ଓଡିଶା ତାଜା ନ୍ୟୁଜ୍ (୭ ଜୁନ ଶୁକ୍ରବାର) ଭୁବନେଶ୍ୱର, ନୟାଗଡ଼ :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ କୋଭିଡ-୧୯ ସଂକ୍ରମଣ ସାରା ଦେଶରେ କରୋନା ମହାମାରୀ ପାଇଁ ଲକ ଡାଉନ ଜାରି ରହିଥିଲା ବେଳେ ପ୍ରବାସୀ ମାନେ ଆସିବାରେ ଅନେକ ବାଧା ଉପୁଜୁଥିଲା । ରାଜ୍ୟ ସରକାରଙ୍କ ପ୍ରୟାସ ରେ ବିଭିନ୍ନ ରାଜ୍ୟରୁ ପ୍ରବାସୀ ମାନେ ଓଡିଶା କୁ ଫେରୁଛନ୍ତି । ଆଜି ଏ ପରିପ୍ରେକ୍ଷୀରେ ହିମାଚଳ ପ୍ରଦେଶ ଓ ଜାମ୍ମୁ କାଶ୍ମୀର ରେ ଫସି ରହିଥିବା ୩୬୬ ଜଣ ଓଡ଼ିଆ ଶ୍ରମିକଙ୍କୁ ସରକାର ଏୟାର ଏସିଆ ବିମାନ ଯୋଗେ ଫେରେଇ ଆଣିଛନ୍ତି ।
ଆଜି ୩ ଟି ବିମାନରେ ଯାତ୍ରୀ ଆସି ପହଁଞ୍ଚିଛନ୍ତି । ୯୩ ଜଣ ପ୍ରବାସୀ ଜାମ୍ମୁ କାଶ୍ମୀରରୁ ଫ୍ଲାଇଟ ରେ ଆସି ଭୁବନେଶ୍ୱର ରେ ପହଁଚି ବସ ଯୋଗେ ନୟାଗଡ ଜିଲ୍ଲାପାଳ ଙ୍କ ସୁବ୍ୟବସ୍ଥା ରେ ଓଡଗାଁ, ଦଶପଲ୍ଲା, ନୂଆଗାଁ ଆଦି ଅଞ୍ଚଳ କୁ ଯାଇଥିବା ବେଳେ ସୂଚନାନୁସାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଂଚଳର ୭୨ ଜଣ, ନୟାଗଡ଼ ସହରର ୪ ଜଣ, କୋମଣ୍ଡ ର ଜଣେ ଏବଂ ଶରଣକୁଳ ର ଜଣେ ଏହି ବିମାନରେ ଆସିଛନ୍ତି ।
ସମସ୍ତ ଯାତ୍ରୀଙ୍କୁ ବିମାନ ବନ୍ଦର ଠାରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ସ୍ୱାଗତ ଜଣାଇବା ସହିତ ସମସ୍ତେ ସରକାର ଙ୍କ ନିୟମକୁ ମାନି ସଙ୍ଗରୋଧ ଗୃହରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ନୟାଗଡ଼ ରେ ପହଁଚିବା ପରେ ପରେ ସମଗ୍ର ମୁଖ୍ୟ ଛକକୁ ଅଗ୍ନିଶମ ବିଭାଗ ମୁଖ୍ୟ ଅଧିକାରୀ ଠାକୁର ପ୍ରସାଦ ଦଳାଇ ଙ୍କ ସୁତତ୍ୱାବଧାନରେ ସାନିଟାଈଜ କରିଥିଲେ । ନୟାଗଡ଼ ର ପୋଲିସ ଅଧିକାରୀ ଶୃଙ୍ଖଳା ର ସହ ବ୍ୟାପକ ବ୍ୟବସ୍ଥା କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ପ୍ରବାସୀ ମାନଙ୍କ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ଉପଜିଲ୍ଲାପାଳ ଲଗ୍ନାଜିତ ରାଉତ ଙ୍କ ସୂତ୍ରରୁ ପ୍ରକାଶ ।
ଆଜି ଜାମ୍ମୁ ଓ କାଶ୍ମୀରରୁ ପହଁଚିଥିବା ୩ ଗୋଟି ବିମାନରୁ ଦ୍ୱିତୀୟ ବିମାନରେ ୬୮ ଜଣ ଏବଂ ତୃତୀୟ ବିମାନରେ ୨୫ ଜଣ ନୟାଗଡ଼ର ପ୍ରବାସୀ ଓଡ଼ିଆ ପହଞ୍ଚିଥିଲେ । ଫେରୁଥିବା ପ୍ରବାସୀମାନେ ସରକାରଙ୍କ କ୍ୱାରେଣ୍ଟାଇନ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ସହିତ ସାମାଜିକ ଦୂରତ୍ୱକୁ ସର୍ବଦା ବଜାୟ ରଖିବାକୁ ମନ୍ତ୍ରୀ ଡ଼ଃ ସାହୁ ପରାମର୍ଶ ଦେଇଥିଲେ । (ନୟାଗଡ଼ ,ରିପୋର୍ଟ –ଅଭିମନ୍ୟୁ ମହାରଣା /ରାମକୃଷ୍ଣ ରଥ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com