୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :- ବୁଧବାର ଅପରାହ୍ନରେ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଓଡିଶା ଗସ୍ତରେ ଆସି ପୁରୀ ଲୋକସଭା ଆସନ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି । ଏହି ଅବସରରେ ଯୋଗ ଦେଇ ଶ୍ରୀ ନଡ୍ଡା ରାଜ୍ୟ ସରାକାରଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଶ୍ରୀ ନଡ୍ଡା ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ।ସେ କହିଛନ୍ତି ଯେ, କେନ୍ଦ୍ରରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଲୋକଙ୍କୁ ଘର ମିଳୁଥିବା ବେଳେ ରାଜ୍ୟ ସରକାର ତାହାର ନାମକୁ ବଦଳାଇ ବିଜୁ ପକ୍କା ଘର କରିଦେଉଛନ୍ତି । ସେହିଭଳି କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଜେପି ନଡ୍ଡା ସମାଲୋଚନା କରିଛନ୍ତି । ରାଜ୍ୟରେ ଦାଦନ ଖଟିବାକୁ ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଯାଉଥିବା ବେଳେ ସେଠାରେ ଯଦି କୌଣସି ଲୋକ ରୋଗାକ୍ରାନ୍ତ ହୋଇଯାଏ,ତେବେ ସେହି ଲୋକ କେମିତି ଚିକିତ୍ସିତ ହୋଇପାରିବ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଲାଗୁ ନକରିବାର କାରଣ କ’ଣ ବୋଲି ସେ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓଡିଶାର ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଚାହୁଁଥିଲେ ସୁଦ୍ଧା ରାଜ୍ୟ ସରକାର ଏହି ଯୋଜନା ଲାଗୁ କରୁନାହାନ୍ତି । ରାଜ୍ୟ ସରକାର କାହିଁକି ୬୦ ଲକ୍ଷ ଲୋକଙ୍କୁ ଏଥିରୁ ବଞ୍ଚିତ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।ତେବେ ରତ୍ନ ଭଣ୍ଡାରର ଚାବି ମିଳୁନଥିବାରୁ ଶ୍ରୀ ନଡ୍ଡା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କୁ ଡୁପ୍ଳିକେଟ ସରକାର ଚଲାଉଛି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି । ତେଣୁ ଏହି କାର୍ଯ୍ୟକ୍ରମରେ ସଭାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ବିଜେପିକୁ ଭୋଟ ଦେଇ ସମ୍ବିତ ପାତ୍ରଙ୍କୁ ବିପୁଳ ସଂଖ୍ୟାରେ ଜିତାଇବା ପାଇଁ ନିବେଦନ କରିଛନ୍ତି ।ସାଧାରଣ ସଭା ରେ ଉଦବୋଧନ ଦେବାପରେ ମା ଭଗବତୀ ଦର୍ଶନ କରିସାରି ନାଚୁଣୀ ପୁରୀ ସଂସଦୀୟ କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ଭୁବନେଶ୍ୱର ଫେରି ଯାଇଥିଲେ l ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ର