୩୧ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ବରଗଡ଼ :- ଭାରତ ଇତିହାସରେ ଶହୀଦ ମାଧୋ ସିଂ ଓ ପାରିବାର ବର୍ଗ ଙ୍କର ବଳିଦାନର ଦୃଷ୍ଟାନ୍ତ ବିରଳ ” ଓ ଆଗାମୀ ପିଢୀକୁ ଏହା ଦେଶପ୍ରେମରେ ଉଦବୁଦ୍ଧ କରୁଥିବ ବୋଲି କହିଛନ୍ତି ପ୍ରଫେସର ଡ. ସୁଜିତ୍ ପୃଷେଠ । ଆଜି ସ୍ଥାନୀୟ ବୀର ଛକ ରେ ଶହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗ ରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ବରଗଡ଼ ଶ୍ରୀ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ସଂଯୋଜନା କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଫେସର ଡ. ପୃଷେଠ କହିଥିଲେ ଯେ ବୀର ସୁରେନ୍ଦ୍ର ସାଏ ଙ୍କ ସହ ମାଧୋ ସିଂ ଓ ତାଙ୍କ ପୁତ୍ର ମାନଙ୍କ ସଶସ୍ତ୍ର ସ୍ଵାଧୀନତା ସଂଗ୍ରାମ ସର୍ବ ପୁରାତନ ହୋଇଥିବା ବେଳେ ତାହା ଇତିହାସ ରେ ସଠିକ୍ ରୂପେ ବର୍ଣ୍ଣନା କରାଯାଇନାହିଁ ।
ଏମାନଙ୍କ ଉପରେ ପାଠ୍ୟ ପୁସ୍ତକ ରେ ସ୍ଥାନ ପାଇବା ଦରକାର । ମୁଖ୍ୟ ଅତିଥି ଭାବରେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗଦେଇ ଶହୀଦ ମାଧୋ ସିଂ ବରଗଡ଼ ମାଟିର ଯୁବପିଢୀ ମାନଙ୍କ ପାଇଁ ପ୍ରେରଣା ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିବା ସହ ତାଙ୍କ ଓ ତାଙ୍କ ପୁତ୍ର ମାନଙ୍କର ବଳିଦାନ ସବୁଦିନ ପାଇଁ ତାଙ୍କୁ ସ୍ମରଣୀୟ କରି ରହିଥିବ । ସଭା ରେ ଶହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ର ସଭାପତି, ଶ୍ରୀ ପ୍ରମୋଦ ଝାଙ୍କର, ଉପ- ସଭାପତି, ଶ୍ରୀ ରବି ନାରାୟଣ ପଣ୍ଡା , ଶହୀଦ ସଞ୍ଜୟ ବାଗ ଙ୍କ ବାପା ଋଷି ବାଗ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ସଭା ପୂର୍ବରୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିଗଣ ଘେଁସ ମାଟିର ବୀର ଶହୀଦ ମାଧୋ ସିଂ, ଐରୀ ସିଂ, ବୈରୀ ସିଂ, ହଟେ ସିଂ ଓ କୁଞ୍ଜେଲ ସିଂ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ବୀର ଛକ ଠାରେ ଥିବା ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ ।
ଏହି ଅବସରରେ ଶହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ତରଫରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀ, ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗାନ୍ଧୀ ଛକ ଠାରୁ ବୀର ଛକ ପର୍ଯ୍ୟନ୍ତ ଏକ ଗଣଦୌଡ ର ଆୟୋଜନ ହୋଇଥିଲା । ଏହି ଗଣଦୌଡକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ସ୍ମିତ ପି. ପରମାର, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ନାରାୟଣ ଦଣ୍ଡସେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶ୍ରୀ ପାଣ୍ଡବ କର୍ଣ୍ଣ ମାଧୋ ସିଂ ଙ୍କ ବେଶ ଧାରଣ କରିଥିବା ବେଳେ ଶହୀଦ ସ୍ମୃତି କମିଟିର ଅନ୍ୟାନ୍ୟ ସଦସ୍ୟ ଐରୀ ସିଂ, ବୈରୀ ସିଂ, ହଟେ ସିଂ ଓ କୁଞ୍ଜେଲ ସିଂ ଙ୍କ ବେଶ ଧାରଣ କରି ବୀର ଶହୀଦମାନଙ୍କୁ ଅନନ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପ୍ରଥମେ ମା ସମଲେଶ୍ଵରୀ ମନ୍ଦିର ରେ ପୂଜାର୍ଚ୍ଚନା ପରେ ମଶାଲ ଆସିବା ପରେ ଗଣ ଦୌଡ଼ ଆରମ୍ଭ ହୋଇଥିଲା । ଏହି ଅବସରରେ ରାଜସ୍ଥାନର ପୋଖରାନ ଠାରେ ମାର୍ଚ୍ଚ ୨୦୦୮ ରେ ଶହୀଦ ହୋଇଥିବା କୁଦୋପାଲି, ଭେଡେନର ଲେନ୍ସ ନାଏକ ସଞ୍ଜୟ ବାଗଙ୍କର ପିତା ଋଷି ବାଗ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରଯାଇଥିଲା । ସଭା ପ୍ରାରମ୍ଭରେ ନିକଟ ଅତୀତରେ ଦିବଙ୍ଗତ ହୋଇଥିବା ମାଧୋ ସିଂ ଙ୍କର ଦାୟାଦ ମମତା ସିଂ ବରିହାଙ୍କ ଉଦ୍ଦେଶ୍ୟରେ ଉପସ୍ଥିତ ସମସ୍ତେ ଶ୍ରଦ୍ଧାଞ୍ଜଳୀ ସ୍ୱରୂପ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।
ସହୀଦ ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା । ଏହି ଅବସରରେ ବୀର ମାଟି ଘେସ ଠାରେ ମଧ୍ୟ ବୀରତା ଦିବସ ପାଳନ କରଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଶହୀଦ ଓ ସଂଗ୍ରାମୀ ସ୍ମୃତି ସମିତି, ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ବରଗଡ ଜିଲ୍ଲା ଓକିଲ ସଂଘ,ବରଗଡ ସାମ୍ବାଦିକ ସଙ୍ଘ, କୋଶଳ ରାଜ୍ୟ ସମନ୍ୱୟ ସମିତି,ଭୂତପୂର୍ବ ସୈନିକ ସଂଘ,କୋଶଳ ସେନା, ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ, ସମ୍ବିଧାନ ସୁରକ୍ଷା ମଂଚ,ମା ରାମଚଣ୍ଡୀ ଯୁବ ସଂଗଠନ,ବରଗଡ ଫିଜିକାଲ ଏକାଡେମୀ, କୋଶଳ ଡିଫେନ୍ସ୍ ଏକାଡେମୀ, ନୀୟାମ,ସଂକଳ୍ପ ପରିବାର,ସେବା ସଙ୍ଗଠନ, ସିଁହେନ ପାଲି ପ୍ରଭୃତି ଅନେକ ସଙ୍ଗଠନ ଏହି ଗଣଦୌଡ ଓ ସମସ୍ତ କାର୍ଯ୍ୟ ରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଲିପସିତ ମିଶ୍ର, ସୁରେନ୍ଦ୍ର ପଣ୍ଡା,କେଦାର ମିଶ୍ର,ଦୀପକ ରଥ,ଅବନୀକାନ୍ତ ପଣ୍ଡା, ପ୍ରହଲ୍ଲାଦ ମହାପାତ୍ର, କାହ୍ନୁ ପୃଷ୍ଟି, ବିରେନ୍ଦ୍ର ପ୍ରଧାନ , ହରିହର ପ୍ରଧାନ, ପ୍ରିତମ ସିଂ,ପରେଶ୍ ବିଶି,ବିରବଲ୍ ମହାକୁର, ଭବାନୀ ସାହୁ, ରାଜ ଗୋପାଳ ଦାଶ, ସୁରେଶ ଦାଶ, ମାମୀ ମିଶ୍ର, ଅଜିତ ପତି, ସୁରସେନ୍ ବହିଦାର,ବିକାଶ ଅଗ୍ରୱାଲ, ଜି ରମେଶ,ଲଲାଟେନ୍ଦୁ ବେହେରା , ନରେନ୍ଦ୍ର ଭୋଇ, ସରୋଜ ମହାପାତ୍ର ପ୍ରମୁଖ ସାମିଲ ରହି ଗଣଦୌଡ କୁ ସଫଳ କରିଥିଲେ ।














