1. ଆର ଡବ୍ଲୁଏସଏସ ବିଭାଗର ମୁଖ୍ୟ ତଥା ନୟାଗଡ ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ ଓ ରଣପୁର ବ୍ଲକ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ପାଇଖାନା ଘୋଟଲା

2. ଲୋକ ପ୍ରତିନିଧି ଓ ଜୋନର ଛାମୁଆଁ ନେତା ମାନେ ଆଜି କାହିଁକି ଚୁପ୍ ବସିଛନ୍ତି । ଏହା କଣ...? ନୁହେଁ କି

3. ଗରିବ ଲୋକମାନଙ୍କ ଭୋଟ୍ ରେ ଆମେ ହେଉଚୁ ନେତା ,ଗାଦିରେ ବସି ପଡ଼ିଲେ ଆଉ ମନେ ପଡୁନି ଗରିବ ଲୋକମାନଙ୍କ କଥା । ସରକାର ଦେଇଥିବା ପାଇଖାନା ଘୋଟାଲାକୁ କାହିଁକି ପ୍ରତିବାଦ କରୁନାହଁନ୍ତି ନେତା ମାନେ ...?

4. ପାଇଖାନା ନିର୍ମାଣ ହୋଇନି ଠିକାଦାର ଟଙ୍କା ଖାଇ ଚମ୍ପଟ - ଥାନାରେ ଏତେଲା ସତ୍ତ୍ୱେ ପୋଲିସ ନୀରବତା କାହିଁକି...?

5. ରଣପୁର ବ୍ଲକ୍ ରେ କେଳେଙ୍କାରୀର ଲଗ୍ନ ଦୃଶ୍ୟ

୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ ଜ଼ିଲ୍ଲା/ରଣପୁର :- ବିପିଏଲ ପରିବାର ପାଇଁ ଆସିଥିବା ପାଇଖାନା ନିର୍ମାଣ ହୋଇନି, ଅଥଚ ସେ ବାବଦକୁ ଲକ୍ଷlଧିକ ଅର୍ଥ ଚଳୁ କରି ଠିକାଦାର ପାର ହୋଇଯାଇଛି I ଏଭଳି କେଳେଙ୍କାରୀ ହୋଇଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକରେ ପ୍ରାୟ ସବୁ ପଂଚାୟତରେ I ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ ଭଳି ସମ୍ପୃକ୍ତ ଠିକାଦାରର ଗୋଟିଏ ପରେ ଗୋଟିଏ ଗୁମର ପଦାରେ ପଡ଼ି ହାଟରେ ଗଡୁଥିବା ବେଳେ ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ପଞ୍ଚାୟତବାସୀ ଏହାର ସମ୍ପୂର୍ଣ୍ଣ ପର୍ଦାଫାଶ କରିଛନ୍ତି I ଏହି ସମ୍ବଦେନଶୀଳ ଘଟଣା ଦିଗରେ କାର୍ଯ୍ୟନୁଷ୍ଠାନ ଦାବିରେ କୁଳାସର ପଞ୍ଚାୟତବାସୀ ରଣପୁର ଥାନାରେ ବହୁଦିନ ହେଲା ଲିଖିତ ଅଭିଯୋଗ ଦାଖଲ କରିଥିଲେ ବି ପୋଲିସ ନୀରବତା ରହିଥିବା ବେଳେ ଘଟଣା ର ତଦନ୍ତକୁ ଆହୁରି ରହସ୍ୟମୟ କରିଛି I ଅନୁସନ୍ଧାନରୁ ଜଣାପଡିଛି ଯେ, 21 ଡିସେମ୍ବର 2021 ରେ ରଣପୁର ଥାନାରେ 285/2021 ନମ୍ବରରେ ଏତେଲାଟି ଠିକାଦାର ପଦ୍ମଚରଣ ମହାନ୍ତି ଓ କନିଷ୍ଠ ଯନ୍ତ୍ରୀ ଶିରୀଶ ଚନ୍ଦ୍ର ଦାଶଙ୍କ ବିରୁଦ୍ଧରେ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ I ଏ ବାବଦରେ 30 ଅଗଷ୍ଟ 2022ରେ ଚିଠି ନମ୍ବର 116ରେ ନୟାଗଡ଼ ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଅଫିସରୁ ରଣପୁର ଥାନାକୁ ଏହି ପାଇଖାନା ଜାଲିଆତି ବିଷୟରେ ଚିଠିରେ ସ୍ପଷ୍ଟ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସାଧାରଣ ରେ ବଡ଼ ଆଲୋଡନ ସୁଷ୍ଟି କରିଛି I ଆର ଡବ୍ଲୁଏସଏସ ବିଭାଗର ମୁଖ୍ୟ ତଥା ନୟାଗଡ ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ ଓ ରଣପୁର ବ୍ଲକ ବିଭାଗୀୟ ଅଧିକାରୀ ଙ୍କ ମଧୁ ଚନ୍ଦ୍ରିକାରେ ଚାଲୁଥିବା ଘୋଟଲା ଯୋଗୁଁ ଜନସାଧାରଣ ମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି I ତେଣୁ ଏ ଘଟଣାର ଫୁଙ୍ଖାନୁପୁଙ୍ଖ ତଦନ୍ତ ସହ ସମ୍ପୃକ୍ତ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି I ଆଗାମୀ ଦିନରେ କୁଳାସର ପଞ୍ଚାୟତ ତଥା ଜନସାଧାରଣ ଓ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଜନ ଆନ୍ଦୋଳନ କରାଯାଇ ରାଜନେତା ମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।