ଓଡିଶା ତାଜା ନ୍ୟୁଜ୍ (୭ ଜୁନ ଶୁକ୍ରବାର) ଭୁବନେଶ୍ୱର, ନୟାଗଡ଼ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ଆସନ୍ତାକଲି (ସୋମବାର)ଅପରାହ୍ଣ ସାଢେ ୩ଟା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତି ଶହାଙ୍କ ମାଧ୍ୟମରେ ଏକ ବିରାଟ ଡିଜିଟାଲ ରାଲି ପ୍ଲାଟଫର୍ମରେ ଅନୁଷ୍ଠିତ ହେବ । ଏହାକୁ ଗୃହମନ୍ତ୍ରୀ ଶ୍ରୀ ଶାହା ଅନୁଷ୍ଠାନିକଭାବେ ଉଦଘାଟନକରି ଓଡିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଏହି ଅବସରରେ ଆଜି ଅପରାହ୍ଣରେ ଯାଜପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୁମଆପ କନଫ୍ରେନ୍ସ ଦ୍ୱାରା ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଜିଲା ସଭାପତି ଗୌତମରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇ ଶ୍ରୀ ଶାହାଙ୍କ ଏହି ଡିଜିଟାଲ ରାଲିରେ ପ୍ରତି ବୁଥରୁ ସର୍ବନିମ୍ନ ୨୦ଜଣ ଲେଖାଏଁ କାର୍ଯ୍ୟକର୍ତା ଯୋଗଦେବାପାଇଁ ଆଲୋଚନା କରାଯାଇଥିଲା ।
ଏହାର ସିଧାପ୍ରସାରଣ ଦେଖିବାପାଇଁ ସୋମବାର ଅପରାହ୍ଣ ସାଢେ ୩ଟା ସମୟରେ ୟୁଟୁଭ, ଫେସବୁକ ଓ ଯୁମଆପ ଦ୍ୱାରା ଏହାଲିଙ୍କ ଯାରି କରାଯାଇଥିବା ରାଜ୍ୟସଭାପତି ଶ୍ରୀ ମହାନ୍ତି ସୂଚନା ଦେବା ସହିତ ମୋଦି ସରକାରଙ୍କ ବିଭିନ୍ନ ସମୟରେ ଓଡିଶାବାସୀଙ୍କୁ ସହାୟତା, ଅନୁକମ୍ପାମୂଳକ ଅନୁଦାନ ସଂପର୍କରେ ଆଲୋଚନା କରିଥିଲେ । ସେହିପରି ଜିଲା ସଭାପତି ଶ୍ରୀ ରାୟ କହିଥିଲେଯେ ମୋଦିଜୀ ରାଜ୍ୟ ବାସୀଙ୍କର ବିପଦ ବେଳର ବନ୍ଧୁ ।
ତାଙ୍କ ସରକାରର ସଫଳତାର ବାର୍ତା ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ଠାରୁ ଡିଜିଟାଲ ମାଧ୍ୟମରେ ଶୁଣିବା ପାଇଁ ଜିଲାରୁ ଅନୁନ୍ୟ ୧୦ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତା, ବୁଦ୍ଧିଜୀବୀ, ସାହିତ୍ୟିକ ଓ ଯୁବବର୍ଗ ସାମିଲ ହେବାକୁ ଶ୍ରୀ ରାୟ ନିବେଦନ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ରାଜ୍ୟସଂପାଦିକ ଲେଖାଶ୍ରୀ ସାମନ୍ତସିଂହାର, ଯୁବନେତା ବିଶ୍ୱଜିତ ନାୟକ, ପ୍ରଦୀପ ବଳସାମନ୍ତ, ବିଶ୍ୱରଞ୍ଜନ ମଲ୍ଲିକ, ଅମର ନାୟକ, ବବିତା ମଲ୍ଲିକ, ତୃଷାର ପରିଡା, ଅମୀୟ ମଲ୍ଲିକଙ୍କ ସମେତ ଜିଲାର ସମସ୍ତ ମଣ୍ଡଳ ସଭାପତି, ମିଡିଆ ପ୍ରଭାରୀ, ବରିଷ୍ଠ ନେତୃମଣ୍ଡଳୀ ଯୋଗଦେଇ ଏହି ଡିଜିଟାଲ ରାଲି କିପରି ସଫଳ ହେବ ସେ ନେଇ ଆଲୋଚନା କରିଥିଲେ ।
(ରିପୋର୍ଟ:- କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com