No Result
View All Result
୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :- ଆସନ୍ତା ମାର୍ଚ୍ଚରେ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ପାଇଁ ସଂସଦ ଡକାଯିବା ପରେ ନୂତନ ପାର୍ଲିଆମେଣ୍ଟ ଭବନ ଉଦଘାଟନ ହେବାର ସମ୍ଭାବନା ରହିଛି। ଅଧିକାରୀମାନେ କହିଛନ୍ତି ଯେ ନୂତନ ସଂସଦ ଭବନରେ କାର୍ୟ୍ୟ ଜୋରସୋରରେ ଚାଲିଛି ଏବଂ ଫେବୃଆରୀ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ନୂତନ ସଂସଦ ଭବନରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ ।
ବଜେଟ୍ ଅଧିବେଶନ ପାରମ୍ପରିକ ଭାବରେ ଦୁଇଟି ଭାଗରେ ଅନୁଷ୍ଠିତ ହୋଇଥାଏ- ପ୍ରଥମ ଭାଗ ସାଧାରଣତଃ ଜାନୁଆରି ୩୦ କିମ୍ବା ୩୧ରେ ଦୁଇ ଗୃହର ମିଳିତ ବୈଠକ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ଆରମ୍ଭ ହୁଏ । ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍ ଉପସ୍ଥାପିତ ହୋଇଥାଏ । ବଜେଟ ଅଧିବେଶନର ପ୍ରଥମ ଭାଗ ସାଧାରଣତଃ ଫେବୃଆରୀ ୮ କିମ୍ବା ୯ ରେ ସମାପ୍ତ ହୁଏ । ଅଧିବେଶନର ଦ୍ୱିତୀୟ ଭାଗ ସାଧାରଣତଃ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଆରମ୍ଭ ହୁଏ ଏବଂ ମେ ମାସ ପ୍ରାରମ୍ଭ ପର୍ୟ୍ୟନ୍ତ ଜାରି ରହିଥାଏ ।
ସଂସଦୀୟ ସୂତ୍ରରୁ ପ୍ରକାଶ ଯେ ଅଧିବେଶନର ଦ୍ୱିତୀୟ ଭାଗ ନୂତନ ସଂସଦ ଭବନରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ଯାହା ବର୍ତ୍ତମାନର ଢାଞ୍ଚାକୁ ଲାଗି ରହିଛି । ଗତ ମାସରେ କେନ୍ଦ୍ର ଗୃହ ନିର୍ମାାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ଯେ ନୂତନ ସଂସଦ ଭବନର ନିର୍ମାଣ କାର୍ୟ୍ୟ ବହୁତ ଦ୍ରୁତ ଗତିରେ ଚାଲିଛି । ନୂତନ ସଂସଦ ଭବନ ଦେଶର ଶକ୍ତି କରିଡର କେନ୍ଦ୍ରୀୟ ଭିଷ୍ଟାର ପୁନଃନିର୍ମାଣର ଏକ ଅଂଶ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୦୨୦ରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିଥିଲେ । ଟାଟା ପ୍ରୋଜେକ୍ଟସ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ନୂତନ କୋଠାରେ ଭାରତର ଗଣତାନ୍ତ୍ରିକ ଐତିହ୍ୟ, ସଂସଦର ସଦସ୍ୟମାନଙ୍କ ପାଇଁ ଏକ ଲାଉଞ୍ଜ, ଏକ ଲାଇବ୍ରେରୀ, ଏକାଧିକ କମିଟି ରୁମ୍, ଡାଇନିଂ ଅଞ୍ଚଳ ଏବଂ ପର୍ୟ୍ୟାପ୍ତ ପାର୍କିଂ ସ୍ଥାନ ରହିବା ସହ ଏକ ସମ୍ବିଧାନ ହଲ୍ ମଧ୍ୟ ରହିବ ।

No Result
View All Result