ଓଡିଶାତାଜା ନ୍ୟୁଜ୍ (୭ ଜୁନ ଶୁକ୍ରବାର) କୋରାଇ :- ଗ୍ରାମାଂଚଳର ଗରିବ ମେଧାବୀ ପିଲାଙ୍କୁ ଇଂରାଜୀ ମାଧ୍ୟମଶିକ୍ଷ ଅଧ୍ୟୟନ ପାଇଁରାଜ୍ୟ ସରକାର ସ୍ଥାପନ କରିଛନ୍ତି ଆଦର୍ଶ ବିଦ୍ୟାଳୟ । ଏଥିପାଇଁ ପ୍ରତ୍ୟେକ ବ୍ଲକସ୍ତରରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି । ଏହି ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀ ଦ୍ୱାଦଶ ଯାଏ ପାଠ ପଢା ଯାଏ । ଏହି ବିଦ୍ୟାଳୟରେ ପଢିବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ପିଲାଙ୍କୁ ଗ୍ରହଣ କରାଯାଏ । ପ୍ରତ୍ୟେକ ଶ୍ରେଣୀରେ ୨ଟି ସେକସନ ପାଇଁ ୮୦ଜଣ ଉତୀର୍ଣ୍ଣ ପିଲାମନଙ୍କୁ ପଢାଯାଇଥାଏ । ୬ଷ୍ଠରୁ ୮ମ ଯାଏସବୁପିଲା ଓ ୯ମ, ୧୦ମ ଶ୍ରେଣୀର ଆଦିବାସୀ ଓ ଦଳିତ ବର୍ଗର ପିଲାଙ୍କୁ ସରକାର ସିବିଏସଇ ପାଟର୍ଣ୍ଣର ସମସ୍ତ ପାଠ୍ୟ ପୁସ୍ତକ ମାଗଣା ରେ ଯୋଗାଇ ଥାନ୍ତି ।
ପ୍ରତିବର୍ଷଏପ୍ରିଲ ୧ରୁ ଶିକ୍ଷାବର୍ଷ ଆରମ୍ଭ ହୋଇ ଥିଲା ବେଳେ କୋରାଇ ବ୍ଲକର ବେଗନାଠାରେ ଥିବା ‘ଓଡିଶା ଆଦର୍ଶ ବିଦ୍ୟାଳୟ’କୁ ସରକାରଙ୍କ ପକ୍ଷରୁ ମିଳିନି କୌଣସି ପାଠ୍ୟପୁସ୍ତକ । ବିଦ୍ୟାଳୟ ପକ୍ଷରୁ ୬ଷ୍ଠରୁ ୯ମଯାଏ ପାସ ପାଲାଙ୍କ ଠାରୁ ପୁସ୍ତକ ଆଣି ପ୍ରମୋସନ ପାଇଥିବା ୬ଷ୍ଠରୁ ୯ମପିଲାଙ୍କୁ ବହି ଦିଆଯାଇଛି । ଏପରି ଅଦଳବଦଳ କରି ପିଲାଙ୍କୁ ବହି ଯୋଗଯାଉଥିବ ଆଦର୍ଶ ବିଦ୍ୟାଳୟର ଆଦର୍ଶରେ ଆଂଚ ଆସୁଛି ବୋଲି କେତେକ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ କୋରାଇ ର ବେଗନାସ୍ଥିତ ‘ଓଡିଶା ଆଦର୍ଶ ବିଦ୍ୟାଳୟ’ରେ ୬ଷ୍ଠରୁ ୧୦ ଯାଏ ଶ୍ରେଣୀ ରହିଛି । ଏଥିରେ ଦୁଇଟି ସେକସନରେ ୮୦ଜଣ ଲେଖାଏଁ ଶିକ୍ଷା ଅଧ୍ୟୟନର ନିୟମରହିଛି । ଏଠାରେ ଇଂରାଜୀ ମାଧ୍ୟମର ସିବିଏସିଇ ପାଟର୍ଣ୍ଣର ସିଲାବସ ଅନୁଯାୟୀ ପଢାଯାଉଛି ।
ସିଲାବସ ଅନୁଯାଇ ସମସ୍ତ ପାଠ୍ୟ ପୁସ୍ତକ ସମେତ ଖାତା, ପୋଷାକ, ଜୋତା, ମୌଜା ଆଦି ସରକାର ସବୁ ମାଗଣାରେ ଶିକ୍ଷାବର୍ଷ ଆରମ୍ଭ ରୁ ହିଁ ବିଦ୍ୟାର୍ଥୀଙ୍କୁ ଯୋଗାଇ ଦେଇଥାନ୍ତି । ଏପ୍ରିଲ ୧ରୁ ଶିକ୍ଷାବର୍ଷ ଆରମ୍ଭ ହୋଇ ଥିଲାବେଳେ ଏବେ ଆସିଜୁନ ମାସହେଲା ; ହେଲେ କୋରାଇ ର ଓଡିଶା ଆଦର୍ଶ ବିଦ୍ୟାଳୟକୁ ପାଠ୍ୟ ପୁସ୍ତମଳିଲାନି । ଏଥିମଧ୍ୟରେ ପାଠପଢା ୨ମାସ ଅତିବାହିତ ହୋଇ ଯାଇଥିବାରୁ ଛାତ୍ରଭିଭାବକମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି କ୍ରମକରେ ଉତୀର୍ଣ୍ଣ ହୋଇଥିବା ୭ମ, ୮ମ ,୯ମ , ୧୦ମ ପିଲାଙ୍କଠାରୁ ପୁରୁଣା ବହିମଗାଇ ବିଦ୍ୟାଳୟର ନୂତନ ଶ୍ରେଣୀରେ ପଢିବାକୁ ଥିବା ଛାତ୍ରା ଭିଭାବକଙ୍କୁ ବିଦ୍ୟାଳୟ କୁଡାକି ବହି ବଂଟନ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ମହାମାରୀ କରୋନା ଲାଗି ପିଲାମାନେ ବିଦ୍ୟାଳୟକୁ ନଆସି ସେମାନଙ୍କ ଘରକୁ ଯାଇ ଶିକ୍ଷକମାନେ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।
ହେଲେଏହି ଆଦର୍ଶ ବିଦ୍ୟାଳୟରେ ନୂଆବହି ପ୍ରଦାନ କରାଯିବା ପରିବର୍ତେ ପୁରୁଣାବହି ଦେବାକୁ ଛାତ୍ରା ଭିଭାବକଙ୍କୁ ବିଦ୍ୟାଳୟ କୁଡାକିବଂଟନ କରାଯାଇଛି । ଘଟଣା କୁ କେତେକ ଅଭାଭବକ ନାପସନ୍ଦ କରିଥିଲା ବେଳେ ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଯୋଜନା ସଠିକଭାବେ ପରିଚାଳିତ ହୋଇ ପାରୁନଥିବା ଏହିଘଟଣାରୁ ହିଁ ସୂଚିତହେଉଛି । ଅନ୍ୟ ପକ୍ଷରେ ଆଦର୍ଶ ବିଦ୍ୟାଳୟରେ ପିଲାମାନେ ମାଗଣା ରେ ହଷ୍ଟେଲରେ ରହି ପାଠ ପଢିବାର ବ୍ୟବସ୍ଥା କରାଯାଇଛି । ହେଲେ କୋରଇର ଓଡିଶା ଆଦର୍ଶ ବିଦ୍ୟାଳୟ ୪ବର୍ଷ ହେଲା ସ୍ଥାପିତହୋଇ ଥିଲେ ହେଁ ଏଠାରେ ହଷ୍ଟେଲର ସୁବିଧା ନିାହିଁ । ଯାହାଫଳ ରେ ବ୍ଳକ ରବହୁ ଦୂରଦୂରାନ୍ତରୁ ପିଲାମାନେ ନିୟମିତ ଆସି ପାଠ ପଢିବାବହୁବ୍ୟୟ ସାପେକ୍ଷହୋଇ ପଡୁଛି । ଯାହାଫଳରେ ଗରିବମେଧାବୀ ପିଲାଙ୍କ ପକ୍ଷରେ ସମ୍ଭବହୋଇ ପାରୁନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଁଛି ।
ଏନେଇ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷିତିଶକୁମାର ପଣ୍ଡାଙ୍କୁ ପଚାରିବାରୁ ଆମ ଜିଲାଲକଡାଉନର ରେ ଡଜୋନ ହୋଇ ଥିବାରୁ ଆମକୁ ବହି ଯୋଗାଇ ବାକୁଥିବା ଠିକାସଂସ୍ଥା ଭୁବନେଶ୍ୱରର ଶ୍ରୀରମବୁକ୍ସଷ୍ଟୋର ଅଦ୍ୟାବଧି ବହିଯୋଗାଇ ପାରିଲା ନାହିଁ; ଫଳରେ ପିଲାଙ୍କ ପଠା ରେବ୍ୟାଘାତ ନହେବା ପାଇଁ ଆମେ ଆମ ପୁରୁଣା ପିଲାଙ୍କ ଠୁ ବହିମାଗିଆଣି ନୂ ଆଶ୍ରେଣୀର ପିଲାଙ୍କୁ ଦେଇଛୁ । ପୁଣିବହିଆସିଲେ ନୂଆ ବହି ସେମାନଙ୍କୁ ଦିଆ ଯିବ ବୋଲି କହିବାସ ହଚଳିତବର୍ଷ ୧୦ଶ୍ରେଣୀ ଖୋଲିଥିବାରୁ ପ୍ରଥମ ପର୍ଯ୍ୟାୟରେ ବାଳିକାମାନଙ୍କ ପାଇଁହଷ୍ଟେଲ ଖୋଲାଯିବାର ସମ୍ଭବନା ରହିଥିବା କଥା ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଅଧ୍ୟକ୍ଷଶ୍ରୀ ପଣ୍ଡା । (କୋରାଇରୁ – ରଶ୍ମିରେଖାମଲ୍ଲିକଙ୍କ ରିପୋର୍ଟ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com