ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉପଲକ୍ଷେ ଫଟୋ କ୍ଲିକ୍ ପ୍ରତିଯୋଗିତା

୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ବରଗଡ :-  ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉପଲକ୍ଷେ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ତରଫରୁ ଏକ ଫଟୋ କ୍ଲିକ୍ ପ୍ରତିଯୋଗିତା ର ଆୟୋଜନ କରାଯାଇଛି । ଏଥିରେ ଭାଗ ନେବାକୁ  ଇଛୁକ ଥିବା ସମସ୍ତ ବିଶ୍ଵ ବାସୀ ନିଜର ମୋବାଇଲ ରେ ପ୍ରତେହ ଧନୁଯାତ୍ରା ର ଯେ କୌଣସି ବିଷୟ ରେ ଫଟୋ କ୍ଲିକ୍ କରି ତାହାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ଅଫିସ ରେ ଯେଉଁ ଦିନ ର ଫୋଟୋ ସେହିଦିନ ଅପରାହ୍ନ ୩ ଘଣ୍ଟା ରୁ ୫ ଘଣ୍ଟା ଭିତରେ ଜମା କରିବାକୁ ପଡ଼ିବ।

ଏଥିରେ  ସର୍ବୋଶ୍ରେଷ୍ଟ ବଟୋର ସେହି ପ୍ରଥମ ତିନି ଜଣ ଙ୍କୁ ଆଗାମୀ ୫ ତାରିଖ ଦିନ ପୁରସ୍କୃତ କରାଯିବ । ଏହି ପ୍ରତିଯୋଗିତା ଆସନ୍ତା ୩୧.୧୨.୨୦୨୨ ଠାରୁ ଆରମ୍ଭ ହୋଇ ୪.୧.୨୦୨୩ ଯାଏ ଜାରି ରହିବ ବୋଲି ପ୍ରଚାର ପ୍ରସାର କମିଟି ର ଆବାହିକା ଶ୍ରୀମତୀ କଲ୍ୟାଣୀ ଦାଶ ଜଣାଇଛନ୍ତି ।