୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ରଣପୁର ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ଏବେ ସରକାର ଙ୍କ ଦୃଷ୍ଟି ଆକର୍ଷଣ ହୋଇ ଟ୍ରମା କେୟାର ଭାବେ ଆଗକୁ ଖ୍ୟାତି ଅର୍ଜନ କରିବା ସହ ହଜାର ହଜାର ରୋଗୀ ଙ୍କ ର ଏକ ଭରସା ଯୋଗ୍ୟ ଚିକିତ୍ସା କେନ୍ଦ୍ର ଭାବେ କାର୍ଯ୍ୟରତ ରହିବା ବଦଳରେ କିଛି ଅମାନୁସିକ ଡାକ୍ତର ଓ ଦଲାଲ ଙ୍କ ମିଲି ଭଗତ ରେ ରୋଗୀ ହେଉଛନ୍ତି ଶୋଷଣ । ଯାହା ଏବେ ରୋଗୀ ଙ୍କ ଚିନ୍ତାର କାରଣ ପାଲଟିଛି ।
୧. ବେତନ ପ୍ରାପ୍ତ ଡ଼ାକ୍ତର ଙ୍କ ଉପସ୍ଥିତି ….
ସ୍ୱାସ୍ଥ୍ୟ କେନ୍ଦ୍ରର ଶିଶୁ ବିଶେଷଜ୍ଞ ଭାବେ ନିୟୋଜିତ ଥିବା ଡ଼ାକ୍ତର ୧୫ ଦିନ ପାଇଁ ଡ଼ାକ୍ତରଖାନା ରେ ଦୃଶ୍ୟମାନ ହେଲେ ଆଉ ୧୫ ଦିନ ଛୁଟି ରେ ରହି ମାସିକିଆ ବେତନର ଖୁବ୍ ଫାଇଦା ଉଠାଇବାରେ ଲାଗିଛନ୍ତି । ଆଉ ବାକି ରହିଲା ୪ ଜଣ ଡାକ୍ତର ଯେ କି ୨୪ ଘଣ୍ଟା ପାଇଁ ଗୋଟିଏ ଡାକ୍ତର ଡ଼ାକ୍ତରଖାନା ରେ ରୋଗୀ ଦେଖାରେ ବ୍ୟସ୍ତ ରହୁଛନ୍ତି । ଏପରି ଭାବେ ୪ ଟି ଡାକ୍ତର ଦିନେ ଛଡ଼ା ଦିନେ ରୋଗୀ ଦେଖା ର ଭାଗ ବଣ୍ଟା କରି ନେଇଛନ୍ତି । ଯେଉଁଥିପାଇଁ ସମସ୍ତ ରୋଗୀ ଙ୍କୁ ୪ ଜଣ ଡ଼ାକ୍ତର ଙ୍କ ର ଚିକିତ୍ସା ସମୟ ରେ ବାଧା ଉପୁଜିଛି ।
୨. ସ୍ୱାସ୍ଥ୍ୟ କେନ୍ଦ୍ରର ସୁଷମ ଖାଦ୍ୟ ବଣ୍ଟନ ବ୍ୟବସ୍ଥା……
ରୋଗୀଙ୍କୁ ବଳକା ଖାଦ୍ୟ ତଥା ଅନୁପଯୁକ୍ତ ଖାଦ୍ୟକୁ ସକାଳ ଓ ସଂଧ୍ୟା ରେ ଦିଆଯାଉଥିବା ବେଳେ ରୋଗୀ ସେହି ଖାଦ୍ୟ କୁ ନେଇ ଅସନ୍ତୋଷ ପ୍ରକାଶ କରି କୁକୁର ମୁହଁ ରେ ଢ଼ାଳୁଥିବା ଦେଖିବାକୁ ମିଳିଛି । ରୋଗୀଙ୍କ ପ୍ରତିକ୍ରିୟା ଅନୁସାରେ ବାରମ୍ୱାର ଅଭିଯୋଗ କଲେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡଣ୍ଟ ସରକାରୀ ଦଳର ତେବର୍ ଦେଖାଇ ରୋଗୀ ଙ୍କୁ ଚୁପ୍ କରିଦେଉଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ତେବେ ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଘୋଟାଲା ରେ ରଣପୁରର କେଉଁ ରାଜନେତା ଙ୍କ ହାତ ରହିଛି ଏହାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏବେ ମଧ୍ୟ ସେଠାରେ ଟିଭି ରୋଗୀ ଙ୍କ ପାଇଁ ସ୍ଵତନ୍ତ୍ର ଶଯ୍ୟା ବିଶିଷ୍ଟ ଚିକିତ୍ସା ର ବ୍ୟବସ୍ଥା ରହିଥିଲେ ହେଁ କୌଣସି ସନ୍ତୋଷଜନକ ବ୍ୟବସ୍ଥା ରୋଗୀ ଙ୍କ ର ହସ୍ତଗତ ହେଉନାହିଁ ଏତଦ୍ ବ୍ୟତୀତ ଟିଭି ରୋଗୀ ଙ୍କୁ ହସ୍ପିଟାଲ୍ ଚିକିତ୍ସା ରୁ ବଞ୍ଚିତ କରାଯାଉଛି ଯାହା ଏକ ନିନ୍ଦନୀୟ ଘଟଣା ହୋଇଛି । ଡ଼ାକ୍ତର ଟିଭି ରୋଗୀ ଙ୍କୁ ହସ୍ପିଟାଲ୍ ରେ ଚିକିତ୍ସା କରିବା ପାଇଁ ମନା କରିଦେଉଥିବା ଅଭିଯୋଗ ହୋଇ ଆସୁଛି । ଦଲାଲ ଓ ଡାକ୍ତର ଙ୍କ ସୁସମ୍ପର୍କ ରୋଗୀ ଙ୍କ ହନ୍ତସନ୍ତ ତଥା ମରଣ ର କାରଣ ପାଲଟିଛି । ସରକାର ଙ୍କ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ର ସୁବିଧା ଦିଆଯାଇଥିଲେ ହେଁ ରୋଗୀ ଙ୍କ ଠାରୁ ବେସରକାରୀ କର ଭାବେ ଅର୍ଥ ଆଦାୟ କରି ସ୍ୱାସ୍ଥ୍ୟ ପରୀକ୍ଷା ରକ୍ତ ନମୁନା ପରୀକ୍ଷା ଇତ୍ୟାଦି କରାଯାଉଥିବା ଦେଖିବାକୁ ମିଳିଛି । ଏ ସବୁ ଅଭିଯୋଗ ର ସଠିକ୍ ଅନୁଧ୍ୟାନ କରି ରୋଗୀ ଙ୍କୁ ଚିକିତ୍ସା ର ସୁବ୍ୟବସ୍ଥା ଯୋଗାଇ ଦେବାର ଦାୟିତ୍ବ ନେଇଥିବା ପ୍ରଶାସନ ଏଦିଗରେ କେବେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।

© 2023 Odisha Taza News.