚାଳନା ପରେ ପରେ ସ୍ଥାନୀୟ ଅଞ୍ଚଳର କଳାକାର ମାନଙ୍କ ଦ୍ୱାରା ପୁରାତନ ଲୋକ କଳା ସଂସ୍କୃତି, ଦଣ୍ଡ ନାଚ, ଓଡିଶୀ ସଂକୀର୍ତନ, ପାଲା, ଦାସକାଠିଆ, ଖଞ୍ଜଣୀ ଭଜନ ପରିବେଷଣ ସାଥୀକୁ ଓଡିଶୀ ନୃତ୍ୟ ଆଦି କଳାଗୁଡିକ ର ପରିବେଷଣ ମହୋତ୍ସବର ପ୍ରଦର୍ଶନୀ ମଣ୍ଡପରେ ଦେଖିବାକୁ ମିଳିଥିଲା l ଗ୍ରାମାଞ୍ଚଳରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ଉତ୍କଳୀୟ କଳା ସଂସ୍କୃତିର ଉତ୍କର୍ଷତା କୁ ମହୋତ୍ସବର ପ୍ରଦର୍ଶନୀ ମଣ୍ଡପରେ ନିଖୁଣ ଭାବେ ପାରିବେଷିତ ହୋଇଥିଲା l

ଏହି ଅବସରରେ କୃତୀ ପ୍ରତିଭା ଅନ୍ୱେଷଣ ଉଦ୍ଦେଶ୍ୟରେ ବିଭିର୍ନ ସଫଳ ପ୍ରତିଭା ମାନଙ୍କୁ ମହୋତ୍ସବ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ଉଦଯାପନୀ ସଂନ୍ଧ୍ୟାରେ ଆଜିର ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ।ଗ୍ରାମାଞ୍ଚଳ ରେ ଏଭଳି ମହୋତ୍ସବ ଆୟୋଜନକୁ ପ୍ରଶଂସା କରି ଅସରଳାର କଳା ସଂସ୍କୃତି ଓ ଐତିହ୍ୟ ର ଗୌରବ ଅଧ୍ୟାୟ ଏବଂ ବିକାଶ ଦିଗରେ ଏହା ସହାୟକ ହେବ ବୋଲି ଅତିଥି କହିଛନ୍ତି । ସନମାନିତ ଅତିଥି ଭାବେ ଫକୀର ଚରଣ ସ୍ବାଇଁ, ରାମଚନ୍ଦ୍ର ପାଟ୍ଟଯୋଶୀ ,ରଂଜନ କୁମାର ଖଟେଇ, ଅଶୋକ ପଟ୍ଟନାୟକ ଯୋଗ ଦେଇଥିଲେ