୩୧ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ଼ :- ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସଂପୁର ଗ୍ରାମର ବାଲୁଙ୍କେଶ୍ୱର ରାଇଜିଂ ଷ୍ଟାର୍ କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ଦ୍ଵାଦଶ ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ସ୍ଥାନୀୟ ଟାଙ୍ଗୀ ପଡ଼ିଆ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଂପୁରର ମା ବିମଳାଇ କ୍ରିକେଟ କ୍ଲବକୁ ହରାଇ ନରେନ୍ଦ୍ରପୁର ର ମା କଙ୍କାଳୀ କ୍ରିକେଟ କ୍ଲବ ଫାଇନାଲକୁ ଉନ୍ନିତ ହୋଇଛି।ପ୍ରଥମେ ଟସ ଜିତି ମା ବିମଳାଇ କ୍ରିକେଟ କ୍ଲବ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ମା କଙ୍କାଳୀ କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ବିନିମୟରେ ୧୨୩ ରନ ସଂଗ୍ରହ କରିଥିଲା।
ଜବାବରେ ସଂପୁରର ମା ବିମଳାଇ କ୍ରିକେଟ କ୍ଲବ ୧୬.୨ ଓଭର ଖେଳି ୮୮ ରନରେ ଅଲଆଉଟ ହୋଇ ପରାସ୍ତ ହୋଇଥିଲା ।ଆଜିର ଏହି ମ୍ୟାଚଟିକୁ ଅତିଥି ଭାବେ ସାଂସଦ ପ୍ରତିନିଧି ରଘୁନାଥ ଷଢଙ୍ଗୀ, ସ୍ଥାନୀୟ ସରପଞ୍ଚ୍ ଜଳଧର ମହାନ୍ତି, ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ , ବିଜେପି ପଞ୍ଚଗଡ ମଣ୍ଡଳ ସଭାପତି ସୁମନ୍ତ କୁମାର ପ୍ରଧାନ,ସମାଜସେବୀ ରବୀନ୍ଦ୍ର କୁମାର ସାଥୁ ଆ ଓ ଆରତବନ୍ଧୁ ପ୍ରଧାନ ପ୍ରମୁଖ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଭଗବାନ ମଙ୍ଗରାଜ ଓ ରଶ୍ମିରଞନ ମହାନ୍ତି ମ୍ୟାଚଟିରେ ଆମ୍ପେୟାରିଙ୍ଗ କରିଥିବା ବେଳେ ଶାନ୍ତନୁ ଛୋଟରାୟ ଖେଳ ଧାରାବିବରଣୀ ପ୍ରଦାନ କରିଥିଲେ । କ୍ଲବର ସଦସ୍ୟ ନିରଂଜନ ନାୟକ , ହରପ୍ରସାଦ ମହାନ୍ତି ଓ ଗ୍ରାମର ଯୁବକ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ।














