No Result
View All Result
୨୭ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ବରଗଡ଼ :- ବରଗଡ଼ ର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ର ୭୫ତମ ହୀରକ ଜୟନ୍ତୀ ସମାରୋହ ଆଜି ହାଟପଦା ସ୍ଥିତ ରାଜ ଦରବାର ଠାରେ ଉଦଘାଟିତ ହୋଇଯାଇଛି । ରାଜକୀୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତି ର ସଭାନେତ୍ରୀ ମୋନୀଷା ବାନାର୍ଜୀ, ଜିଲ୍ଲା ଏସପି ତଥା ଧନୁଯାତ୍ରା ମହୋତ୍ସବ ସମିତି ର କାର୍ଯ୍ୟକାରୀ ସଭାପତି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଦୀପ ପ୍ରଜ୍ବଳନ ଓ ପିତା କାଟି ଉଦଘାଟନ କରିଥିଲେ । ସମିତି ର ଆବାହକ ସୁରେଶ୍ଵର ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ମାନେ ମଥୁରା ନଗରୀ ର ଉନ୍ନତି ସଂପର୍କରେ ସୂଚନା ଦେଇ ଥିଲେ। ଶେଷରେ ରାଜ ଦରବାର ର ଆବାହକ ରାଜେନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରଥମ ଦିବସରେ ଦେବକୀ ବସୁଦେବ ଙ୍କ ବିବାହ,ଦୈବିବାଣୀ, ଉଗ୍ରସେନ ମହାରାଜା ଙ୍କୁ ଗାଦିଚ୍ୟୁତ କରି ଯୁବ ରାଜା କଂସ ଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବ ଙ୍କୁ ମହାରାଜା କଂସ ଙ୍କ ଦ୍ଵାରା କାରାଗାର ପ୍ରେରଣ ଆଦି ଦୃଶ୍ୟ ସହରର ବିଭିନ୍ନ ସ୍ଥାନରେ ଅଭିନିତ ହୋଇଥିଲା। ଆଜି ଉଦଘାଟିନି ଦିବସ ତଥା ମହୋତ୍ସବ ର ହୀରକ ଜୟନ୍ତୀ ଅବସରରେ ଏକ ବାର୍ଣ୍ଣାଢ୍ୟ ଶୋଭାଯାତ୍ରା ଗାନ୍ଧୀ ଛକ ଠାରେ ବାହାରି ସହର ପରିକ୍ରମା କରିବା ପରେ ସମଲେଶ୍ଵରୀ ମନ୍ଦିର ଠାରେ ଶେଷ ହୋଇ ଥିଲା। ସେହିପରି ଅନ୍ୟ ଏକ ଶୋଭାଯାତ୍ରା ମାଁ ସମଲେଶ୍ଵରୀ ଙ୍କ ମନ୍ଦିରୁ ବାହାରି ରାଜ ଦରବାର ପର୍ଯ୍ୟନ୍ତ ଆସିବା ପରେ ଉଦଘାଟିନି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ନେତା, ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

No Result
View All Result