୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଗଜପତି ଉତ୍ସବ ପାଳନ ଅବସରରେ ସ୍ଥାନୀୟ ଗ୍ରାମ ପଞ୍ଚାୟତ ମୋହନା ଓ ହିପିପଙ୍କା ଲଭବଲ ଟୁଣ୍ଣମେଣ୍ଟ ସରକାରୀ ହାଇସ୍କଲ ପଡିଆ ଓ ହିପିରିପଙ୍କା ଖେଳ ପଡିଆ ଠାରେ ଆୟୋଜିତ ହୋଇଥିଲା । ମୁଖ୍ୟଅତିଥି ମୋହନା ବିଡିଓ ତପସ୍ପିନି ହାଂସଦା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥୀ ଭାବେ ବିଜେଡି ବରିଷ୍ଠ ନେତା ତିରୁପତି ପାଣିଗ୍ରାହି, ମୋହନା ପର୍ଯ୍ୟବେକ୍ଷକ ଜଗଦୀଶ ରାଓ,
ଆଦିବାସୀ ଉନ୍ନୟନର ଅଧ୍ୟକ୍ଷା ମୋରିମୟ ରଇତ, ବିଜୁ ଜନତା ଦଳର ଜୀଲ୍ଲା ଉପସଭାପତି ଦଣ୍ଡାସୀ ସାହୁ,ଜଗବନ୍ଧୁ ଦାସ,ମୋହନା ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରକାନ୍ତ ମଳିକ, ଜିପିଇଓ, ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଗଜପତି ଉତ୍ସବରେ ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କୁତ କରାଯିବ ବୋଲି ଜିପିଇଓ କରିଥିଲେ ।

© 2023 Odisha Taza News.